ଓଡ଼ିଶାଲାଇଭ୍ ବ୍ୟୁରୋ
ଶିଶୁକନ୍ୟା ଦୁଷ୍କର୍ମକୁ ନେଇ ଓଡ଼ିଶା ଉଠୁଥିବା ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଦେଇଛନ୍ତି ଚାଞ୍ଚଲ୍ୟକର ତଥ୍ୟ। ଏହି ତଥ୍ୟରୁ ଜଣାପଡ଼ିଛି ଯେ ୨୦୧୬ ତୁଳନାରେ ୨୦୧୭ରେ ନାବାଳିକା ଦୁଷ୍କର୍ମ ସଂଖ୍ୟା ବଢ଼ିଛି।
ବିଧାନସଭାରେ ଆଜି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ନାବାଳିକା ଦୁଷ୍କର୍ମ ଏବଂ ରାଜପଥ ଲୁଟ୍ ସଂଖ୍ୟା ବୃଦ୍ଧି ପାଇଥିବା ମୁଖ୍ୟମନ୍ତ୍ରୀ ଗୃହରେ କହିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।
“୨୦୧୬ରେ ନାବାଳିକା ଦୁଷ୍କର୍ମ ସଂଖ୍ୟା ଥିଲା ୧,୨୦୪। ହେଲେ ୨୦୧୭ରେ ଏହା ୧,୨୮୩କୁ ବୃଦ୍ଧି ପାଇଛି। ନାବାଳିକା ଦୁଷ୍କର୍ମ ସଂଖ୍ୟା ରାଜ୍ୟରେ ଉଦବେଗଜନକ ରହିଛି। ୨୦୧୬ରେ ଏହି ମାମଲାରେ ୧,୧୫୬ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୨୦୧୭ରେ ୧,୧୪୮ ଅଭିଯୁକ୍ତ ଗିରଫ ହୋଇଛନ୍ତି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସେହିପରି ୨୦୧୫ରେ ୧,୨୧୨ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧,୧୨୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
୨୦୧୭ରେ କେବେଳ ୯୨ଟି ଗଣଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିଲା। ଏହି ମାମଲାରେ ୧୯୯ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ନାବାଳିକା ଦୁଷ୍କର୍ମ ସମେତ ରାଜପଥ ଲୁଟ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିବା ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟରୁ ଜଣାପଡ଼ିଛି। ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ପଚାରିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ଚାରି ବର୍ଷ ଭିତରେ ୨୯୬ଟି ହାଇୱେ ଡକାୟତି ଘଟିଛି। ୨୦୧୫ରେ ୬୦ଟି ଡକାୟତି ଘଟଣା ଘଟିଥିବା ବେଳେ ୨୦୧୭ରେ ଏହି ସଂଖ୍ୟା ୮୭ରେ ପହଞ୍ଚିଛି।








ଶିଶୁକନ୍ୟା ଦୁଷ୍କର୍ମକୁ ନେଇ ଓଡ଼ିଶା ଉଠୁଥିବା ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଦେଇଛନ୍ତି ଚାଞ୍ଚଲ୍ୟକର ତଥ୍ୟ। ଏହି ତଥ୍ୟରୁ ଜଣାପଡ଼ିଛି ଯେ ୨୦୧୬ ତୁଳନାରେ ୨୦୧୭ରେ ନାବାଳିକା ଦୁଷ୍କର୍ମ ସଂଖ୍ୟା ବଢ଼ିଛି।






