ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ ଚାହୁଁଥିଲେ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’।

୯ ହଜାର ଟଙ୍କାରେ ଡୁଆଲ ସେଲ୍ଫି କ୍ୟାମେରା-୪ ଜିବି ରାମ ସ୍ମାର୍ଟଫୋନ

ଭାରତ ବଜାରରେ ପ୍ରବେଶ କରିଛି କୁଲ୍‌ପ୍ୟାଡ ନୋଟ୍-୬ ମୋବାଇଲ୍ ଫୋନ୍। ମେ ୧ରୁ ଏହି ଫୋନ୍ ୮ଟି ରାଜ୍ୟର ୩୦୦ ମଲ୍ଟି ବ୍ରାଣ୍ଡ ଷ୍ଟୋର ରେ ଉପଲବ୍ଧ ହୋଇଛି। ଦିଲ୍ଲୀ-ଏନ୍‌ସିଆର୍, ହରିୟାଣା, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ରରର ବିଭିନ୍ନ ଷ୍ଟୋରରେ ଏହି ସ୍ମାର୍ଟଫୋନ୍ ମିଳୁଛି   ।

ବିମାନ ଯାତ୍ରା ବେଳେ ମୋବାଇଲରେ କଥା ହୋଇପାରିବେ ଯାତ୍ରୀ

ପ୍ରତୀକ୍ଷାର ଅନ୍ତ ଘଟିଛି। ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନେ ଏଣିକି ମୋବାଇଲରେ କଥା ହେବା ସହ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଟେଲିକମ୍ ବିଭାଗ ଏହି ପ୍ରସ୍ତାବ ଉପରେ ମୋହର ମାରିଛି।

ମୋଦିଙ୍କ ମିଶନ୍ କର୍ଣ୍ଣାଟକ: ଗୋଟିଏ ଦିନରେ ତିନି ସଭା, ରାହୁଲଙ୍କୁ ଟାର୍ଗେଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକରେ ଗୋଟିଏ ଦିନରେ ତିନୋଟି ସଭାରେ ଉଦବୋଧନ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି।

ଶିଶୁକନ୍ୟା ଦୁଷ୍କର୍ମ: ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ

ଥମୁନି ଶିଶୁକନ୍ୟା ଦୁଷ୍କର୍ମ। ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପକ୍ସୋ ଆଇନରେ ସଂଶୋଧନ କରାଯାଇଥିଲେ ମଧ୍ୟ ଏହି ଘଟଣା କମିବା ବଦଳରେ ବଢ଼ି ଚାଲିଛି। ଦେଶର ବିଭିନ୍ନ ସ୍ଥାନରୁ ଏଭଳି ଖବର ପ୍ରତିଦିନ ଆସୁଛି। ଏହାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିବା ସହ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ବରିଷ୍ଠ ଅଧିକାରୀ ସ୍ତରରେ ଅଦଳ ବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ?

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅବଦଳ ବଦଳ ହୋଇଛି। ବରିଷ୍ଠ ଅଧିକାରୀମାନଙ୍କ ବିଭାଗରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। କିଛି ଅଧିକାରୀମାନଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଆଉ କିଛି ଅଧିକାରୀଙ୍କୁ ପ୍ରମୁଖ ବିଭାଗର ଦାୟିତ୍ୱ ଦିଆଯାଇଛି।

‘ଆନ୍ତର୍ଜାତିକ ଶ୍ରମିକ ଦିବସ୨୦୧୮’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

‘ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୧୮’କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଓଡିଶାକୁ ଏକ ସମୃଦ୍ଧ ରାଷ୍ଟ୍ର ଭାବେ ଗଢ଼ିତୋଳିବା ପାଇଁ ଶ୍ରମିକଙ୍କ ନିଷ୍ଠାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ କଂଟାବାଞ୍ଝି, ବାଲୁଗାଁ ଓ ପଦ୍ମପୁରଠାରେ ପ୍ରବାସୀ ଶ୍ରମିକ ସହାୟତା ଓ ସାଧନ କେନ୍ଦ୍ର ‘ଶ୍ରମିକ ସାରଥୀ’ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସୋନା ମହାପାତ୍ରଙ୍କ ଗୀତରେ ଅଶ୍ଲୀଳତାକୁ ନେଇ ଆପତ୍ତି: ଅଫ୍‌ଲୋଡ କରିବାକୁ ଧମକ ଦେଲା ସୁଫି ଫାଉଣ୍ଡେସନ୍

ବଲିଉଡ ସିଙ୍ଗର ତଥା ଓଡ଼ିଆ ଝିଅ ସୋନା ମହାପାତ୍ରଙ୍କୁ ଧମକ। ସୁଫି ଫାଉଣ୍ଡେସନ୍ ଧମକ ଦେଇଥିବା ସୋନା ଅଭିଯୋଗ କରିଛନ୍ତି। ସୋନାଙ୍କ ଭିଡିଓ ସଙ୍ଗ୍ ‘ତେରି ସୁରତ୍‌’ରେ ଅଶ୍ଲୀଳତା ଥିବା ନେଇ ମଦାରିୟା ସୁଫି ଫାଉଣ୍ଡେସନ୍ ପକ୍ଷରୁ ଇ-ମେଲରେ ଧମକ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here