ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ନାମୀ ବ୍ୟାଡମ୍ୟାନ୍ ହେଲେ ଡାନି ଡେନ୍‌ଜୋଁଗପା। ବିଗ୍‌ ବି ଅମିତାଭ୍ ବଚ୍ଚନ ଓ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ ସହିତ ଡାନିଙ୍କର ଏକ ଖାସ୍‌ ସଂଯୋଗ ଥିଲା।

ବଲିଉଡର ବ୍ୟାଡମ୍ୟାନ୍ ଡାନିଙ୍କର ଇଚ୍ଛା ଥିଲା ସେ ଭାରତୀୟ ସୈନ୍ୟବାହିନୀରେ ଯୋଗ ଦେବେ। କିନ୍ତୁ ତାଙ୍କର ମାଆ ତାହା ଚାହୁଁନଥିଲେ।

ଡାନି ପୁନେରେ ଥିବା ଦି ଆର୍ମଡ ଫୋର୍ସେସ୍ ମେଡିକାଲ୍ କଲେଜରେ ଯୋଗ ଦେବାକୁ ଯାଉଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ସେ ଏଠାରେ ନାମ ଲେଖାଇନଥିଲେ। ପରେ ସେ ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟରେ ଅଭିନେତା ହେବା ଲାଗି ନାମ ଲେଖାଇଥିଲେ।

ବିଗ୍‌ ବି ଅମିତାଭ୍ ବଚ୍ଚନ ଓ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ ସହିତ ଡାନିଙ୍କର ଏକ ସଂଯୋଗ ଥିଲା। ସେ ବିଷୟରେ ଜାଣିବାକୁ ଚାହାଁନ୍ତି କି?

ବଲିଉଡର ନାମୀ ବ୍ୟାଡମ୍ୟାନ୍ ଡାନିଙ୍କୁ ୧୯୭୧ ମସିହାରେ ରିଲିଜ୍ ହୋଇଥିବା ସିନେମା ‘ମେରେ ଅପନେ’ରେ ବ୍ରେକ୍ ମିଳିଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲେ ଗୁଲଜାର୍।

ଏଫ୍‌ଟିଆଇଆଇରେ ପଢ଼ୁଥିବା ବେଳେ ବିଗ୍‌ବିଙ୍କ ପତ୍ନୀ ଜୟା ଭାଦୁଡ଼ି ଥିଲେ ଡାନିଙ୍କର ସହପାଠୀ। ସେ ଦୁହେଁ କ୍ଲାସମେଟ୍। ଡାନିଙ୍କର ପ୍ରକୃତ ନାମ ହେଲା ସେରିଙ୍ଗ୍ ଫିଣ୍ଟସେ। ହେଲେ ଜୟା ଭାଦୁଡ଼ିଙ୍କର ପରାମର୍ଶରେ ଡାନି ନିଜର ନାଆଁ ବଦଳାଇଥିଲେ। ସେ ଡାନି ଡେଁଜ୍‌ଗୋଁପା ରଖିଲେ।

‘ଶୋଲେ’ ଛାଡ଼ିଥିଲେ ଡାନି

ଡାନି ଅମିତାଭ ବଚ୍ଚନଙ୍କ ଅଭିନୀତ ଏକ ସିନେମାକୁ ପ୍ରଥମେ ହାତଛଡ଼ା କରିଥିଲେ। ଏହା ହେଲା ରମେଶ ସିପ୍ପୀଙ୍କ ଅଲ୍‌ଟାଇମ୍ ବ୍ଲକବଷ୍ଟର ମୁଭି ‘ଶୋଲେ’।

ରମେଶ ସିପ୍ପୀ ‘ଶୋଲେ’ରେ ଗବ୍ବର ସିଂହ ଭୂମିକା ନିଭାଇବା ଲାଗି ବଲିଉଡର ନାମୀ ବ୍ୟାଡ୍‌ମ୍ୟାନ୍ ଡାନିଙ୍କୁ ଅଫର୍ ଦେଇଥିଲେ। ସେ ଯେଉଁ ଡେଟ୍‌ସ ଚାହିଁଥିଲେ ତାହା ଡାନି ଫିରୋଜ୍‌ଖାନଙ୍କ ‘ଧର୍ମାତ୍ମା’କୁ ଦେଇଥିଲେ। ଏପରିକି ଏହି ସମସ୍ୟାର ସମାଧାନ ଲାଗି ଉଭୟେ ରମେଶ ସିପ୍ପୀ ଓ ଫିରୋଜ୍ ଖାନଙ୍କ ଭିତରେ ବୈଠକ ହୋଇଥିଲା। କିନ୍ତୁ ଡେଟ୍‌ସ ସମସ୍ୟାର ସମାଧାନ ହେଲାନି। ପରେ ଅମଜାନ୍ ଖାନଙ୍କୁ ମିଳିଲା ଗବ୍‌ବର ସିଂହର ଭୂମିକା। ଏଥିପାଇଁ ବଲିଉଡର ଜଣାଶୁଣା ବ୍ୟାଡମ୍ୟାନ୍ ଡାନିଙ୍କ ମନରେ କ୍ଷୋଭ ନାହିଁ।

ଆପଣ ଜାଣନ୍ତି କି ‘ଶୋଲେ’ ପରେ ପ୍ରାୟ ୧୮ବର୍ଷ ଯାଏଁ ଅମିତାଭ ବଚ୍ଚନଙ୍କ ସହିତ କୌଣସି ଫିଲ୍ମରେ କାମ ନ କରିବାର ନିଷ୍ପତ୍ତି ନେଇଥିଲେ। ଡାନି ବିଗ୍‌ବିଙ୍କୁ ନେଇ ଲଗାତର ଫିଲ୍ମ କରୁଥିବା ନିର୍ଦ୍ଦେଶକ ମନମୋହନ ଦେଶାଇଙ୍କର ଚାରିଟି ସିନେମାକୁ ମନା କରିଥିଲେ। ଏଥିମଧ୍ୟରେ ‘ମର୍ଦ୍ଦ’ ଓ ‘କୁଲି’ ଭଳି ଫିଲ୍ମ ବି ସାମିଲ ଥିଲା।

ଅମିତାଭଙ୍କ ସହ ଡାନି

ଡାନିଙ୍କ ପାଖକୁ ଦିନେ ନିର୍ଦ୍ଦେଶକ ମୁକୁଲ ଆନନ୍ଦ ‘ଅଗ୍ନିପଥ’ର ସ୍କ୍ରିପ୍ଟ ନେଇ ପହଞ୍ଚିଥିଲେ। ଏଥିରେ କାଞ୍ଚା ଚିନା ଭୂମିକାଟି ଶୁଣିବା ପରେ ବଲିଉଡର ନାମୀ ବ୍ୟାଡମ୍ୟାନ୍ ଡାନି ରାଜି ହୋଇଥିଲେ।

‘ଅଗ୍ନିପଥ’ ହେଉଛି ପ୍ରଥମ ସିନେମା ଯେଉଁଥିରେ ଅମିତାଭ ବଚ୍ଚନ ଓ ଡାନି ଏକାଠି କାମ କରିଥିଲେ। ଏହି ଫିଲ୍ମ ଅମିତାଭଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥିଲା। କାରଣ ଏଥିରେ ପ୍ରଭାବଶାଳୀ ଅଭିନୟ କରି ବିଗ୍‌ ବି ପ୍ରଥମ ରାଷ୍ଟ୍ରୀୟ ପୁରସ୍କାର ଲାଭ କରିଥିଲେ।

ଏହାପରେ ଅମିତାଭ ଓ ଡାନି ଏକାଠି ‘ହମ୍’ ଓ ‘ଖୁଦା ଗବାହ’ ଭଳି ସିନେମାରେ ଏକାଠି କାମ କରିଛନ୍ତି। ଉଭୟ ସିନେମାର ନିର୍ଦ୍ଦେଶକ ବି ଥିଲେ ମୁକୁଲ୍ ଆନନ୍ଦ।

କାହିଁକି ଅମିତାଭଙ୍କୁ ଭଲ ପାଆନ୍ତି ଡାନି?

ଡାନି ବିଗ୍ ବି ଅମିତାଭ ବଚ୍ଚନଙ୍କୁ କେବଳ ଜଣେ ଭଲ ଅଭିନେତା ବୋଲି ଭଲ ପାଆନ୍ତି ତା’ ନୁହେଁ। ପ୍ରକୃତରେ ଡାନି ଭାବନ୍ତି ଯେ ଅମିତାଭ ଜଣେ ଭଲ ପୁଅ।

ବଲିଉଡର ନାମୀ ବ୍ୟାଡ୍‌ମ୍ୟାନ୍ ଡାନି କହନ୍ତି ଯେ ମରିସସ୍ ହେଉ କି ନେପାଳରେ ସୁଟିଂ ସରିବା ମାତ୍ରେ, ଅମିତାଭ ତାଙ୍କ ବାପା ମାଆଙ୍କ ପାଖକୁ ଆଗେ ଯାଆନ୍ତି। ଅମିତଜୀ କେବେ ବି ରାଗନ୍ତି ନାହିଁ କି ଧୈର୍ଯ୍ୟହରା ହୁଅନ୍ତି ନାହିଁ। ଏହି ଦୁଇ ଗୁଣ ଯୋଗୁଁ ବି ସେ ଅମିତାଭଙ୍କୁ ଭଲ ପାଆନ୍ତି ବୋଲି କହନ୍ତି ବଲିଉଡର ନାମୀ ବ୍ୟାଡମ୍ୟାନ୍ ଡାନି।

Comment