ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତଃ ମହିଳାମାନେ ଗର୍ଭାଶୟ, ଅଣ୍ଡାଶୟ ଏବଂ ସ୍ତନ କର୍କଟର ଅଧିକ ଶିକାର ହୋଇଥାଆନ୍ତି। ପ୍ରାୟତଃ ୫୦ବର୍ଷରୁ ଅଧିକ ବୟସର ମହିଳାମାନଙ୍କଠାରେ ଏହି କର୍କଟ ହେବାର ଆଶଙ୍କା ଅଧିକ ଥାଏ। ଅବହେଳା ଏବଂ ସଚେତନତାର ଅଭାବରୁ ମହିଳାମାନଙ୍କୁ କ୍ୟାନସର ହୋଇଥାଏ। ଗର୍ଭ ନିରୋଧକ ବଟିକା ଅଧିକ ବ୍ୟବହାର କଲେ କ୍ୟାନସର ହେବା ଆଶଙ୍କା ଥାଏ।
ମାରାତ୍ମକ କର୍କଟ ରୋଗ ହେବା ମାତ୍ରେ ମଣିଷର ବଞ୍ଚିବାର ସମ୍ଭାବନା କମ୍ ହୋଇଥାଏ। ବେଳେବେଳେ ଏହି ରୋଗର ଚିହ୍ନଟ ଠିକ୍ ସମୟରେ ହୋଇପାରୁନଥିବାରୁ ରୋଗୀକୁ ଜୀବନ ହରାଇବାକୁ ପଡ଼େ।
ଓଭାରି କ୍ୟାନସର
ମହିଳାଙ୍କ ଓଭାରି ଅନେକ ପ୍ରକାରର କୋଷକୁ ନେଇ ଗଠିତ ହୋଇଥାଏ । ଗର୍ଭାଶୟ ପାଖରେ ଥିବା ଦୁଇଟି ଛୋଟ ଛୋଟ ଅଙ୍ଗକୁ ଓଭାରି ବା ଅଣ୍ଡାଶୟ ବୋଲି କୁହାଯାଏ । ଏହା ମହିଳାମାନଙ୍କର ପ୍ରଜନନ ଅଂଗର ଏକ ଭାଗ, ଯାହା ଦ୍ୱାରା ମହିଳାମାନେ ଗର୍ଭଧାରଣ କରିବାରେ ସକ୍ଷମ ହୋଇଥାଆନ୍ତି । ଯେତେବେଳେ ଅଣ୍ଡାଶୟରେ କୌଣସି ପ୍ରକାରର ଘା ହୋଇଯାଇଥାଏ, ସେତେବେଳେ ଓଭାରି କ୍ୟାନସର ଆରମ୍ଭ ହୋଇଥାଏ ।
ଓଭାରି କ୍ୟାନସରର ଲକ୍ଷଣ
ଓଭାରି କ୍ୟାନସରର ଲକ୍ଷଣ ଅତି ସାଧାରଣ ହୋଇଥାଏ। ଯାହାଫଳରେ ମହିଳାମାନେ ଏହା ବିଷୟରେ ଜାଣି ପାରନ୍ତି ନାହିଁ । କିନ୍ତୁ ଅଲଟ୍ରାସାଉଣ୍ଡ ମାଧ୍ୟମରେ ହିଁ ଏହି ରୋଗକୁ ଚିହ୍ନଟ କରାଯାଇ ପାରିବ। ଏହି ରୋଗ ବିଷୟରେ ଜାଣିବା ପାଇଁ ପ୍ରତିବର୍ଷ ପେଲ୍ଭିକ୍ ପରୀକ୍ଷା କରିବା ନିତାନ୍ତ ଆବଶ୍ୟକ ।
ଓଭାରି କ୍ୟାନ୍ସର ହୋଇଥିଲେ। ପେଟ ବିନ୍ଧିବା ସହ ଫୁଲି ରହିଥାଏ, ବାୟୁଦୋଷ ଆରମ୍ଭ ହୋଇ ଯାଇଥାଏ, ମାସିକ ଋତୁସ୍ରାବ ସମୟ ଗଡ଼ିବା, କୌଣସି ଖାଦ୍ୟ ଖାଇବାକୁ ଭଲ ନ ଲାଗିବା, ଥକାପଣ ହେବା ଏବଂ ପିଠି ବିନ୍ଧା ହେବା, ହଠାତ୍ ଶରୀର ପତଳା ହୋଇଯିବା ଆଦି ଲକ୍ଷଣ ଦେଖା ଯାଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ହେଲେ ମହିଳାମାନଙ୍କୁ ବ୍ଲଡ଼୍ କ୍ୟାଲସିୟମର ପରୀକ୍ଷା ପ୍ରତିମାସରେ କରାଇବା ଦରକାର । ଏହାସହ ଗର୍ଭ ନିରୋଧକ ବଟିକାଠାରୁ ଦୂରରେ ରହିବା ଦରକାର।
ସ୍ତନ କର୍କଟ
୪୦ବର୍ଷ ବୟସ ପରେ ସ୍ତନ କର୍କଟ ହେବା ପରେ ଓଭାରି କ୍ୟାନସର ହେବାର ଆଶଙ୍କା ବଢ଼ି ଯାଇଥାଏ । ଯେଉଁ ମହିଳାମାନେ ହର୍ମୋନ ରିପ୍ଲେସ୍ମେଣ୍ଟ କରାଇଥାଆନ୍ତି, ସେମାନଙ୍କ ମଧ୍ୟରେ ଏହି ରୋଗ ହେବାର ଆଶଙ୍କା ଅଧିକ ରହିଥାଏ ।








ସାଧାରଣତଃ ମହିଳାମାନେ ଗର୍ଭାଶୟ, ଅଣ୍ଡାଶୟ ଏବଂ ସ୍ତନ କର୍କଟର ଅଧିକ ଶିକାର ହୋଇଥାଆନ୍ତି। ପ୍ରାୟତଃ ୫୦ବର୍ଷରୁ ଅଧିକ ବୟସର ମହିଳାମାନଙ୍କଠାରେ ଏହି କର୍କଟ ହେବାର ଆଶଙ୍କା ଅଧିକ ଥାଏ। ଅବହେଳା ଏବଂ ସଚେତନତାର ଅଭାବରୁ ମହିଳାମାନଙ୍କୁ କ୍ୟାନସର ହୋଇଥାଏ। ଗର୍ଭ ନିରୋଧକ ବଟିକା ଅଧିକ ବ୍ୟବହାର କଲେ କ୍ୟାନସର ହେବା ଆଶଙ୍କା ଥାଏ।









