ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’।

୧୧ଟି ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ବଢ଼ୁଛି ରାଜନୀତିକ ଉଷ୍ମତା। ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିବା ପରେ ରାହୁଲ ଆସି ସିଧା ମୋଦିଙ୍କୁ ନିଶାନା କରିଛନ୍ତି। ୧୧ଟି ପ୍ରସଙ୍ଗକୁ ନେଇ ରାହୁଲ ମୋଦିଙ୍କୁ ସମାଲୋଚନା କରିଛନ୍ତି। ଜାଣନ୍ତୁ କ’ଣ ଏହି ୧୧ଟି ପ୍ରସଙ୍ଗ?

ଅଧ୍ୟାପକରୁ ଅପରାଧୀ ପୁଞ୍ଜିଲାଲ: ବାଣରୁ ବାରୁଦ କାଢ଼ି ପାର୍ସଲ ବୋମା ତିଆରି କରିଥିଲା ମାଷ୍ଟରମାଇଣ୍ଡ

ପୁଞ୍ଜିଲାଲ ମେହେରଙ୍କ ଅପରାଧର ପାଞ୍ଜି ଧିରେଧିରେ ଖୋଲୁଛି କ୍ରାଇମବ୍ରାଞ୍ଚ। ପାର୍ସଲ ବୋମା କେମିତି ତିଆରି ହୋଇଥିଲା ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ବେଳେ ତାର ଡେମୋ ଦେଖାଇବ ପୁଞ୍ଜିଲାଲ। ବାଣ କେଉଁଠୁ ଆଣିଥିଲା ଏବଂ କେତେ ପରିମାଣର ବାଣ କିଣିଥିଲା ତାର ହିସାବ ପାଇ ସାରିଛି କ୍ରାଇମବ୍ରାଞ୍ଚ। ଏବେ ତଦନ୍ତକୁ ଆଗକୁ ବଢ଼ାଇବେ କ୍ରାଇମବ୍ରାଞ୍ଚ ଅଧିକାରୀ।

ଚାଷୀ ଆତ୍ମହତ୍ୟା ଉଦ୍ୟମ : ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଷ ପିଇଲେ ଚାଷୀ

ଜଣେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ। ବରଗଡ଼ ବରପାଲି ବ୍ଳକ କନବାର ଗାଁର ଅକୁର ବିଶି ନାମକ ଜଣେ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଉତ୍ତର ଭାରତରେ ପ୍ରବଳ ଝଡ଼ ତୋଫାନ: ୮୫ମୃତ, ୧୦୦ରୁ ଉର୍ଦ୍ଧ୍ଵ ଆହତ

ଉତ୍ତର ଭାରତରେ ଝଡ଼ ତୋଫାନର ତାଣ୍ଡ। ପାଣିପାଗରେ ଅଚାନକ ପରିବର୍ତ୍ତନ ସହ ପ୍ରବଳ ବର୍ଷା ଓ ଝଡ଼ ତୋଫାନ ୮୫ଜଣଙ୍କ ମୃତ୍ୟୁ ଘଟିବା ସହ ୧୦୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି।

ଶୌଚାଳୟ ପାଣିରେ ଚା’: ଟ୍ରେନରେ ଟଏଲେଟ୍‌ ପାଣିରେ ଚା’ ଦେବା ଭେଣ୍ଡରଙ୍କୁ ପଡ଼ିଲା ମହଙ୍ଗା

ଟ୍ରେନରେ ଶୌଚାଳୟ ପାଣିରେ ଚା’ ଦେଉଥିବା ଭିଡିଓ ଭାଇରାଲ ହେବା ଘଟଣାରେ ସମ୍ପୃକ୍ତ ଭେଣ୍ଡରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି।

ମୋବାଇଲ ସିମ୍‌ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ

ମୋବାଇଲ୍‌ ସିମ୍‌ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ। ଗ୍ରାହକମାନେ ଦେଉଥିବା ଅନ୍ୟ ପରିଚୟପତ୍ର ଯଥା ଡ୍ରାଇଭିଂ ଲାଇସେନ୍ସ, ପାସ୍‌ପୋର୍ଟ ଓ ଭୋଟର ପରିଚୟପତ୍ରକୁ ଗ୍ରହଣ କରି ସିମ୍‌ ପ୍ରଦାନ କରିବାକୁ କଂପାନିଗୁଡ଼ିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Comment