ଓଡ଼ିଶାଲାଇଭ୍ ବ୍ୟୁରୋ
ଓଲିଉଡର ଜଣେ ଚର୍ଚ୍ଚିତା ନାୟିକା ହେଲେ ଶୀତଲ୍। ସେ ୨୦୧୫ରେ ରିଲିଜ୍ ହୋଇଥିବା ଓଡ଼ିଆ ଫିଲ୍ମ ‘ଯିଏ ଯାହା କହୁ ମୋର ଢ଼ୋ’ ଜରିଆରେ ଓଲିଉଡରେ ଏଣ୍ଟ୍ରି ଦେଇଥିଲେ। ଏହାପରେ ସେ ଚର୍ଚ୍ଚିତା ନାୟିକା ହୋଇଥିଲେ। ଦର୍ଶକ ଶୀତଲକୁ ପରେ ପରେ ଭଲ ପାଏ ତତେ ୧୦୦ରୁ ୧୦୦, ତୁ ଯେ ସେଇ, ପ୍ରେମରେ ପ୍ରେମରେ, ତୋର ଦିନେକୁ ମୋର ଦିନେ, ଦିଲ୍ ଦିୱାନା ହୋଇଗଲା ଏବଂ ସୁନାପିଲା ଟିକେ ସ୍କୃ ଢ଼ିଲା’ ଆଦି ଓଡ଼ିଆ ସିନେମାରେ ଫିମେଲ୍ ଲିଡ୍ରେ ଦେଖିବାକୁ ପାଇଛନ୍ତି।
ଏବେ ଆସନ୍ତୁ ଜାଣିବା ଓଲିଉଡ଼ର ଏହି ଚର୍ଚ୍ଚିତା ନାୟିକା ଶୀତଲଙ୍କ ସମ୍ପର୍କରେ କିଛି ବ୍ୟକ୍ତିଗତ କଥା…
କେଉଁ ନାମରେ ଡାକନ୍ତି ସମସ୍ତେ:-
ଶୀତଲଙ୍କ ପ୍ରକୃତ ନାମ ହେଲା ଶୀତଲ ପାତ୍ର। ଘରେ ତାଙ୍କୁ ସମସ୍ତେ ‘ପୂଜା’ ବୋଲି ଡାକନ୍ତି। ଏହି କାରଣରୁ ଚର୍ଚ୍ଚିତା ନାୟିକା ଶୀତଲଙ୍କୁ ଫିଲ୍ମର ସୁଟିଂ ସେଟ୍ରେ ବି ଏହି ନାଆଁରେ ସମସ୍ତେ ସମ୍ବୋଧନ କରିଥାନ୍ତି। କେତେକ ସାଙ୍ଗସାଥୀ ମଧ୍ୟ ଶୀତଲଙ୍କୁ ପୂଜା ବୋଲି ଡାକନ୍ତି। ତାଙ୍କ ବାପା ହେଲେ ରାମହରି ପାତ୍ର ଓ ମାଆ ହେଲେ ଗୀତାଞ୍ଜଳି ପାତ୍ର।
ଶିକ୍ଷା
ଓଲିଉଡର ଚର୍ଚ୍ଚିତା ନାୟିକା ଶୀତଲ୍ ଭୁବନେଶ୍ୱରର ଜଣାଶୁଣା ଶିକ୍ଷାନୁଷ୍ଠାନ ବକ୍ସି ଜଗବନ୍ଧୁ ଇଂଲିସ୍ ମିଡିଅମ୍ ସ୍କୁଲରେ ପଢ଼ୁଥିଲେ। ହଁ ସେହି ସ୍କୁଲରେ ହିଁ ସେ ଟେନ୍ଥ ଷ୍ଟାଣ୍ଡାର୍ଡରେ ପଢ଼ୁଥିବା ବେଳେ ତାଙ୍କୁ ପ୍ରଥମ ଓଡ଼ିଆ ଫିଲ୍ମର ଅଫର୍ ମିଳିଥିଲା।
ନୃତ୍ୟ ଓ ଶୀତଲ୍
ଓଲିଉଡର ଚର୍ଚ୍ଚିତା ନାୟିକା ଶୀତଲ୍ ନର୍ସରିରେ ପଢ଼ୁଥିବା ବେଳୁ ହିଁ ଓଡ଼ିଶୀ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ନୃତ୍ୟଗୁରୁ ହେଲେ ବି. ଜଗଦୀଶ। ତା’ପରେ ଏହି ଚର୍ଚ୍ଚିତା ନାୟିକା ଓଡ଼ିଶୀ ଡ୍ୟାନ୍ସ ଏକାଡେମିରୁ ଓଡ଼ିଶୀ ଓ କଥକ ନୃତ୍ୟ ଶିକ୍ଷା କରିଥିଲେ। ବିଜୟ କୁମାର ସାହୁ ହେଉଛନ୍ତି ଶୀତଲଙ୍କର ଓଡ଼ିଶୀ ନୃତ୍ୟଗୁରୁ। ଅଭିନେତ୍ରୀ ହୋଇ ନ ଥିଲେ ହେଁ ନିଶ୍ଚିତ ରୂପେ ଜଣେ ଭଲ ନୃତ୍ୟଶିଳ୍ପୀ ହୋଇଥାନ୍ତେ ବୋଲି କହନ୍ତି ଶୀତଲ୍। ସେ ନୃତ୍ୟକୁ କେବେବି ଛାଡ଼ି ପାରିବେନି।
ଟେଲି ଦୁନିଆଁରେ
ଓଲିଉଡର ଚର୍ଚ୍ଚିତା ନାୟିକା ଶୀତଲଙ୍କର ଏକ କଭରପେଜ୍ରେ ଫଟୋ ପ୍ରକାଶିତ ହୋଇଥିଲା। ସେତେବେଳେ ଓଡ଼ିଶା ଡ୍ୟାନ୍ସ ଏକାଡେମିର ଅରୁଣା ମହାନ୍ତିଙ୍କ ସଂସ୍ଥାରେ ମଧ୍ୟ ନୃତ୍ୟ କରୁଥିଲେ।
ଓଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ହର ପଟ୍ଟନାୟକ କାଦମ୍ବିନୀରେ ଫଟୋ ଦେଖିବା ପରେ ଶୀତଲଙ୍କୁ ଏକ ମେଗା ଧାରାବାହିକ ‘ଶ୍ରୀ ଜଗନ୍ନାଥ’ରେ ଏକ ଭୂମିକା ପାଇଁ ଅଫର୍ ଦେଇଥିଲେ। ଏହି ମେଗା ଧାରାବାହିକରେ ଓଲିଉଡର ଚର୍ଚ୍ଚିତା ନାୟିକା ଶୀତଲଙ୍କୁ କେତକୀ ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଏପରି ଭାବେ ଟେଲି ଦୁନିଆଁରେ ଅଭିନେତ୍ରୀ ହୋଇଥିଲେ ଓଲିଉଡର ଚର୍ଚ୍ଚିତା ନାୟିକା।
‘ଶ୍ରୀଜଗନ୍ନାଥ’ ମେଗା ଧାରାବାହିକରେ ଶୀତଲଙ୍କ ଅଭିନୟର ଜୋରଦାର ପ୍ରଶଂସା ମିଳିଲା। ଏହା ପରେ ଏହି ଓଲିଉଡର ଚର୍ଚ୍ଚିତା ନାୟିକା ତରଙ୍ଗ ଚ୍ୟାନେଲରେ ପ୍ରସାରିତ ଏକ ସସପେନ୍ସନ ସିରିଏଲ୍ରେ ସୁଯୋଗ ପାଇଥିଲେ। ଏହି ସିରିଏଲର ‘ମାୟା’ ଏପିସୋଡ଼ରେ ନଜର ଆସିଥିଲେ ଏକ ପ୍ରଭାବଶାଳୀ ଭୂମିକାରେ ଅଭିନୟ କରିଥିଲେ ଓଲିଉଡର ଚର୍ଚ୍ଚିତା ନାୟିକା ଶୀତଲ୍।

ଫିଲ୍ମରେ ଏପରି ଏଣ୍ଟ୍ରି ହୋଇଥିଲା
ଧାରାବାହିକ ‘ହରରଜୋନ୍’ରେ ଶୀତଲଙ୍କ ଅଭିନୟ ଦେଖିବା ପରେ ବରିଷ୍ଠ ଅଭିନେତା ମୀନକେତନ ବେଶ୍ ପ୍ରଭାବିତ ହୋଇଥିଲେ। ସେହି ସମୟରେ ଯିଏ ଯାହା କହୁ ମୋର ଢ଼ୋ’ ନାଆଁରେ ଏକ ଫିଲ୍ମ ତିଆରି କରୁଥିଲେ ନୂଆ ପ୍ରଯୋଜକ ସନ୍ଦୀପ ରାଉତରାୟ।
ମୀନକେତନଙ୍କ ପରାମର୍ଶରେ ପ୍ରଯୋଜକ ଶୀତଲଙ୍କୁ ବ୍ରେକ୍ ଦେଇଥିଲେ ‘ଯିଏ ଯାହା କହୁ ମୋ ଢ଼ୋ’ରେ। ଏହା ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ। ପ୍ରଥମ ସିନେମାରେ ବାବୁସାନ୍ଙ୍କ ସହ ଅଭିନୟ କରିଥିଲେ ଓଲିଉଡର ଚର୍ଚ୍ଚିତା ନାୟିକା, ଶୀତଲ୍।
ଭଲପେଣ୍ଟର ବି ଆଉ ଭଲ ଆକ୍ଟର ବି
ଓଲିଉଡର ଚର୍ଚ୍ଚିତା ନାୟିକା ଶୀତଲ୍ ଜଣେ ଭଲ ପେଣ୍ଟର ବି। ସେ ଅବସର ସମୟରେ ପେଣ୍ଟିଂ କରିବା ପାଇଁ ସବୁଠୁଁ ବେଶୀ ଭଲ ପାଆନ୍ତି। ଖାଲି ସେତିକି ନୁହେଁ, ଓଲିଉଡର ଚର୍ଚ୍ଚିତା ନାୟିକା ଜଣେ ଆଙ୍କର ମଧ୍ୟ। ସେ ପିଲାଦିନେ ଓଟିଭ୍ର ‘କୁନିରାଇଜ୍’ କାର୍ଯ୍ୟକ୍ରମର ଉପସ୍ଥାପିତା ଥିଲେ।

















