ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦୁଝର ସହରର ମାଇନିଂ ରୋଡ୍‌ସ୍ଥିତ ରାମ ମନ୍ଦିର କଲୋନିରେ ରହୁଥିବା ଜିଲ୍ଲାର ବରିଷ୍ଠ ସଂଗ୍ରାହକ ସୁଜିତ ପଟ୍ଟନାୟକ ଜଣେ ନିଆରା ସଂଗ୍ରାହକ। ଗତ ଏପ୍ରିଲ୍ ୫ ତାରିଖ ଓ ଏପ୍ରିଲ୍ ୬ ତାରିଖରେ ସେ ଜିନିୟସ ବୁକ୍ ଅଫ୍ ରେକର୍ଡ ଓ ୱାଣ୍ଟର ବୁକ୍ ଅଫ୍ ରେକର୍ଡ ୨୦୧୮ରେ ସ୍ଥାନ ପାଇଛନ୍ତି।

ଏହାସହ ପୋଷ୍ଟକାର୍ଡ ସଂଗ୍ରହ କରି ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡ ଓ ଲିମିକା ବୁକ୍‌ ଅଫ୍ ରେକର୍ଡରେ ସେ ସ୍ଥାନ ପାଇଛନ୍ତି। ଏଥିରେ ମୋଟ ୧୪ଟି ଭାଷାରେ ସ୍ୱାସ୍ଥ୍ୟ, ସଞ୍ଚୟ, କୃଷି, ସ୍ୱଚ୍ଛତା ଅଭିଯାନ ସମ୍ପର୍କୀତ ସଚେତନତାର ବାର୍ତ୍ତା ରହିଛି। ଏହାକୁ ୨୦୦୪ ମସିହାରୁ ସେ ସଂଗ୍ରହ ଆରମ୍ଭ କରିଥିଲେ।

ସୁଜିତଙ୍କ ପାଖରେ ଭାରତର ପ୍ରକାଶ ପାଉଥିବା ୪୨୦୦ ରୁ ଅଧିକ ବିଭିନ୍ନ ଭାଷାର ସମ୍ବାଦପତ୍ର ରହିଛି। ସେଥିମଧ୍ୟରେ ୪୭ଟି ଦେଶର ୫୦୨ ଖଣ୍ଡ ସମ୍ବାଦପତ୍ର ଓ ୪୦୩ ଖଣ୍ଡ ସ୍ୱାଧୀନତା ପୂର୍ବରୁ ବିଭିନ୍ନ ଦିବସ ଉପଲକ୍ଷେ ପ୍ରକାଶ ପାଇଥିବା ସମ୍ବାଦପତ୍ର ରହିଛି।

୯୫ ଖଣ୍ଡ ପୁସ୍ତକ ରହିଛି। ସେ ଆଗାମୀ ଦିନରେ କେନ୍ଦୁଝରରେ ଏକ ସଂଗ୍ରହାଳୟ କରିବାର ତାଙ୍କର ଲକ୍ଷ୍ୟ ରହିଛି। ଏହି ସଂଗ୍ରହକୁ ସୁଜିତ୍ ଏକ ନିଆରା ନିଶା ରୂପେ ପରିଣତ କରି ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହେବା ସହ ରେକର୍ଡ ପରେ ରେକର୍ଡ ସୃଷ୍ଟି କରି ଚାଲିଛନ୍ତି।

କେନ୍ଦୁଝରସ୍ଥ ମାଇନିଂ ରୋଡ୍‌ସ୍ଥିତ ରାମ ମନ୍ଦିର କଲୋନିରେ ରହୁଥିବା ସୁଜିତ ପଟ୍ଟନାୟକ ମେଘଦୂତ ପୋଷ୍ଟକାର୍ଡ ସଂଗ୍ରହ କରି ରେକର୍ଡରେ ସ୍ଥାନ ପାଇଛନ୍ତି। ଶ୍ରୀ ପଟ୍ଟନାୟକ ୭୨୦ଟି ୨୫ ପଇସା ମୂଲ୍ୟର ମେଘଦୂତ ପୋଷ୍ଟକାର୍ଡ ସଂଗ୍ରହ କରିପାରିଛନ୍ତି।

ଏଥି ମଧ୍ୟରେ ୧୪ଟି ଭାଷାରେ ପୋଷ୍ଟକାର୍ଡ ରହିଛି। ବିଭିନ୍ନ ଭାଷାରେ ଏବଂ ସ୍ୱାସ୍ଥ୍ୟ, ସଂଚୟ, କୃଷି, ସ୍ୱଚ୍ଛତା, ଉପରେ ସଚେତନତାର ବାର୍ତ୍ତା ପ୍ରଦାନ କରୁଥିବା ପୋଷ୍ଟକାର୍ଡ ରହିଛି।

ସୁଜିତ ୨୦୧୩ରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଓ ଲିମିକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲେ।

LEAVE A REPLY

Please enter your comment!
Please enter your name here