ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର’।
କଂଗ୍ରେସକୁ ଧମକ ଦେଉଛନ୍ତି ମୋଦି, ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ମନମୋହନ ସିଂ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଧମକ ଦେଉଛନ୍ତି। ସୋମବାର ଏମିତି ଅଭିଯୋଗ ଆଣିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ସମେତ ଅନ୍ୟ କଂଗ୍ରେସ ନେତା। କର୍ଣ୍ଣାଟକ ନିର୍ବାଚନ ବେଳେ ମୋଦି ଯେଉଁ ଭାଷଣ ଦେଇଥିଲେ ତା’ ଉପରେ ଆପତ୍ତି ଉଠାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି ମନମୋହନ।
ପପୁ ପମ୍ ପମ୍ ଗୁରୁତର: ଚିକିତ୍ସା ପାଇଁ ଯିବେ ଦିଲ୍ଲୀ ଏମ୍ସ
ଓଲିଉଡର ଆଗ ଧାଡ଼ିର କମେଡିଆନ ତତ୍ତ୍ୱ ପ୍ରକାଶ ଶତପଥୀ ଓରଫ୍ ପପୁ ପମ୍ ପମ୍ ଗୁରୁତର ହୋଇଯାଇଛନ୍ତି। ପପୁ ପାନକ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମଙ୍ଗଳବାର ଦିଲ୍ଲୀ ଏମ୍ସ ପଠାଯିବ।
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳ ବଦଳ
ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ ଥିବାରୁ ଅର୍ଥ ବିଭାଗ ଦାୟିତ୍ୱ ପୀୟୁଷ ଗୋଏଲଙ୍କୁ ଦିଆଯାଇଛି। ପୀୟୁଷ ଏବେ ରେଳ ମନ୍ତ୍ରୀ ଅଛନ୍ତି। ଜେଟଲୀ ସୁସ୍ଥ ହେବା ପର୍ଯ୍ୟନ୍ତ ପୀୟୁଷ ଗୋଏଲ ଅର୍ଥ ମନ୍ତ୍ରାଳୟର ଦୟିତ୍ୱ ବୁଝିବେ। ସ୍ମୃତି ଇରାନିଙ୍କଠାରୁ ସୂଚନା ଓ ପ୍ରସାରଣ ବିଭାଗ ଅପସାରଣ କରାଯାଇଛି। ରାଷ୍ଟ୍ରମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋରଙ୍କୁ ସୂଚନା ପ୍ରସାରଣ ମନ୍ତ୍ରାଳୟର ମନ୍ତ୍ରୀ କରାଯାଇଛି। ସ୍ମୃତି ଇରାନି ଏବେ କେବଳ ବୟନ ଶିଳ୍ପ ବିଭାଗ କଥା ବୁଝିବେ।
ଓଡ଼ିଶା ପୋଲିସକୁ ବଡ଼ ସଫଳତା: ୪୮ ଘଣ୍ଟାରେ ୭ ମାଓବାଦୀ ନିହତ, ରାଜନାଥ କଲେ ପ୍ରଶଂସା
ମାଓ ଦମନରେ ଓଡ଼ିଶା ପୋଲିସକୁ ମିଳିଛି ବଡ଼ ସଫଳତା। ୪୮ ଘଣ୍ଟା ମଧ୍ୟରେ ବଡ଼ ଧରଣର ଅପରେସନ କରି ଲାଲ କରିଡ଼ରକୁ ଛାରଖାରକୁ ହଲଚଲ କରିଦେଇଛନ୍ତି ଓଡ଼ିଶା ପୋଲିସର ଡିଭିଏଫ୍ ଏବଂ ଏସ୍ଓଜି ଯବାନ। ବଲାଙ୍ଗିରର ଡୁଡୁକାମାଲ ଏବଂ କନ୍ଧମାଳର ସୁଡ୍ରୁକୁମ୍ପା ଅଞ୍ଚଳରେ କମ୍ବିଂ ଅପରେସନ କରି ୭ ଜଣ ମାଓବାଦୀଙ୍କୁ ନିହତ କରିଛନ୍ତି।
ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାର ଚାର୍ଜସିଟ ଦାଖଲ: ଶଶି ଥରୁରଙ୍କୁ ଦାୟୀ କଲା ପୋଲିସ
ବହୁ ଚର୍ଚ୍ଚିତ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାର ଚୂଡ଼ାନ୍ତ ଚାର୍ଜସିଟ୍ ସୋମବାର ଦିନ ଦାଖଲ କରିଛି ଦିଲ୍ଲୀ ପୋଲିସ। ପ୍ରାୟ ୩ ହଜାର ପୃଷ୍ଠାର ଚାର୍ଜସିଟ୍କୁ ପୋଲିସ ପଟିଆଲା ହାଉସ କୋର୍ଟରେ ଦାଖଲ କରିଛି। ଏହି ଚାର୍ଜସିଟ୍ରେ ସୁନନ୍ଦାଙ୍କ ସ୍ବାମୀ ଶଶି ଥରୁରଙ୍କୁ ସନ୍ଦିଗ୍ଧ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ସୁନନ୍ଦାଙ୍କ ମୃତ୍ୟୁର ୪ ବର୍ଷ ପରେ ପୋଲିସ ଚାର୍ଜସିଟ୍ ଦାଖଲ କରିଛି।
ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ହିଂସାରେ ୭ଜଣଙ୍କ ମୃତ୍ୟୁ
ବହୁ ବାଦବିବାଦ ପରେ ଆଜି ଚାଲିଛି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ। ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଘଟି ୭ଜଣଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ୨୪ ପରଗନାଜ ଜିଲ୍ଲାରେ ୩, ମୁର୍ସିଦାବାଦରେ ୨, ନଦିଆ ଜିଲ୍ଲାରେ ଜଣେ ଓ ଉତ୍ତର ୨୪ ପରଗନାଜ ଜିଲ୍ଲାରେ ୧ଜଣଙ୍କ ମୃତ୍ୟୁ ହୋଇଛି।
୯ମଥର ପାଇଁ ପ୍ଲେ ଅଫ୍ରେ ଚେନ୍ନାଇ ସୁପରକିଙ୍ଗ୍ସ: ଧୋନୀଙ୍କୁ ସଲାମ୍ ଜଣାଇଲା ସୁରକ୍ଷା କୁକୁର
ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଚେନ୍ନାଇ ୯ମ ଥର ପାଇଁ ଆଇପିଏଲର ପ୍ଲେ ଅଫ୍କୁ ଉନ୍ନୀତ ହୋଇଛି। ଏହାପରେ ଧୋନୀଙ୍କୁ ସଲାମ ଜଣାଇଛି ସୁରକ୍ଷାରେ ନିୟୋଜିତ ହୋଇଥିବା କୁକୁର।
ବିବାହିତ ମହିଳାଙ୍କ ସହ ଗଣଦୁଷ୍କର୍ମ କଲେ ନାବାଳକ ସମେତ ୪ ପିସାଚ: ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ
ରାଉରକେଲାରେ ଘଟିଛି ଏକ ଲୋମହର୍ଷକାରୀ ଘଟଣା। ଘରେ ଶୋଇଥିବାବେଳେ ଜଣେ ମହିଳାଙ୍କୁ ୪ଜଣ ଯୁବକ ଘରେ ପଶି ଗଣଦୁଷ୍କର୍ମ କରିଥିଲେ। ଏହି ୪ଜଣଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ସାମିଲ ଅଛନ୍ତି।
ଦେଶର ବିଭିନ୍ନ ସ୍ଥାନରେ ଝଡ଼ ତୋଫାନର ତାଣ୍ଡବ: ୬୫ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
ଉତ୍ତର ଭାରତରେ କାଳବୈଶାଖୀ ପ୍ରଭାବରେ ଅନେକ କ୍ଷୟକ୍ଷତି ହେବା ସହ ୬୫ଜଣ ପ୍ରାଣ ହରାଇଛନ୍ତି। କାଣବୈଶାଖୀର ବିଶେଷ ପ୍ରଭାବ ଉତ୍ତର ପ୍ରଦେଶରେ ହୋଇଛି। ଏଠାରେ ୩୮ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ପଶ୍ଚିମ ବଙ୍ଗରେ ୧୨ଜଣ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ୯ଜଣ ଏବଂ ଦିଲ୍ଲୀରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଝଡ଼ ତୋଫାନ ଯୋଗୁଁ ୨୦୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି।
















