ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖରା ଛୁଟି କାଟିବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂରା ପରିବାର ସହ ଚାରି ଦିନିଆ ହିମାଚଳପ୍ରଦେଶ ଗସ୍ତରେ ଯାଇଛନ୍ତି।

ଚାରି ଦିନିଆ ହିମାଚଳପ୍ରଦେଶ ଗସ୍ତରେ ଯାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୂରା ପରିବାର ସହ ରାଷ୍ଟ୍ରପତି ସିମ୍‌ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଛନ୍ତି। ପତ୍ନୀ ସବିତା କୋବିନ୍ଦ, ଝିଅ ଏବଂ ନାତି ନାତୁଣୀଙ୍କ ସହ ରାଷ୍ଟ୍ରପତି ହିମାଚଳପ୍ରଦେଶରେ ପୂଜା ମଜା ନେଉଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି ମଙ୍ଗଳବାର ଦିନ ତାଙ୍କ ପରିବାର ସହ ହିମାଚଳପ୍ରଦେଶ ପର୍ଯ୍ୟଟନ ବିଭାଗର ଆସିଆନ ରେସ୍ତୋରାଁକୁ ଯାଇଥିଲେ। ସେଠାରେ ସେ ଚା’, ବିସ୍କୁଟ ଏବଂ ସ୍ୟାଣ୍ଡଓ୍ବିଚ ଖାଇଥିଲେ। ରାଷ୍ଟ୍ରପତି ନିଜ କ୍ରେଡିଟ କାର୍ଡରେ ବିଲ୍ ଦେଇଥିଲେ।

ଏହାପରେ ରାଷ୍ଟ୍ରପତି ଏକ ବହି ଦୋକାନକୁ ଯାଇଥିଲେ। ନିଜ ପାଇଁ ଏବଂ ନାତି ନାତୁଣୀଙ୍କ ପାଇଁ ବହି କିଣିଥିଲେ। ନିଜ କ୍ରେଡିଟ କାର୍ଡରୁ ୧୬୦୦ ଟଙ୍କା ପୈଠ କରିଥିଲେ। ରାଷ୍ଟ୍ରପତି ନିଜ ପାଇଁ ୨ ଖଣ୍ଡ ଏବଂ ନାତି ନାତୁଣୀଙ୍କ ପାଇଁ ୧୦ ଖଣ୍ଡ ବହି କିଣିଛନ୍ତି।

ରାଷ୍ଟ୍ରପତି ସିମଲା-କାଲକା ରେଲୱେ ଲାଇନ ଉପରେ ଲେଖାଯାଇଥିବା ବହି ଏବଂ ଲେଖକ ଅମର ଭାରତଙ୍କ ବହି କିଣିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏ ସମ୍ପର୍କରେ ଟୁଇଟ କରିଛନ୍ତି। ଟୁଇଟରରେ ଲେଖିଛନ୍ତି ଯେ ଖରାଛୁଟି କାଟିବା ପାଇଁ ପୂରା ପରିବାର ସହ ସିମଲା ଆସିଛି। ସିମଲାରେ ଡିଜିଟାଲ ପେମେଣ୍ଟ ଲୋକମାନେ କରୁଥିବା ଦେଖି ଖୁସି ଲାଗିଲା।

Comment