ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଡ଼ି ବଗିଚାରେ ମିଳୁଥିବା ଆତ ଫଳ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗେ। ଆତ ଖାଇବା ଦ୍ୱାରା ଅନେକ ରୋଗରୁ ଉପଶମ ମଧ୍ୟ ମିଳିଥାଏ।

ଆତରେ କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ଭରପୁର ମାତ୍ରାରେ ରହିଥାଏ। ଆତରେ ଅଧିକ ମାତ୍ରାରେ ଭିଟାମିନ୍‌-୬ ମଧ୍ୟ ରହିଛି। ବିଭିନ୍ନ ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଆତ। କେବଳ ଏତିକି ନୁହେଁ, ଆତ ଗଛର ପତ୍ରରେ ମଧ୍ୟ ରହିଛି ଅନେକ ଔଷଧୀୟ ଗୁଣ। ଯାହା ବିଭିନ୍ନ ପ୍ରକାର ଔଷଧ ତିଆରି କରିବାରେ ବ୍ୟବହାର କରାଯାଏ।

ଆସନ୍ତୁ ଜାଣିବା ଆତ ଖାଇବା ଦ୍ୱାରା ଲାଭ ମିଳିଥାଏ

ଦୃଷ୍ଟିଶକ୍ତି ବଢ଼ାଏ

ଆତରେ ଭିଟାମିନ-ଏ, ଭିଟାମିନ-ସି ଓ ରାଇବଫ୍ଲୋବିନ ପୋଷଣ ରହିଛି। ଏହା ଦୃଷ୍ଟିଶକ୍ତି ବଢ଼ାଇବା ପାଇଁ ଉପଯୁକ୍ତ ଫଳ ଅଟେ।

ସ୍ମରଣ ଶକ୍ତି ବଢ଼େ

ଆତରେ ଥିବା ଭିଟାମିନ ବି-୬ ଓ ଆଣ୍ଟିଅକ୍ସିଡେଣ୍ଟ ଭଳି ଗୁଣ ରହିଥିବାରୁ ଏହି ଫଳ ଖାଇଲେ ସ୍ମରଣ ଶକ୍ତି ବଢ଼ିଥାଏ।

ଶ୍ୱାସରୋଗ

ଆତରେ ପ୍ରଚୁର ମାତ୍ରାରେ ଭିଟାମିନ ବି-୬ ରହିଛି। ଏଥିପାଇଁ ଶ୍ୱାସରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଆତ।

ହୃଦରୋଗ

ଆତରେ ପୋଟାସିୟମ, ମ୍ୟାଗ୍ନେସିୟମ ଭଳି ପୋଷଣ ଉପଲବ୍ଧ ରହିଛି। ଯାହା ଫଳରେ ଦୃଦୟ ସମ୍ମନ୍ଧୀୟ ରୋଗ ନିୟନ୍ତ୍ରଣ କରେ ଏହି ଫଳ।

ଗର୍ଭବତୀ ମହିଳାଙ୍କ ପାଇଁ ଉପଯୋଗୀ

ଆତରେ ଥିବା କପର ଓ ଆଇରନ ଗର୍ଭବତୀ ମହିଳା ଓ ପିଲା ପାଇଁ ବହୁତ ଉପକାରୀ ଅଟେ। ଗର୍ଭବତୀ ମହିଳା ଏହାକୁ ଖାଇବା ଦ୍ୱାରା ଗର୍ଭାବସ୍ଥା ସମୟରେ ହେଉଥିବା ଅସୁବିଧା କିଛି ମାତ୍ରାରେ ଦୂର ହୋଇଥାଏ।

କୋଷ୍ଠକାଠିନ୍ୟ ସମସ୍ୟା

ଏହି ଫଳରେ ଅତ୍ୟଧିକ ମାତ୍ରରେ ଫାଇବର ରହିଛି।ଯାହା କୋଷ୍ଠକାଠିନ୍ୟ ପରି ସମସ୍ୟାକୁ ଦୂର କରି ପାଚନ କ୍ରିୟାକୁ ସୁଦୃଢ କରିବାରେ ସାହାଯ୍ୟ କରେ।

ରକ୍ତହୀନତା ଦୂର

ଆତରେ ଥିବା ଆଇରନ ଓ କପର ରକ୍ତହୀନତା ମଧ୍ୟ ଦୂର କରିବା ପାଇଁ ସାହାଯ୍ୟ କରେ।

ରକ୍ତଚାପ ମଧୁମେୟ ରୋଗ ନିୟନ୍ତ୍ରଣ

ପ୍ରତିଦିନ ଆତ ଖାଇବା ଦ୍ୱାର ରକ୍ତଚାପ ଓ ମଧୁମେୟ ରୋଗ ନିୟନ୍ତ୍ରଣ ହୋଇଥାଏ।

LEAVE A REPLY

Please enter your comment!
Please enter your name here