ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏକ ସମୟ ଥିଲା, ଯେତେବେଳେ ଅଣ୍ଡରୱାର୍ଲଡ ଓ ବଲିଉଡ ମଧ୍ୟରେ ଥିଲା ନିବିଡ଼ ସମ୍ପର୍କ। ସେହି ସମୟରେ କେତେକ ହିରୋଇନଙ୍କର ଅଣ୍ଡରୱାର୍ଲଡ ଡନଙ୍କ ସହ ଆଫେଆରକୁ ନେଇ ବି ଚର୍ଚ୍ଚା ହୋଇଥିଲା। ଆସନ୍ତୁ ଜାଣିବା ସେମାନେ କିଏ?

ସୋନା- ହାଜି ମସ୍ତାନ୍

ଦାଉଦ୍ ଇବ୍ରାହିମ୍‌ଙ୍କ ପୂର୍ବରୁ ଅଣ୍ଡରୱାର୍ଲଡର ଜଣେ ନାମୀ ଡନ୍ ଥିଲେ ହାଜି ମସ୍ତାନ୍। ହାଜି ମସ୍ତାନ୍ ବି ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ଥିଲେ। ସେହି ଅଭିନେତ୍ରୀ ଜଣକ ହେଲେ ସୋନା।

ଏକଦା ହାଜି ମସ୍ତାନ ଓ ସୋନାଙ୍କ ଆଫେଆର୍‌ ବଲିଉଡ ଚର୍ଚ୍ଚାର ବିଷୟ ହୋଇଥିଲା। ସୋନାଙ୍କୁ ବାହା ହୋଇ ଘରସଂସାର କରିବା ପାଇଁ ହାଜି ମସ୍ତାନ୍ ଅଣ୍ଡରୱାର୍ଲଡ ଡନ୍ ବନିଥିଲେ ବୋଲି ମଧ୍ୟ କୁହାଯାଏ। ହାଜି ମସ୍ତାନ୍ ଓ ସୋନାଙ୍କ ପ୍ରେମକାହାଣୀ ଉପରେ ଆଧାରିତ ଥିଲା ବଲିଉଡର ସୁପରହିଟ୍ ଫିଲ୍ମ ‘ୱାନ୍ସ ଅପ୍ ଅନ୍ ଏ ଟାଇମ୍ ଇନ୍ ମୁମ୍ବାଇ’। ଏଥିରେ ଅଜୟ ଦେବଗନ ବନିଥିଲେ ହାଜି ମସ୍ତାନ୍ ଓ କଙ୍ଗନା ରାନାୱତ୍ ସୋନା ଭୂମିକାରେ ଅଭିନୟ କରିଥିଲେ।

ମୋନିକା ବେଦି-ଆବୁ ସାଲେମ

ବଲିଉଡ ନାୟିକା ମୋନିକା ବେଦି ଓ ଅଣ୍ଡରୱାର୍ଲଡ ଡନ୍ ଆବୁ ସାଲେମଙ୍କ ଆଫେଆର୍‌କୁ ନେଇ ଏକଦା ଖୁବ୍ ଚର୍ଚ୍ଚାରେ ଥିଲା। ଫିଲ୍ମରେ ଅଭିନୟ କରିବାକୁ ମୋନିକା ଦେବୀ ଅବୁଙ୍କ ସହଯୋଗ ଲୋଡୁଥିଲେ। ଆବୁ ସାଲେମ୍ ଫୋନ୍‌ରେ ନିର୍ଦ୍ଦେଶକମାନଙ୍କୁ ଧମକ ଦେଇ ଫିଲ୍ମରେ ମୋନିକାଙ୍କୁ କାମ ଦେବାକୁ କହୁଥିଲେ। ପୋଲିସ ଭୟରେ ସେ ଦୁହେଁ ଦେଶ ଛାଡ଼ି ଚାଲିଯାଇଥିଲେ।

ମନ୍ଦାକିନୀଦାଉଦ୍ ଇବ୍ରାହିମ୍

ସୋ’ ମ୍ୟାନ୍ ରାଜ କପୁରଙ୍କ ସୁପରହିଟ୍ ଫିଲ୍ମ ‘ରାମ ତେରି ଗଙ୍ଗା ମୈଲି’ ଜରିଆରେ ଚର୍ଚ୍ଚାକୁ ଆସିଥିଲେ ମନ୍ଦାକିନୀ। ତାଙ୍କର ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ସହିତ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା।

ମମତା କୁଲକର୍ଣ୍ଣୀବିକ୍ରମ ଗୋସ୍ୱାମୀ

ନବେ ଦଶକର ସୁପରହିଟ୍ ହିରୋଇନ୍ ଥିଲେ ମମତା କୁଲକର୍ଣ୍ଣୀ। ସେ କରଣ ଅର୍ଜୁନ ଓ ବାଜି ଭଳି ପପୁଲାର ଫିଲ୍ମର ହିରୋଇନ୍ ଥିଲେ।

କିନ୍ତୁ ଫିଲ୍ମରେ ଭଲ ରୋଲ୍ ନ ମିଳିବା ଫଳରେ ମମତା କୁଲକର୍ଣ୍ଣୀ ଅଣ୍ଡରୱାର୍ଲଡ ଡନ୍ ବିକ୍ରମ ଗୋସ୍ୱାମୀଙ୍କ ପ୍ରେମରେ ପଡ଼ିଗଲେ। ସେ ଭାରତ ଛାଡ଼ି ଦୁବାଇ ଚାଲି ଯାଇଥିଲେ। ସେଠାରେ ବିକ୍ରମ ଓ ମମତା ପାଖାପାଖି ୧୦ ବର୍ଷ ଯାଏଁ ରହିଲେ। ୨୦୧୪ରେ ପୁଲିସ କେନିଆରୁ ମମତା କୁଲକର୍ଣ୍ଣୀଙ୍କୁ ଗିରଫ କରିଥିଲା।

ଅନୀତା ଅୟୁବ୍-ଦାଉଦ୍ ଇବ୍ରାହିମ୍

ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍‌ର କେବଳ ମନ୍ଦାକିନୀଙ୍କ ସହିତ ପ୍ରେମ ସମ୍ପର୍କ ଥିବା କହିବା ଭୁଲ୍ ହେବ। ତାଙ୍କର ଆଉ ଜଣେ ଆକ୍‌ଟ୍ରେସଙ୍କ ସହିତ ମଧ୍ୟ ଆଫେଆର୍‌ ଥିଲା ବୋଲି କୁହାଯାଏ।

ଏହି ନାୟିକା ଜଣକ ହେଲେ ଅନୀତା ଅୟୁବ୍। କୁହାଯାଏ ଯେ ଅନୀତା ଅୟୁବଙ୍କୁ ନିଜ ଫିଲ୍ମରେ ନେବା ପାଇଁ ଦାଉଦ୍ ମଧ୍ୟ ନିର୍ଦ୍ଦେଶକ ଓ ନିର୍ମାତାମାନଙ୍କୁ ଧମକ ଦେଉଥିଲେ। ଆହୁରି ମଧ୍ୟ ଶୁଣିବାକୁ ମିଳିଥିଲା ଯେ ନିର୍ମାତା ଜାଭେଦ୍ ସିଦ୍ଦିକିଙ୍କୁ ଦାଉଦ୍ ଫୋନ୍‌ରେ ଧମକ ଦେବା ପରେ ବି ସେ ଅନୀତାଙ୍କୁ ନେଇନଥିଲେ ଫିଲ୍ମରେ। ଏହା ପରେ ଜାଭେଦ୍‌ଙ୍କୁ ହତ୍ୟା କରିଥିଲେ ଦାଉଦ୍ ଇବ୍ରାହିମ୍।

LEAVE A REPLY

Please enter your comment!
Please enter your name here