ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଫା ଆଓ୍ବାର୍ଡ ୨୦୧୮ରେ ପତ୍ନୀ ଶ୍ରୀଦେବୀଙ୍କୁ ମନେପକାଇ ଭାବବିହ୍ଵଳ ହୋଇଯାଇଥିଲେ ସ୍ଵାମୀ ବୋନି କପୁର। ତାଙ୍କୁ ସମ୍ଭାଳିଥିଲେ ପୁଅ ଅର୍ଜୁନ କପୁର।

ଆଇଫା ଆଓ୍ବାର୍ଡ ୨୦୧୮ରେ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଫିଲ୍ମ ‘ମମ୍‌’ ପାଇଁ ଶ୍ରୀଦେବୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ଶ୍ରୀଦେବୀଙ୍କ ତାଙ୍କ ପତି ବୋନି କପୁର ଏହି ପୁରସ୍କାର ପାଇଁ ମଞ୍ଚ ଉପରକୁ ଆସିଥିଲେ। ପୁରସ୍କାର ଗ୍ରହଣ କରିବା ସମୟରେ ସେ ଶ୍ରୀଦେବୀଙ୍କୁ ମନେପକାଇ ଭାବବିହ୍ଵଳ ହୋଇଯାଇଥିଲେ ବୋନି।

ତାଙ୍କୁ ସାନ୍ତ୍ୱନା ଦେଇଥିଲେ ପୁଅ ଅର୍ଜୁନ। ଅନିଲ କପୁର ମଧ୍ୟ ମଞ୍ଚ ଉପରକୁ ଆସି ଭାଇ ବୋନିଙ୍କ ପିଠି ଥାପୁଡାଇ ଦେଇଥିଲେ। ଭାବବିହ୍ଵଳ ପରିବେଶରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ନିଜ ପତ୍ନୀଙ୍କ ଅନୁପସ୍ଥିତକୁ ବେଶ୍‌ ହୃଦୟଙ୍ଗମ କରିଥିଲେ ବଲିଉଡ ଫିଲ୍ମ ନିର୍ମାତା ବୋନି କପୁର।

କିଛିଦିନ ତଳେ ଫିଲ୍ମ ‘ମମ୍‌’ ପାଇଁ ଶ୍ରୀଦେବୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ମଧ୍ୟ ଦିଆଯାଇଥିଲା।

ଗତ ଫେବୃଆରି ମାସରେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଦୁବାଇ ଯାଇଥିବାବେଳେ ବାଥଟବରେ ପଡ଼ି ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଥିଲା।

Comment