ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ସାରା ରାଜ୍ୟରେ ତୁହାକୁତୁହା ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥିବା ଯୋଗୁଁ କେତକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ।

ରାଜ୍ୟର  ଅନୁଗୁଳ, କଟକ, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, କେନ୍ଦ୍ରାପଡା,  କୋରାପୁଟ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ଜଗତସିଂପୁର, ଝାରସୁଗୁଡା, ଢେଙ୍କାନାଳ, ଦେବଗଡ, ନବରଙ୍ଗପୁର, ନୟାଗଡ, ନୂଆପଡା, ପୁରୀ, ବରଗଡ, ବଲାଙ୍ଗୀର, ବାଲେଶ୍ଵର, ବୌଦ, ବ୍ଣହ୍ମପୁର, ଭଦ୍ରକ, ଭୁବନେଶ୍ଵର, ମୟୁରଭଞ୍ଜ, ମାଲକାନଗିରି, ଯାଜପୁର, ରାଉରକେଲା, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ସୋନପୁରରେ  ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here