ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ରର ନାସିକଠାରେ ବୁଧବାର ପୂର୍ବାହ୍ନରେ ସୁଖୋଇ-୩୦ଏମକେଆଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
ସୁଖୋଇ-୩୦ଏମକେଆଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ପାଇଟଲ ବିମାନଟି ମହାରାଷ୍ଟ୍ରର ନାସିକଠାରେ ବୁଧବାର ପୂର୍ବାହ୍ନରେ ହାଲ ଅଧିନରେ ଏହି ବିମାନକୁ ଆକାଶରେ ପରୀକ୍ଷାମୂଳକ ଭାବରେ ଉଡ଼ା ଯାଉଥିଲା। ବିମାନରେ ଥିବା ଦୁଇଜଣ ପାଇଲଟ ସୌଭାଗ୍ୟବଶତଃ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି।
ବିଗତ କିଛି ଦିନ ମଧ୍ୟରେ ବାୟୁସେନାର ଏକାଧିକ ବିମାନ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହେଉଛି। ଏକାଧିକ ପାଇଲଟ ଏଭଳି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।
କିଛି ଦିନ ପୂର୍ବେ ଉତ୍ତରାଖଣ୍ଡର କେଦାରନାଥଠାରେ ଏକ ମିଗ-୧୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଯାତ୍ରୀମାନେ ସୁରକ୍ଷିତ ବର୍ତ୍ତି ଯାଇଥିଲେ ମଧ୍ୟ ହେଲିକପ୍ଟର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଏହି ହେଲିକପ୍ଟର ଗୁପ୍ତକାଶିରୁ କେଦାରନାଥ ଅଭିମୁଖେ ଯାତ୍ରା କରୁଥିଲା।