ଓଡ଼ିଶାଲାଇଭ୍ ବ୍ୟୁରୋ
ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଅପରାହ୍ଣ ୪ଟାରୁ ମହାପ୍ରଭୁ ହାତୀ ବେଶରେ ଦର୍ଶନ ଦେଉଛନ୍ତି। ହାତୀ ବେଶ ଦେଖିବା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।
ଶ୍ରଦ୍ଧାଳୁମାନେ ହାତୀ ବେଶ ଦେଖିବା ପାଇଁ ଧାଡ଼ିରେ ସ୍ନାନମଣ୍ଡପ ନିକଟକୁ ଆସୁଛନ୍ତି।
ମହାପ୍ରଭୁ ୧୦୮ ଗରା ଜଳରେ ସ୍ନାନ କରିବା ପରେ ମଇଲମ, ମେକାପ ସର୍ବାଙ୍ଗ, ନୂଆ ଲୁଗା ଲାଗି ବେଶ କାର୍ଯ୍ୟ ଶେଷ ହୋଇଥିଲା। ସାଢ଼େ ୩ଟାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ସ୍ନାନମଣ୍ଡପରେ ଛେରା ପହଁରା କରିଥିଲେ। ପରେ ହାତୀ ବେଶରେ ମହାପ୍ରଭୁ ଦର୍ଶନ ଦେଉଛନ୍ତି।
ସନ୍ଧ୍ୟା ୫ଟାରେ ମହନ୍ତ ଶାଢ଼ୀବନ୍ଧା ନୀତି ଅନୁଷ୍ଠିତ ହେବା ପରେ ସାଢ଼େ ୫ଟାରୁ ଘଣ୍ଟଛତା ସକାଳ ଧୂପ ନୀତି ଚାଲିଛି। ସାଢ଼େ ୭ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ।
ରାତି ୧୦ଟାରେ ପୁଷ୍ପାଞ୍ଜଳି ଓ ଡୋର ଲାଗି ନୀତି ନୀତି ଅନୁଷ୍ଠିତ ହେବା ପରେ ଅଣସର ଘରକୁ ଠାକୁର ବିଜେ କରିବେ।
















