ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୮ର ଏକ ବହୁ ପ୍ରତୀକ୍ଷିତ ସିନେମା ହେଲାଧଡକ୍‌’ ଆସନ୍ତୁ ଜାଣିବା ଏହି ସିନେମା ସମ୍ପର୍କରେ କିଛି ମଜାଦାର କଥା

୨୦୧୮ର ଏକ ବହୁ ପ୍ରତୀକ୍ଷିତ ସିନେମା ହେଉଛି ‘ଧଡକ’। ଏହି ସିନେମାରେ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ କନ୍ୟା ଜାହ୍ନବୀ କପୁର ଡେବ୍ୟୁ କରିଛନ୍ତି। ନିର୍ମାତା କରଣ ଜୋହର ‘ଧଡକ’ ଚଳଚ୍ଚିତ୍ର ନିର୍ମାଣ କରିବା ସମୟରେ ସେ ଏଥିରେ ନାୟିକା ଭୂମିକାରେ ଜାହ୍ନବୀଙ୍କୁ ନେବେ ବୋଲି ଠିକ୍ କରିଥିଲେ।

‘ଧଡକ୍’ ମରାଠୀ ସିନେମା ‘ସୈରାଟ’ର ରିମେକ ହେଲେ ବି ଏହାର କାହାଣୀରେ କିଛିଟା ପରିବର୍ତ୍ତନ କରାଯାଇଛି। ଦି ଷ୍ଟୁଡିଓସ ଓ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ସିନେମାର କାହାଣୀ ରାଜସ୍ଥାନ ପୃଷ୍ଠଭୂମିରେ ପ୍ରସ୍ତୁତ। ନାୟକ-ନାୟିକାଙ୍କ ଜାତିଗତ ବୈଷମ୍ୟ ଭଳି ପ୍ରସଙ୍ଗକୁ ଏହି ଚଳଚ୍ଚିତ୍ରର କାହାଣୀରେ ମୁଖ୍ୟ ଆଧାର କରାଯାଇଛି।

ନିର୍ଦ୍ଦେଶକ ଶଶାଙ୍କ ଖୈତାନ୍ ଏହାର ଚିତ୍ରନାଟ୍ୟ ରଚନା କରିଛନ୍ତି। ‘ଧଡକ୍‌’କୁ ପ୍ରଥମେ ଜୁଲାଇ ୬ ତାରିଖରେ ରିଲିଜ୍ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ‘ସଞ୍ଜୁ’ର ରିଲିଜ୍ ତାରିଖକୁ ଆଖି ଆଗରେ ରଖି ‘ଧଡକ୍‌’ର ରିଲିଜ ତାରିଖକୁ ଘୁଞ୍ଚାଇ ଦିଆଗଲା। ଏବେ ଏହା ଜୁଲାଇ ୨୦ ତାରିଖରେ ମୁକ୍ତିଲାଭ କରିବ।

ଧଡକସିନେମାରେ କେଉଁ ଷ୍ଟାରଙ୍କ ପ୍ରାଇସ୍‍ କେତେ?

ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁରଙ୍କର ପ୍ରଥମ ସିନେମା ହେଲା ‘ଧଡକ୍‌’। ଏହା ଜୁଲାଇ ୨୦ ତାରିଖରେ ମୁକ୍ତିଲାଭ କରୁଛି। ଏଥିରେ ଜାହ୍ନବୀ କପୁରଙ୍କ ବିପକ୍ଷରେ ଏଥିରେ ନାୟକ ବନିଛନ୍ତି ଶାହିଦ୍ କପୁରଙ୍କ ସାନଭାଇ ଇଶାନ୍ ଖଟ୍ଟର।

ହେଲେ ଆପଣ ଜାଣନ୍ତି କି ‘ଧଡ଼କ’ର ନାୟିକା ଜାହ୍ନବୀ କପୁର ଓ ନାୟକ ଇଶାନ୍ ଖଟ୍ଟର କେତେ ଟଙ୍କା  ନେଇଛନ୍ତି! ଜାହ୍ନବୀ କପୁରଙ୍କର ଏହା ପ୍ରଥମ ଫିଲ୍ମ ହେଲେ ବି ତାଙ୍କୁ ପାରିଶ୍ରମିକ ବାବଦରେ ମିଳିଛି ୫୦ରୁ ୬୦ ଲକ୍ଷ ଟଙ୍କା। ଠିକ୍ ସେହିପରି ଇଶାନ୍ ଖଟ୍ଟରଙ୍କୁ ମଧ୍ୟ ସମାନ ପରିମାଣର ଅର୍ଥ ମିଳିଥିବା ଜଣାଯାଇଛି।

ଏବେ ଆସନ୍ତୁ ଜାଣିବାଧଡକ୍‌’ ଅନ୍ୟ ପ୍ରମୁଖ ବ୍ୟକ୍ତିଙ୍କୁ କେତେ ଟଙ୍କା ମିଳିଛି

ଆଶୁତୋଷ ରାଣା

‘ଧଡକ୍‌’ରେ ଜାହ୍ନବୀଙ୍କ ପିତା ଭୂମିକାରେ ନଜର ଆସିବେ ଆଶୁତୋଷ ରାଣା। ଏହି ଭୂମିକା ଲାଗି ଆଶୁତୋଷଙ୍କୁ ପ୍ରାୟ ୮୦ ଲକ୍ଷ ଟଙ୍କା ଦିଆଯାଇଥିବା ଜଣାଯାଇଛି।

ଶଶାଙ୍କ ଖେତାନ୍

‘ଧଡକ୍‌’ର ନିର୍ଦ୍ଦେଶକ ଶଶାଙ୍କ ଖେତାନଙ୍କୁ ନିର୍ଦ୍ଦେଶନା ବାବଦରେ ୪ କୋଟି ଦିଆଯାଇଥିବା ଜଣାଯାଇଛି। ଏହାପୂର୍ବରୁ ଶଶାଙ୍କ ‘ହମ୍ପଟି ଶର୍ମା କି ଦୁଲହନିଆ ଓ ବଦ୍ରିନାଥ କି ଦୁଲହନିଆ’ ଭଳି ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇସାରିଛନ୍ତି।

ନାଗରାଜ ମଞ୍ଜୁଲେ

‘ଧଡକ’ର କାହାଣୀକାର ହେଲେ ନାଗରାଜ ମଞ୍ଜୁଲେ। ସେ ‘ସୈରାଟ’ର କାହାଣୀ ଓ ନିର୍ଦ୍ଦେଶନା ସାଙ୍ଗକୁ ପ୍ରଯୋଜନା ମଧ୍ୟ କରିଥିଲେ। ଏହି ସିନେମାର ରିମେକ୍ ହେଉଛି ‘ଧଡକ୍’। ଏହାର କାହାଣୀ ରାଇଟସ ବାବଦରେ ଦୁଇ କୋଟି ଟଙ୍କା ନେଇଛନ୍ତି ନାଗରାଜ।

ଅଜୟଅତୁଲ

‘ଧଡକ’ର ସଙ୍ଗୀତକାର ଯୋଡି ହେଲେ ଅଜୟ ଅତୁଲ। ସେମାନଙ୍କୁ ୧ କୋଟି ୫୦ ଲକ୍ଷ ଟଙ୍କା ଦିଆଯାଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here