ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଙ୍ଗୀୟ ନାୟିକା ମେଘା ଓଲିଉଡରେ ପ୍ରାୟ ପାଞ୍ଚବର୍ଷ ଯାଏଁ ନିଜର ଅଭିନୟର ଜଲୱାରେ ଦର୍ଶକଙ୍କୁ ଖୁବ୍‍ ମୋହିତ କରିଥିଲେ ଏହି ସମୟରେ ସେ ସିଦ୍ଧାନ୍ତଙ୍କଠାରୁ ଆରମ୍ଭ କରି ବାବୁସାନ୍ଙ୍କ ଯାଏଁ ଅନ୍ସ୍କ୍ରିନ୍ରୋମାନ୍ସ କରିଛନ୍ତି

ନିର୍ମାତା-ନିର୍ଦ୍ଦେଶକ ରାହତ କୁଦୁଶୀ ତାଙ୍କ ପ୍ରଥମ ଓଡ଼ିଆ ସିନେମା ‘ଲଭ ଡଟ୍ କମ୍’ରେ ଓଡ଼ିଆ ଦର୍ଶକଙ୍କୁ ଭେଟି ଦେଇଥିଲେ ଜଣେ ନୂଆ ନାୟିକାଙ୍କୁ। ଏହି ନାୟିକା ଜଣକ ହେଲେ ମେଘା। ଆସନ୍ତୁ ଜାଣିବା ମେଘା କେଉଁସବୁ ଓଲିଉଡରେ ଟପ୍ ହିରୋଙ୍କ ସହିତ ଅନସ୍କ୍ରିନ୍ ରୋମାନ୍ସ କରିଛନ୍ତି।

ସବ୍ୟସାଚୀମେଘା

ମେଘାଙ୍କ ଡେବ୍ୟୁ ଫିଲ୍ମ ହେଲା ‘ଲଭ ଡଟ୍ କମ୍’। ଏହି ସିନେମାରେ ମେଘାଙ୍କୁ ମିଳିଥିଲା ଓଲିଉଡର ସୋବର ବୟ ସବ୍ୟସାଚୀଙ୍କ ସାଥ୍। ଏହି ସିନେମାରେ ସବ୍ୟସାଚୀ-ମେଘାଙ୍କ କେମେଷ୍ଟ୍ରି ଜମି ଯାଇଥିଲା। ଏହାପରେ ପୁଣି ଦର୍ଶକ ସବ୍ୟସାଚୀ ମେଘାଙ୍କ ଯୋଡ଼ିକୁ ଦର୍ଶକ ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ‘ଚାନ୍ଦିନୀ ଆଇ ମିସ୍‌ ୟୁ’ରେ ପୁଣି ଦେଖିବାକୁ ପାଇଥିଲେ। ଏହି ଫିଲ୍ମରେ ବି ଦର୍ଶକ ସବ୍ୟସାଚୀ-ମେଘାଙ୍କ ଯୋଡ଼ିକୁ ପସନ୍ଦ କରିଥିଲେ।

ଅନୁଭବମେଘା

ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହିତ ବି ମେଘାଙ୍କର ଅନ୍‌ସ୍କ୍ରିନ୍ ରୋମାନ୍ସ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା। ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ତଥା ପ୍ରଭାସ ଚନ୍ଦ୍ର ରାଉତଙ୍କ ପ୍ରଯୋଜିତ ‘ମୋଷ୍ଟ୍ ୱାଣ୍ଟେଡ୍’ ଫିଲ୍ମରେ ପ୍ରଥମ ଓ ଶେଷଥର ପାଇଁ ଦର୍ଶକ ଅନୁଭବ-ମେଘାଙ୍କ ଯୋଡ଼ିକୁ ଦେଖିବାକୁ ପାଇଥିଲେ।

ବାବୁସାନ୍ମେଘା

ଓଲିଉଡର ଅନ୍ୟତମ ଟପ୍ ହିରୋ ବାବୁସାନଙ୍କ ସାଥ୍ ମଧ୍ୟ ପାଇଥିଲେ ମେଘା। ସେ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ଲୁଚକାଳି’ ସିନେମାରେ ବାବୁସାନ୍‌ଙ୍କ ସହ ନଜର ଆସିଥିଲେ। ଏଥିରେ ମେଘାଙ୍କର ସେକ୍ସି ଲୁକ୍‍ ଦର୍ଶକଙ୍କୁ ପ୍ରଲୁବ୍ଧ କରିଥିଲା।

ସିଦ୍ଧାନ୍ତମେଘା

ବଲିଉଡର ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସାଥ୍ ମଧ୍ୟ ପାଇଛନ୍ତି ସେକ୍ସି ହିରୋଇନ୍ ମେଘା। ସେ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ସିନେମା ‘ହରି ଓମ୍ ହରି’ରେ ସିଦ୍ଧାନ୍ତ ବିପକ୍ଷରେ ନାୟିକା ବନିଥିଲେ। ଏହି ସିନେମାରେ ସିଦ୍ଧାନ୍ତ ଓ ମେଘାଙ୍କ ଅନ୍‌ସ୍କ୍ରିନ୍ ରୋମାନ୍ସ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା।

ଆକାଶମେଘା

ଓଲିଉଡର ଆକସନ୍‌ ବୟ ଆକାଶଙ୍କ ସହିତ ବି କାମ କରିଛନ୍ତି ମେଘା। ଆକାଶ ଓ ମେଘା ‘ନମ୍ବର ୱାନ୍ ଖିଲାଡି’ ଟାଇଟଲରେ ନିର୍ମିତ ଏକ ଓଡ଼ିଆ ସିନେମାରେ ମିଶି କାମ କରିଥିଲେ। ଏହା ଅବଶ୍ୟ ଭିନ୍ନ କଥା ଯେ ଏ ଯାଏଁ ‘ନମ୍ବର ୱାନ୍ ଖିଲାଡ଼ି’ ରିଲିଜ୍‌ ହୋଇନାହିଁ।

ସୁନୀଲ କୁମାରମେଘା

ଓଲିଉଡର ଆଉ ଜଣେ ଲୋକପ୍ରିୟ ନାୟକ ହେଲେ ସୁନୀଲ କୁମାର। ସୁନୀଲଙ୍କ ସହିତ ମେଘାଙ୍କର ଅନ୍‌ସ୍କ୍ରିନ୍‌ ରୋମାନ୍ସ ବି ଦେଖିଛନ୍ତି ଦର୍ଶକ। ସୁନୀଲ ମେଘାଙ୍କ ସହ ‘ମୁଁ ଆଶିକ୍‌ ଆୱାରା’ ସିନେମାରେ ନଜର ଆସିଥିଲେ।

LEAVE A REPLY

Please enter your comment!
Please enter your name here