ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ରବିବାର ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ।
ରବିବାର ଭୁବନେଶ୍ୱର ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ଏଥିପାଇଁ ବିଜେପି କର୍ମୀମାନେ ଉତ୍ସାହିତ ହୋଇଯାଇଛନ୍ତି। ଅମିତ ଶାହଙ୍କୁ ସ୍ୱାଗତ କରିବା ପାଇଁ ବିଜେପି ଶିବିରରେ ଚାଲିଛି ଜୋରଦାର ପ୍ରସ୍ତୁତି।
ଅମିତ ଶାହ ରବିବାର ସକାଳେ ଭୁବନେଶ୍ୱରରେ ପହଞ୍ଚିବେ। ଏୟାରପୋର୍ଟରୁ ସିଧାସଳଖ ସେ ବିଜେପି ପାର୍ଟି ଅଫିସରେ ପହଞ୍ଚିବେ। ଦୁଇଟି ପର୍ଯ୍ୟାୟରେ ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ।
ପ୍ରଥମ ପର୍ଯ୍ୟାୟରେ ତୃଣମୂଳ ସ୍ତରର ପ୍ରତିନିଧିଙ୍କୁ ଭେଟିବେ ଶାହ। ଭୁବନେଶ୍ୱର, ପୁରୀ ଏବଂ କଟକ ଲୋକସଭା ଆସନ ଅଧୀନରେ ଥିବା ପ୍ରତି ପଞ୍ଚାୟତର ଦୁଇ ଜଣ ଲେଖାଏଁ ପ୍ରତିନିଧିଙ୍କୁ ଶାହ ଗୁରୁମନ୍ତ୍ର ଦେବେ।
ସେହିପରି ସାଙ୍ଗଠନିକ କଥା ବୁଝୁଥିବା କର୍ମକର୍ତ୍ତାଙ୍କୁ ମଧ୍ୟ ଭେଟିବେ ଶାହ। ୨୦୧୯ ନିର୍ବାଚନରେ ମିଶନ-୧୨୦ ଲକ୍ଷ୍ୟ କିପରି ହସଲ ହେବ ସେନେଇ ସମୀକ୍ଷା କରିବେ। ୨୦୧୭ ସେପ୍ଟେମ୍ବର ଗସ୍ତ ବେଳେ କର୍ମକର୍ତ୍ତାମାନଙ୍କୁ ଯେଉଁ ଟାସ୍କ ଶାହ ଦେଇଥିଲେ ତାର ଟିକିନିଖି ହିସାବ ମାଗିବେ ବିଜେପି ରାଷ୍ଟ୍ରୀୟ ସଭାପତି।
















