ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅକ୍ଷୟ କୁମାରଙ୍କ ନୂଆ ସିନେମା ‘ଗୋଲଡ’ ସ୍ୱାଧୀନତା ଦିବସ ଅବସରରେ ମୁକ୍ତିଲାଭ କରୁଛି। ଆସନ୍ତୁ ଜାଣିବା ଏହି ସିନେମା ବିଷୟରେ କିଛି ଅଜଣା କଥା।
ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ସିନେମା ହେଲା ‘ଗୋଲଡ’। ଏହାର ନିର୍ଦ୍ଦେଶନା ଦେଇଛନ୍ତି ରୀମା କାଗ୍ତି। ଏଥିରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ନଜର ଆସିବେ ଛୋଟ ପରଦାର ‘ନାଗିନ୍’ ଓରଫ ମୌନି ରୟ ।
କାହିଁକି ମୌନିଙ୍କୁ ମିଳିଲା ନାୟିକା ଭୂମିକା
ନିର୍ଦ୍ଦେଶିକା ରୀମା କାଗତି ‘ଗୋଲ୍ଡ’ରେ ଅକ୍ଷୟ କୁମାରଙ୍କ ପାଇଁ ନାୟିକା ସନ୍ଧାନର ଦାୟିତ୍ୱ କାଷ୍ଟିଂ ଡିରେକ୍ଟରଙ୍କୁ ଦେଇଥିଲେ। ସେ ଅନେକ ଅଭିନେତ୍ରୀଙ୍କର ସ୍କ୍ରିନ୍ ଟେଷ୍ଟ ନେଇଥିଲେ। ହେଲେ ମୌନିଙ୍କ ସ୍କ୍ରିନ୍ ଟେଷ୍ଟ ନେବା ପରେ ସେ ଅନୁଭବ କରିଥିଲେ ଯେ ପ୍ରକୃତରେ ‘ଗୋଲଡ’ରେ ତପନ ଦାସଙ୍କ ପତ୍ନୀ ଭୂମିକା ଲାଗି ମୌନି ହିଁ ଫିଟ୍ ବୋଲି ମନେ କଲେ। ମୌନି ଏହି ଚଳଚ୍ଚିତ୍ରରେ ଜଣେ ବଙ୍ଗୀୟ ମହିଳା ଭୂମିକା ନିଭାଇଥିବାରୁ ମଧ୍ୟ ଖୁସି ଅଛନ୍ତି।
ସତ୍ୟ ଘଟଣା ଉପରେ ଆଧାରିତ
‘ଗୋଲଡ’ ସିନେମାରେ ଅକ୍ଷୟ କୁମାର ଓ ମୌନି ରୟଙ୍କ ବ୍ୟତୀତ କୁନାଲ କପୁର, ବିନିତ କୁମାର ସିଂହ, ଅମିତ୍ ସାଥ୍ ଓ ସନ୍ନି କୌଶଲ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।ରାଜେଶ ଦେବରାଜ ଓ ରୀମା କାଗତି ଫିଲ୍ମର କାହାଣୀ ଲେଖିଥିବାବେଳେ ସଂଳାପ ଲେଖିଛନ୍ତି ଜାଭେଦ୍ ଅଖତାର। ସଚିନ-ଜିଗର ଏହାର ସଙ୍ଗୀତ ନିର୍ଦ୍ଦେଶକ। ୧୯୩୬ରୁ ୧୯୪୮ ଯାଏଁ ଅଲମ୍ପିକରେ ଭାରତୀୟ ହକିର ଯାତ୍ରା ପ୍ରସଙ୍ଗ ଉପରେ ଏହାର କାହାଣୀ ଆଧାରିତ।
ଅକ୍ଷୟ କୁମାରଙ୍କ ଆଗାମୀ ସିନେମା ‘ଗୋଲଡ’ ଏବେ ଖୁବ୍ ଚର୍ଚ୍ଚାରେ ରହିଛି। ଏକ୍ସେଲ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ସିନେମାରେ ଅକ୍ଷୟ ଜଣେ ହକି କୋଚ୍ ଭୂମିକାରେ ଅଛନ୍ତି। ତାଙ୍କର ନାଁ ହେଲା ତପନ ଦାସ। ତାଙ୍କର ଇଚ୍ଛା ଭାରତକୁ ଅଲମ୍ପିକରେ ଗୋଲଡ ମେଡାଲ ଆଣିଦେବ।
‘ଗୋଲ୍ଡ’ରେ ଦେଶଭକ୍ତିମୂଳକ କେତେକ ଦମଦାର ସଂଳାପ ଅଛି। ଏଥିମଧ୍ୟରୁ କେତୋଟି ସଂଳାପ ଫିଲ୍ମ ରିଲିଜ୍ ହେବା ଆଗରୁ ଚର୍ଚ୍ଚିତ ହୋଇଛି।
ଏଗୁଡ଼ିକ ହେଲା:
୧. ହମାରେ ଘର ମେଁ ଇନକିଲାବ୍ ଜିନ୍ଦାବାଦ ପହଲେ ହୋତାହେ, ଫିର୍ ନାସ୍ତା ହୋତା ହେ।
୨.ହମାରେ ସରପେ ବ୍ରିଟିଶ୍ ଫ୍ଲାଗ୍ ଫଡଫଡାକେ ମାନୋ ୟେ ବୋଲ୍ ରହା ଥା
୩. ଉନକେ ଦେଶ ମେଁ ଉନହିକେ ପବ୍ଲିକ୍ କେ ସାମନେ, ଉନ୍ହିକେ କିଙ୍ଗକେ ଆଗେ ଉନ୍କୋ ହରାଏଙ୍ଗେ
୪. ହମାରା ଟିମ୍ ଅଂଗ୍ରେଜୋଁକୋ ଲଣ୍ଡନ ମେଁ ହରାକର ଅପ୍ନା ୨୦୦ ସାଲ୍ ପୁରାନା ଗୁଲାମି କା ବଦଲା ଲେଗା।
୫. ଜବ୍ ହମ୍ ପୈଦା ହୁଏ ଥେ, ତୋ ଡକ୍ଟର ପହଲି ହି ନଜର ମେଁ ବୋଲ୍ ଦିଏ ଥେ – ଆପକେ ଘର ମେଁ ସେଣ୍ଟର ଫରୱାଡି ପୈଦା ହୁଆ ହେ।
୬. ଜିସ୍ ତରହ ଖେଲ ମେଁ ବଲ କୋ ପାସ୍ କିୟା ଜାତା ହେ, କଭି କଭି ଜିନ୍ଦେଗି ମେଁ ଅପନେ ସପନୋଁ କା ପାସ୍ କରନା ପଡତା ହେ।
୭. ୟେ ହମାରା ଝଣ୍ଡା, ଇସ୍ସେ ଆଜତକ୍ ଅପନେ ସିନେ ମେଁ ଦବାଏ ରଖା ହେ… ଜାନତେ ହୋ କ୍ୟୁଁ, ଏକ ଦିନ୍ ହମାରା ହିନ୍ଦୁସ୍ତାନ ଆଜାଦ୍ ହୋଗା, ଔର୍ ଫିର୍ ହମ୍ ଗୋଲଡ ଜିତେଙ୍ଗେ, ଔର୍ ହମାରା ଝଣ୍ଡା ଲହରାଏଗା… ଔର ଉସକେ ନିଚେ ହମ୍ ‘ଲଙ୍ଗ୍ ଲିଭ ଦ କିଙ୍ଗ୍’ ନେହିଁ କହେଙ୍ଗେ, ଅପନା ରାଷ୍ଟ୍ର ଗାନା ଗାଏଙ୍ଗେ।
















