ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବାର ଦିନ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ବିଚାରପତିମାନେ ପରାମର୍ଶ ଦେଇଛନ୍ତି ଯେ ଅନ୍ୟ ଧର୍ମର ଲୋକଙ୍କୁ ବି ପୁରୀ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ଅଧିକାର ମିଳିବା ଦରକାର। କେଉଁ ପରିସ୍ଥିତିରେ ଅଣ ହିନ୍ଦୁଙ୍କୁ ଅନୁମତି ଦିଆଯାଇପାରିବ ସେନେଇ ମନ୍ଦିର ପରିଚାଳନା କମିଟି ଚିନ୍ତା କରିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିପାରିବେ ବୋଲି କୁହାଯାଉଥିଲେ ମଧ୍ୟ ଏବେ କେବଳ ହିନ୍ଦୁମାନେ ହିଁ ମନ୍ଦିର ଭିତରକୁ ଯାଇଥାନ୍ତି। ଗତ ମାସରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ନେଇ ସୁପ୍ରିମକୋର୍ଟର ଏକ ବେଞ୍ଚ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିବା ବେଳେ ଅଣହିନ୍ଦୁଙ୍କ ପ୍ରବେଶ କଟକଣାକୁ ଉଠାଇବା ପାଇଁ ସୁପ୍ରିମକୋର୍ଟର ନୂଆ ପରାମର୍ଶ ଆଉ ଏକ ବିବାଦକୁ ଛିଡ଼ା କରିବାର ଆଶଙ୍କା କରାଯାଉଛି।

Comment