ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍ ସୟଦ ଉସମାନ ଅଲ୍ଲୀକୁ ଆଉ ଚାରି ଦିନ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ରବିବାର ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ସୋମବାର ଦିନ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ଟିଟୋକୁ ହାଜର କରିଥିଲା କ୍ରାଇମବ୍ରାଞ୍ଚ।

ଟିଟୋକୁ ଦ୍ୱିତୀୟ ଥର ପାଇଁ ୧୦ ଦିନିଆ ରିମାଣ୍ଡରେ ନେବା ଲାଗି ଆଦେବନ କରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ। ହେଲେ କୋର୍ଟ ୪ ଦିନିଆ ରିମାଣ୍ଡରେ ନେବା ଲାଗି ଅନୁମତି ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ବେଳେ ଟିଟୋର ଅପରାଧ ସାମ୍ରାଜ୍ୟ ଉପରେ ଖୋଳତାଡ଼ କରିଥିଲା ତଦନ୍ତକାରୀ ଟିମ୍। ଟିଟୋର କେଉଁଠି ଅପରାଧିକ ସାମ୍ରାଜ୍ୟ ଚାଲିଥିଲା ତାହା ମଧ୍ୟ ଜାଣିପାରିଥିଲା କ୍ରାଇମବ୍ରାଞ୍ଚ ଅଧିକାରୀ।

କ୍ରାଇମବ୍ରାଞ୍ଚ ଟିମ୍ ଟିଟୋର ଦିଲାରପୁର ଘର, କେନ୍ଦ୍ରାପଡ଼ା ଓ ପାରାଦୀପରେ ଥିବା ବ୍ୟବସାୟ ପ୍ରତିଷ୍ଠାନରେ ଚଢ଼ାଉ କରିଥିଲା। ବ୍ୟବସାୟ ପ୍ରତିଷ୍ଠାନକୁ ସିଲ୍‌ କରିଥିଲା କ୍ରାଇମବ୍ରାଞ୍ଚ।

LEAVE A REPLY

Please enter your comment!
Please enter your name here