ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋମବାର ଦିନ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ତାଜମହଲରେ କେବଳ ଆଗ୍ରାରେ ବସବାସ କରୁଥିବା ମୁସଲିମ୍‌ମାନେ ହିଁ ନମାଜପାଠ କରିପାରିବେ। ଆଗ୍ରା ବାହାରୁ ଆସୁଥିବା ମୁସଲିମ୍‌ମାନେ ତାଜମହଲରେ ନମାଜପାଠ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ବିଶ୍ବର ସପ୍ତାଶ୍ଚର୍ଯ୍ୟ ତାଲିକାରେ ପ୍ରେମର ପ୍ରତୀକ ତାଜମହଲ ସ୍ଥାନ ପାଉଥିବାରୁ ବାହାରର ମୁସଲିମ୍‌ମାନଙ୍କୁ ନମାଜପାଠ କରିବା ପାଇଁ ଅନୁମତି ଦେଇ ନାହାନ୍ତି କୋର୍ଟ। ତାଜମହଲ ମଦଳରେ ଅନ୍ୟ କୌଣସି ସ୍ଥାନରେ ନମାଜପାଠ କରିବାକୁ ଜଷ୍ଟିସ ଏ କେ ସିକ୍ରି ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି।

ତାଜମହଲରେ ବାହାରୁ ଆସୁଥିବା ମୁସଲିମ୍‌ମାନେ ନମାଜପାଠ କରିପାରିବେ ନାହିଁ ବୋଲି ଜାନୁଆରୀ ୨୪ରେ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ପ୍ରଶାସନ। ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ତାଜମହଲ ମସ୍‌ଜିଦ ପରିଚାଳନା କମିଟି ସଭାପତି ସୟଦ ଇବ୍ରାହିମ୍ ହୁସେନ୍ ଜିହାଦି। ସେ ଯୁକ୍ତି କରିଥିଲେ ଯେ ଆଗ୍ରାକୁ ବିଶ୍ୱର ବିଭିନ୍ନ ସ୍ଥାନରୁ ବିଭିନ୍ନ ବିର୍ଗର ପର୍ଯ୍ୟଟକ ଆସନ୍ତି। ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଏଠାରେ ନମାଜପାଠରୁ ବଞ୍ଚିତ କରା ନଯାଉ। କିନ୍ତୁ ତାଜମହଲ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ତାଲିକାରେ ଥିବାରୁ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

ବିଜେପି ନେତାମାନେ ତାଜମହଲକୁ ଶିବାଳୟ ବୋଲି ଦାବି କରି ଆସୁଛନ୍ତି। ଏହାକୁ ନେଇ ବିଗତ ଦିନରେ ଅନେକ ବିବାଦ ଦେଖାଦେଇଛି।

Comment