ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ସାଂସଦମାନଙ୍କୁ ଚିଠି ଲେଖିଛନ୍ତି। 

ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ସମସ୍ତ ସାଂସଦମାନଙ୍କୁ ଚିଠି ଲେଖିଛନ୍ତି। ଗୃହ ପରିଚାଳନାରେ ସମସ୍ତ ସଦସ୍ୟ ସହଯୋଗ କରିବାକୁ ସେ ଚିଠିରେ ନିବେଦନ କରିଛନ୍ତି।

୨୦୧୯ ନିର୍ବାଚନ ପୂର୍ବରୁ ଆଉ ୩ଟି ଅଧିବେଶନ ଚାଲିବ। ଏହସବୁ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ। ଏଣୁ ସମସ୍ତ ସଦସ୍ୟ ଅଧିବେଶନ ଚାଲିବା ବେଳେ ସହଯୋଗ କରିବା ସହ ଆଲୋଚନାରେ ଭାଗ ନେବା ପାଇଁ ସେ ନିବେଦନ କରିଛନ୍ତି।

ଲୋକସଭାର ବିଭିନ୍ନ ଅଧିବେଶନରେ ସାଂସଦମାନେ ଯେଉଁଭଳି ଆଚରଣ କରୁଛନ୍ତି ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବାଚସ୍ପତି। ଏହା ଉଦବେଗଜନକ ବୋଲି ସେ କହିଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତେ ନିଜର ମତ ରଖିପାରିବେ। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ। ହେଲେ ଗୃହରେ ଅଶୋଭନୀୟ ଆଚରଣ ଗ୍ରହଣୀୟ ନୁହେଁ ବୋଲି ବାଚସ୍ପତି ସୁମିତ୍ରା ମହାଜନ କହିଛନ୍ତି।

ଆଗାମୀ ମୌସୁମୀ ଅଧିବେଶନ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆସିବ। ଏଥିରେ ବିରୋଧୀ ଦଳଙ୍କ ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଜୁଲାଇ ୧୭ରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ।

ଏହାସହ ସେହିଦିନ ବାଚସ୍ପତି ସୁମିତ୍ରା ମହାଜନଙ୍କ ବାସଭବନରେ ଡିନର ପାର୍ଟି ଆୟୋଜନ କରାଯାଇଛି। ଏହି ପାର୍ଟିରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିରୋଧୀ ଦଳର ସଭ୍ୟମାନଙ୍କୁ ଆମନ୍ତ୍ରିତ କରାଯାଇଛି।

ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଏହା ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ

LEAVE A REPLY

Please enter your comment!
Please enter your name here