ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡରେ ଏମିତି ବି କିଛି ନାୟିକା ଅଛନ୍ତି, ଯେଉଁମାନଙ୍କୁ କେତେକ ସିନେମାରେ ନାୟକଙ୍କ ସାଥ୍ ମିଳିନଥିଲା କହିବାକୁ ଗଲେ ଏହି ନାୟିକାଙ୍କ ବିପକ୍ଷରେ କୌଣସି ନାୟକଙ୍କୁ ଦେଖିବାକୁ ମିଳିନଥିଲା କି ତାଙ୍କର ରୋମାନ୍‌ସ୍‌ ମଧ୍ୟ ଦେଖିବାକୁ ପାଇନଥିଲେ ଦର୍ଶକ ଆସନ୍ତୁ ଜାଣିବା ଏହି ନାୟିକାମାନେ କିଏ କେଉଁ ସିନେମାରେ ଏଭଳି କଥା ଘଟିଛି

ଅନୁଚୌଧୁରୀ

ଓଲିଉଡର ଜଣେ ଲୋକପ୍ରିୟ ନାୟିକା ହେଲେ ଅନୁଚୌଧୁରୀ। ସେ ୧୯୯୮ରେ ରିଲିଜ୍‌ ହୋଇଥିବା ସୁପରହିଟ୍ ଫିଲ୍ମ ‘ମା ଗୋଜବାୟାଣୀ’ରେ ପ୍ରଥମେ ନାୟିକା ଭାବେ ପରଦାକୁ ଆସିଥିଲେ।

ଅନୁଚୌଧୁରୀଙ୍କ ଅଭିନୀତ ଏକ ସିନେମା ହେଲା ‘ହେ ପ୍ରଭୁ ଦେଖା ଦେ’, ଯାହା ୨୦୧୬ରେ ପରଦାକୁ ଆସିଥିଲା। ଏଥିରେ ହରିହର ଦାଶ, ପ୍ରଜ୍ଞା ଓ ଅନୁ ଚୌଧୁରୀ ମେନଲିଡରେ ଥିଲେ। ତିନିଜଣ ଯାକ ଥିଲେ ଭଲ ସାଙ୍ଗ। ଏଥିରେ ନାୟକ ହରିହରଙ୍କ ବିପକ୍ଷରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଦେଖିବାକୁ ପାଇଥିଲେ  ଦର୍ଶକ। ହେଲେ ଏହି ଚଳଚ୍ଚିତ୍ରରେ ଅନୁଙ୍କ ବିପକ୍ଷରେ କେହି ନାୟକ ନଥିଲେ।

ଉଷସୀ ମିଶ୍ର

ଓଲିଉଡର ଜଣାଶୁଣା ଅଭିନେତ୍ରୀ ଉଷସୀ ମିଶ୍ର ୧୯୯୮ରେ ମୁକ୍ତିଲାଭ କରିଥିବା ‘ବୋଉ’ ସିନେମା ଜରିଆରେ ନାୟିକା ଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସବ୍ୟସାଚୀ ମହାପାତ୍ର ଏହି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଥିଲେ।

‘ବୋଉ’ ପରେ ‘ରହିଛି ରହିବି ତୋରି ପାଇଁ’, ‘ଧର୍ମର ହେବ ଜୟ’, ‘ଦେ ମା’ ଶକ୍ତି ଦେ’ ଓ ‘କାଶିଆ କପିଳା’ ସମେତ ବେଶ୍ କେତେକ ଓଡ଼ିଆ ସିନେମାରେ ଉଷସୀ ନାୟିକା ଭୂମିକା ନିଭାଇଥିଲେ। ଏଥିମଧ୍ୟରୁ ପ୍ରଥମ ତିନିଟିରେ ସିଦ୍ଧାନ୍ତଙ୍କ ବିପକ୍ଷରେ ଓ ଅନ୍ୟଟିରେ ଶ୍ରୀତମ୍ ଦାସଙ୍କ ନାୟିକା ବନିଥିଲେ ଉଷସୀ ମିଶ୍ର।

ଉଷସୀଙ୍କୁ ‘ଜୟ ଶ୍ରୀରାମ’ ଟାଇଟଲ୍‌ରେ ନିର୍ମିତ ଏକ ଓଡ଼ିଆ ସିନେମାରେ ଦେଖିବାକୁ ମିଳିଥିଲା। ଏଥିରେ କିନ୍ତୁ ତାଙ୍କ ବିପକ୍ଷରେ କୌଣସି ନାୟକ ନଜର ଆସିନଥିଲେ। ତୃପ୍ତି ବିଶ୍ୱାଳଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଉଷସୀଙ୍କୁ ପୋଲିସ ଅଫିସର ଭୂମିକାରେ ଦେଖିବାକୁ ମିଳିଥିଲା।

ଜୟା

ଓଲିଉଡର ସତୁରି ଓ ଅଶି ଦଶକର ଜଣେ ଲୋକପ୍ରିୟ ନାୟିକା ଥିଲେ ଜୟା। ସେ ‘ପୂଜାଫୁଲ’, ‘ହାକିମବାବୁ’, ‘ଜାଇଫୁଲ’, ‘ଶଙ୍ଖା ସିନ୍ଦୂର’ ସମେତ ବେଶ୍ କେତୋଟି ଓଡ଼ିଆ ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି।

ଜୟାଙ୍କର ଅନ୍ୟ ଏକ ଉଲ୍ଲେଖନୀୟ ସିନେମା ହେଲା ‘ଫୁଲଚନ୍ଦନ’, ଏହି ଫିଲ୍ମରେ ଜୟାଙ୍କ ଓ ଅପରାଜିତାଙ୍କ ଉପରେ ପିକଚରାଇଜ୍ ହୋଇଥିବା ଗୀତ ‘କହନା… ଏ ଫୁଲ କହନା…’। ତେବେ ଏହି ଫିଲ୍ମରେ ଜୟାଙ୍କ ବିପକ୍ଷରେ କେହି ନାୟକ ନ ଥିଲେ। ସ୍ୱର୍ଗତଃ କୃଷ୍ଣ ନାୟକଙ୍କ ପ୍ରଯୋଜିତ ତଥା ମହମ୍ମଦ୍ ମହସୀନଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଜୟା ନାୟିକା ଅପରାଜିତାଙ୍କ ବାନ୍ଧବୀ ଭୂମିକାରେ ନଜର ଆସିଥିଲେ।

ଅର୍ଚ୍ଚିତା

ଓଲିଉଡ କୁଇନ୍‍ ଅର୍ଚ୍ଚିତାଙ୍କ ପ୍ରଥମ ସିନେମା ହେଲା ‘ଓ ମାଇଁ ଲଭ୍‌’, ଯାହା ୨୦୦୫ରେ ମୁକ୍ତିଲାଭ କରିଥିଲା। ଏହାପରେ ‘ବାବୁ ଆଇ ଲଭ୍‌ ୟୁ’, ‘ମୁଁ ସପନର ସୌଦାଗର’, ‘ପାଗଳ କରିଛି ପାଉଁଜି ତୋର’, ‘ଲୋଫର’ ଆଦି ଅନେକ ସିନେମାରେ ଅର୍ଚ୍ଚିତା ନିଜର ଅଭିନୟର ଜଲୱା ଦେଖାଇଛନ୍ତି।

ଅର୍ଚ୍ଚିତାଙ୍କ କ୍ୟାରିଅରର ଏକ ମାଇଲଖୁଣ୍ଟ ହେଉଛି ବିରଞ୍ଚି ନାରାୟଣ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ଏସିପି ସାଗରିକା’। ଏହି ଫିଲ୍ମରେ ଅର୍ଚ୍ଚିତାଙ୍କୁ ଦେଖିବାକୁ ମିଳିଥିଲା ଟାଇଟଲ୍ ରୋଲରେ। ଏଥିରେ ସେ ପ୍ରଥମ ଥର ପାଇଁ ଜଣେ ଲେଡି ପୋଲିସ ଅଫିସର ଭୂମିକା ନିଭାଇଥିଲେ। ତେବେ ଏଥିରେ ତାଙ୍କର କୌଣସି ରେମାଣ୍ଟିକ ରୋଲ୍‌ ନଥିଲା।

ଏହି ସିନେମାରେ ଅର୍ଚ୍ଚିତାଙ୍କ ବିପକ୍ଷରେ କୌଣସି ନାୟକ ନଥିଲେ। ‘ଏସିପି ସାଗରିକା’ରେ ରୋମାଣ୍ଟିକ ପେଆର ଥିଲେ ଅଭିଷେକ ଓ ପ୍ରକୃତି ମିଶ୍ର। ଏତଦ୍‌ ବ୍ୟତୀତ ମିହିର ଦାସ ଓ ଚୌଧୁରୀ ବିକାଶ ଦାସ ପ୍ରମୁଖ ଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।

LEAVE A REPLY

Please enter your comment!
Please enter your name here