ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଥଯାତ୍ରା ବେଳେ ବଡ଼ଦାଣ୍ଡକୁ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରିବାକୁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରାଳୟକୁ ଓଡ଼ିଶା ପୋଲିସ ଦେଇଥିଲା ପ୍ରସ୍ତାବ। ହେଲେ ମନ୍ତ୍ରାଳୟ ଏହି ପ୍ରସ୍ତାବକୁ ଆଜି ଅଗ୍ରାହ୍ୟ କରିଦେଇଥିବା ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଯେଉଁ ଭୌଗଳିକ ସ୍ଥିତି ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିର ରହିଛି ତାହା ଅନ୍ତର୍ଜାତୀୟ ରୁଟ୍। ଏଣୁ ଏହି ରୁଟ୍‌କୁ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରିବା ସମ୍ଭବ ନୁହେଁ। ତାଛଡ଼ା ଏହି ରୁଟ୍‌ରେ ବିମାନ ୩୫ ହଜାର ଫୁଟ ଉଚ୍ଚରେ ଉଡ଼ାଣ କରୁଥିବାରୁ ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି ବେସାମରିକ ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଜୁଲାଇ ୧୪ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଏନେଇ ବୁଧବାର ଦିନ ପୋଲିସ ଡିଜି ସୁରକ୍ଷା ବ୍ୟବସ୍ଥାକୁ ନେଇ ସମୀକ୍ଷା କରିଥିଲେ। ରଥଯାତ୍ରା ବେଳେ ବଡ଼ଦାଣ୍ଡକୁ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଏହାକୁ ଗ୍ରହଣ କରି ନାହାନ୍ତି ମନ୍ତ୍ରାଳୟ।

LEAVE A REPLY

Please enter your comment!
Please enter your name here