ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଫ୍ଲପ୍ ନାୟିକାମାନଙ୍କର ରୋଜଗାର ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ଜାଣନ୍ତୁ ଏହିପରି କିଛି ନାୟିକାଙ୍କ ରୋଜଗାର ବିଷୟରେ

ବଲିଉଡରେ ଏମିତି ବି କିଛି ନାୟିକା ଅଛନ୍ତି, ଯେଉଁମାନଙ୍କୁ ଫ୍ଲପ୍ ନାୟିକା ଆଖ୍ୟା ମିଳିଥାଏ। କିଛି ନାୟିକା ସିଲଭର ସ୍କ୍ରିନରେ ଫ୍ଲପ୍‌ ହେଲେ ମଧ୍ୟ ସେମାନଙ୍କ ରୋଜଗାର ବେଶ୍‌ ଭଲ। ଆସନ୍ତୁ ଜାଣିବା ସେମିତି କିଛି ନାୟିକାଙ୍କ ବିଷୟରେ…

ଚିତ୍ରାଙ୍ଗଦା ସିଂହ

ବଲିଉଡରେ ଚିତ୍ରାଙ୍ଗଦା ସିଂହ ଜଣେ ସେକ୍ସି ହିରୋଇନ୍ ଭାବେ ବିବେଚିତ ହୁଅନ୍ତି। ସେ ‘ୟେ ଖାଲି ଜିନ୍ଦେଗି’, ‘ଦେଶୀ ବଏଜ୍‌’ ଓ ‘ସାହେବ ବିବି ଔର୍ ଗ୍ୟାଙ୍ଗଷ୍ଟର-୩’ ଭଳି କେତୋଟି ହାତଗଣତି ସିନେମାରେ ନାୟିକା ବନିଛନ୍ତି। କିନ୍ତୁ ଚିତ୍ରାଙ୍ଗଦାଙ୍କୁ ଆଖିଦୃଶିଆ ସଫଳତା ଏଯାଏଁ ମିଳିନାହିଁ।

ଚିତ୍ରାଙ୍ଗଦା କିନ୍ତୁ ଅନେକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଉଛନ୍ତି, ଏପରିକି ସେ ସେଥିରେ ନୃତ୍ୟ ପରଫରମାନ୍ସ ବି କରୁଛନ୍ତି। ଏଥିରୁ ଚିତ୍ରାଙ୍ଗଦା ଅର୍ଜନ କରୁଛନ୍ତି ପ୍ରଚୁର ଟଙ୍କା। ଚିତ୍ରାଙ୍ଗଦା ଗୋଟିଏ କାର୍ଯ୍ୟକ୍ରମରେ ଅତିଥି ହେବା ପାଇଁ ୫ରୁ ୧୮ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନେଉଛନ୍ତି। ଠିକ୍ ସେହିପରି ସେଥିରେ ପରଫରମ୍‌ କରିବା ବାବଦରେ ସେ ନିଅନ୍ତି ୧୮ ଲକ୍ଷ ଟଙ୍କା।

ନେହା ଧୂପିଆ

ଲୋକପ୍ରିୟ ଅଭିନେତା ଅଜୟ ଦେବଗନଙ୍କ ବିପକ୍ଷରେ ‘କୟାମତ୍’ରେ ନାୟିକା ହୋଇ ବଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ ନେହା ଧୂପିଆ। ଏହା ହିଟ୍ ମଧ୍ୟ ହୋଇଥିଲା। କିନ୍ତୁ ତା’ପରେ ନେହା ଧୂପିଆଙ୍କୁ ‘ଜୁଲି’ ଭଳି ଛୋଟ ବଜେଟ୍ ସିନେମାରେ ଦେଖିବାକୁ ମିଳିଥିଲା। ତାଙ୍କୁ ଫିଲ୍ମରେ ଖାସ୍‌ ସଫଳତା ମିଳିନଥିଲା। ସେ ବି ଫ୍ଲପ୍ ନାୟିକା ଭାବେ ପରିଗଣିତ ହେଲେ।

ନେହାଙ୍କୁ ଆଜିକାଲି ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥିଭାବେ ଦେଖିବାକୁ ମିଳୁଛି। ସେ ଏଥିରେ ଅତିଥି ହେବା ଲାଗି ୭ରୁ ୧୦ ଲକ୍ଷ ଟଙ୍କା ଦାବି କରୁଥିବା ବେଳେ ସେଥିରେ ପରଫର୍ମ କରିବା ପାଇଁ ୧୨ରୁ ୧୫ ଲକ୍ଷ ଟଙ୍କା ନେଉଥିବା କୁହାଯାଉଛି।

ଶ୍ରେୟା ସରନ୍

ବହୁଚର୍ଚ୍ଚିତ ଫିଲ୍ମ ‘ଦୃଶ୍ୟମ୍’ରେ ଅଜୟ ଦେବଗନଙ୍କ ବିପକ୍ଷରେ ଅଭିନୟ କରିଥିଲେ ଶ୍ରେୟା। ସେ ଦକ୍ଷିଣ ଭାରତୀୟ ସିନେମାରେ ବି କାମ କରିଛନ୍ତି। ବଲିଉଡରେ ତାଙ୍କର ବିଶେଷ ଚାହିଦା ନାହିଁ।

ଶ୍ରେୟା ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥିଭାବେ ସାମିଲ୍ ହେଉଛି। ଖାଲି ସେତିକି ନୁହେଁ ସେ ପରଫର୍‌ମ ବି କରୁଛନ୍ତି। ଏହି ବାବଦରେ ତାଙ୍କୁ ୭ରୁ ୧୦ ଲକ୍ଷ ଟଙ୍କା ମିଳୁଥିବାର ଚର୍ଚ୍ଚା ହୁଏ।

ଏଲି ଆବ୍ରାହମ୍

ବଲିଉଡରେ ଏଯାଏଁ ‘ମିକ୍‌କି ଭାଇରସ୍‌’, ‘କିସ୍ କିସ୍‌ସେ ପ୍ୟାର୍‌ କରୁଁ’ ଆଦି ସିନେମାରେ ଫିମେଲ୍‌ ଲିଡରେ ନଜର ଆସିଛନ୍ତି ଏଲି ଅବରାମ୍‌। ସେ କିନ୍ତୁ ଖାସ୍‌ ସଫଳତା ପାଇପାରିନାହାନ୍ତି।

ଏଲି ଆଜିକାଲି ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେବା ପାଇଁ କିମ୍ବା ସେଥିରେ ଡ୍ୟାନ୍ସ ପରଫରମାନ୍ସ ଦେଇ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି। ସେ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଇ ୬ରୁ ୭ ଲକ୍ଷ ଟଙ୍କା ନେଉଛନ୍ତି।

ମହିମା ଚୌଧୁରୀ

‘ପରଦେଶ୍‌’ ଓ ‘ଦାଗ ଦ ଫାୟାର’ ଭଳି ବହୁ ହିଟ୍ ଫିଲ୍ମର ନାୟିକା ମହିମା ଚୌଧୁରୀଙ୍କୁ ଫିଲ୍ମରେ କାମ ମିଳୁନଥିବାରୁ ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଅର୍ଥ ଉପାର୍ଜନ କରୁଛନ୍ତି। ସେ ଏଥିପାଇଁ ୩ରୁ ୫ ଲକ୍ଷ ଟଙ୍କା ନେଉଥିବା ଚର୍ଚ୍ଚା ହେଉଛି।

Comment