ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କୁ ଘାରିଛି ଓଡ଼ିଆ ଫିଲ୍ମ ଶିଳ୍ପ ବିକାଶର ଚିନ୍ତା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ଅଧ୍ୟକ୍ଷ କରାଯାଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସଙ୍କୁ ସଭ୍ୟ କରାଯାଇଛି। ଶିଳ୍ପ ବିଭାଗର ପ୍ରମୁଖ ସଚିବଙ୍କୁ କମିଟିର ଆବାହକ କରାଯାଇଛି।
ମନ୍ତ୍ରୀ ସ୍ତରୀୟ କମିଟି ଚଳଚ୍ଚିତ୍ର ଶିଳ୍ପର ଉନ୍ନୟନ ପାଇଁ ବିଭିନ୍ନ ଲୋକଙ୍କ ମତ ନେବେ ଏବଂ ସରକାରଙ୍କୁ ୧ ମାସ ଭିତରେ ରିପୋର୍ଟ ଦେବେ। ଓଡ଼ିଶା ଫିଲ୍ମ ଶିଳ୍ପର ବିକାଶ ପାଇଁ ଏକ ଚିଠା ନୀତି ପ୍ରସ୍ତୁତ ହେବ।


















