ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀକ୍ଷେତ୍ର ପୁରୀରେ ତିନି ରଥରେ ମହାପ୍ରଭୁଙ୍କ ଅଧରନୀତି ଶେଷ ହୋଇଛି। ବୁଧବାର ଦିନ ନିଳାଦ୍ରୀ ବିଜେ। ଏହି ନୀତି ହେଉଛି ପବିତ୍ର ରଥଯାତ୍ରାର ଅନ୍ତିମ ପର୍ବ। ତିନି ରଥରୁ ଓହ୍ଲାଇ ମହାପ୍ରଭୁ ଶ୍ରୀମନ୍ଦିରର ରତ୍ନବେଦୀରେ ବିଜେ କରିବେ। ଏହି ଅନ୍ତିମ ପର୍ବକୁ ଓଡ଼ିଶା ତଥା ଦେଶ ବିଦେଶର ଦର୍ଶକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଏବଂ ସୋସିଆଲ ଚ୍ୟାନେଲ୍ ମାଧ୍ୟମରେ ସିଧାପ୍ରସାରଣ କରାଯିବ।
ବୁଧବାର ଅପରାହ୍ଣ ୪ଟାରୁ ଓଡ଼ିଶାଲାଇଭ୍ର ନ୍ୟୁଜ୍ ପୋର୍ଟାଲ (www.odisha.live) ସହିତ ଫେସବୁକ ପେଜ୍ (www.facebook.com/odishalive) ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ (www.youtube.com/odishalive) ଚତୁର୍ଦ୍ଧା ମୂର୍ତ୍ତିଙ୍କର ନିଳାଦ୍ରୀ ବିଜେର ସିଧାପ୍ରସାରଣ ଆରମ୍ଭ ହେବ।
ଦେଶବିଦେଶର ଦର୍ଶକମାନେ କମ୍ପ୍ୟୁଟର, ଲାପଟପ, ଟ୍ୟାବ୍ ଏବଂ ମୋବାଇଲ ଫୋନ ମାଧ୍ୟମରେ ନିଳାଦ୍ରୀ ବିଜେର ସିଧାପ୍ରସାରଣ କାର୍ଯ୍ୟକ୍ରମ ଦେଖିପାରିବେ। ଓଡ଼ିଶା ତଥା ବାହାରର ଦର୍ଶକମାନଙ୍କ ସୁବିଧା ପାଇଁ ନ୍ୟୁଜ୍ ପୋର୍ଟାଲ (www.odisha.live) ସହିତ ଫେସବୁକ ପେଜ୍ (www.facebook.com/odishalive) ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ (www.youtube.com/odishalive) ଏହି ସିଧାପ୍ରସାରଣ କରାଯିବ।
ଶ୍ରୀଗୁଣ୍ଡିଚା ଅବସରରେ ଚଳିତବର୍ଷ ୧୦ ଲକ୍ଷରୁ ଅଧିକ ଦର୍ଶକ ଓଡ଼ିଶାଲାଇଭର ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ଶ୍ରୀକ୍ଷେତ୍ରରୁ ରଥଯାତ୍ରାର ସିଧାପ୍ରସାରଣ ଦେଖିଥିଲେ। ଏହା ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭକୁ ଏକ ନୂଆ ଉଚ୍ଚତାକୁ ନେଇପାରିଛି। ସେହିପରି ବାହୁଡ଼ା, ସୁନାବେଶ ଏବଂ ଅଧରନୀତିର ସିଧାପ୍ରସାରଣ ମଧ୍ୟ ଡିଜିଟାଲ ମିଡିଆରେ ଦେଖିଛନ୍ତି ଦର୍ଶକ।