ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବଲିଉଡର ଦେସୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନିଜର କଥିତ ପ୍ରେମିକ ନିକ୍ ଜୋନସଙ୍କ ସହ ନିର୍ବନ୍ଧ କରି ସାରିଥିବା ବେଳେ ଅକ୍ଟୋବରରେ ତାଙ୍କୁ ବିବାହ କରିବେ।
ଖୁବ୍ଶିଘ୍ର ବିବାହ କରିବାକୁ ଯାଉଛନ୍ତି ବଲିଉଡର ଦେସୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ବୟ ଫ୍ରେଣ୍ଡ୍ ନିକ୍ ଜୋନସଙ୍କ ହାତ ଧରିବେ ପିସି।

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ‘ଭାରତ’ ଚଳଚ୍ଚିତ୍ରରେ ନଜର ଆସିବେ ନାହିଁ। ବଲିଉଡ୍ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଦୀର୍ଘ ଦିନର ବ୍ୟବଧାନ ପରେ ବଲିଉଡ୍ରେ ପୁଣି ଫିଲ୍ମ କରିବେ ବୋଲି ଖବର ଆସିଥିଲା। ଫିଲ୍ମ ‘ଭାରତ’ ଜରିଆରେ ସେ ନିଜ ପ୍ରଶଂସକଙ୍କ ମନୋରଞ୍ଜନ କରିବାର ଥିଲା। ଏବେ ସେ ଫିଲ୍ମ ଛାଡ଼ିଥିବା ଜଣାପଡ଼ିଛି।
ପ୍ରିୟଙ୍କା ନିଜର କଥିତ ପ୍ରେମିକ ନିକ୍ଙ୍କ ସହ ନିର୍ବନ୍ଧ କରି ସାରିଥିବା ବେଳେ ଅକ୍ଟୋବରରେ ତାଙ୍କୁ ବିବାହ କରିବେ। ବିବାହ ପାଇଁ ଖୁବ୍ କମ ସମୟ ଥିବାରୁ ସେ ଏହି ଫିଲ୍ମ ସୁଟିଂ ଆରମ୍ଭ ହେବା ପୂର୍ବରୁ ସେଥିରୁ ଓହରି ଯାଇଛନ୍ତି। ଏହା ସହ ଦୁଇ ଜଣ ଗୋଟେ ସପ୍ତାହ ପୂର୍ବରୁ ଲଣ୍ଡନରେ ନିର୍ବନ୍ଧ କରି ନେଇଥିଲେ ବୋଲି ଜଣାପଡ଼ିଛି ।
ଭାରତ ଚଳଚ୍ଚିତ୍ର ନିର୍ଦେଶକ ଅଲ୍ଲି ଆବାଜ ଜାଫର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ବହୁତ କମ୍ ସମୟ ମଧ୍ୟରେ ଅଭିନେତ୍ରୀ ପ୍ରିୟଙ୍କା ନିଜର ନିଷ୍ପତ୍ତି ଜଣାଇଥିବାରୁ ନିଦେର୍ଶକ ତାଙ୍କ କଥାକୁ ସମ୍ମାନ ଦେଇଛନ୍ତି। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିକ୍ଙ୍କ ସହ ବିବାହ ପାଇଁ ଏହି ଚଳଚ୍ଚିତ୍ର ଛାଡିଛନ୍ତି।
ଦୀର୍ଘ ୧୦ ବର୍ଷ ପରେ ପ୍ରିୟଙ୍କା ଚୋପ୍ରା ଓ ଅଭିନେତା ସଲମନ ଖାନ ଏହି ଚଳଚ୍ଚିତ୍ର ମାଧ୍ୟମରେ ଏକାଠି ଦେଖିବାକୁ ମିଳିଥାନ୍ତେ। କିନ୍ତୁ ପ୍ରିୟଙ୍କା ଚଳଚ୍ଚିତ୍ରରୁ ଓହରି ଯିବାପରେ ଅଭିନେତ୍ରୀ କ୍ୟାଟ୍ରିନାଙ୍କୁ ଏହାର ସୁଯୋଗ ମିଳିପାରେ ବୋଲି ଅନୁମାନ କରାଯାଉଛି।
ପୂର୍ବରୁ କ୍ୟାଟ୍ରିନାଙ୍କୁ ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା। କିନ୍ତୁ ଚଳଚ୍ଚିତ୍ରରେ ଭୂମିକା ଖୁବ୍ କମ ସମୟର ଥିବାରୁ ସେ ଅଭିନୟ କରିବାକୁ ମନା କରିଦେଇଥିଲେ। ଅଭିନେତ୍ରୀ କ୍ୟାଟ୍ରିନା ବର୍ତ୍ତମାନ ଚଳଚ୍ଚିତ୍ର ‘ଜିରୋ’ ଓ ‘ଠଗସ୍ ଅଫ ହିନ୍ଦୋସ୍ଥାନ’ରେ ବ୍ୟସ୍ତ ଅଛନ୍ତି।
















