ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର କଳାକାରମାନଙ୍କର କାର ନମ୍ବର ଦେଖିଲେ ଲାଗେ ସେମାନଙ୍କର ଏହାପଛରେ କିଛି ଅନ୍ଧବିଶ୍ୱାସ ରହିଛି ଆସନ୍ତୁ ଜାଣିବା କେଉଁ ଷ୍ଟାରଙ୍କର କାର ନମ୍ବରକୁ ନେଇ କିଭଳି ବିଶ୍ୱାସ ରହିଛି

ଅନ୍ଧବିଶ୍ୱାସ, କଳାଯାଦୁ ଆଦିରେ ଅନେକ ଲୋକଙ୍କର ବିଶ୍ୱାସ ରହିଛି। ବଲିଉଡରେ ବି ପ୍ରବଳ ମାତ୍ରାରେ ଏଭଳି ବିଶ୍ୱାସ ରହିଛି। ବଲିଉଡର ନାମୀ ଦାମୀ ତାରକାମାନେ ନିଜର ବିଶ୍ୱାସ ଅନୁଯାୟୀ ଗାଡିର ନମ୍ବର ନେଇଥାନ୍ତି। ଏବେ ଆସନ୍ତୁ ଜାଣିବା କେଉଁ କଳାକାରଙ୍କର ଏ ସମ୍ପର୍କିତ ବିଶ୍ୱାସ କିପରି…

ଅମିତାଭ ବଚ୍ଚନ

ବିଗ୍‌ ବି ଅମିତାଭ ବଚ୍ଚନ ନିଜର ପ୍ରତ୍ୟେକଟି କାର୍ର ନମ୍ବର ‘୨’ (ଦୁଇ) ନିଶ୍ଚିତ ରଖିଥାନ୍ତି। ତାଙ୍କର ଜନ୍ମାଙ୍କ ୧୧ ଅର୍ଥାତ୍‌ ୧+୧=୨ ହୋଇଥିବାରୁ ସେ ଏଭଳି ରଖିବାରେ ବିଶ୍ୱାସ କରନ୍ତି ବୋଲି କୁହାଯାଏ।

ସଞ୍ଜୟ ଦତ୍ତ

ବଲିଉଡର ମୁନ୍ନାଭାଇ ଓରଫ ସଞ୍ଜୟ ଦତ୍ତ ନିଜ କାରରେ ୪୫୪୫ ନମ୍ବର ରଖିବାକୁ ଲକି ମନେ କରନ୍ତି। ସେ ଏହି ନମ୍ବରର ଏକ ଗାଡ଼ି ପତ୍ନୀ ମାନ୍ୟତା ଦତ୍ତଙ୍କୁ ଉପହାର ଦେଇଥିଲେ।

ଶାହରୁଖ୍ ଖାନ୍

ବଲିଉଡର ବାଦଶାହା ଶାହରୁଖ୍‌ ଖାନ୍‌ଙ୍କ ପାଖରେ ଅନେକ କାର୍ ଅଛି। ହେଲେ ଜାଣନ୍ତି କି ତାଙ୍କର ପ୍ରତ୍ୟେକ ଗାଡିର ନମ୍ବର ହେଉଛି ‘୫୫୫’। ଆହୁରି ମଧ୍ୟ କୁହାଯାଏ ଯେ ଶାହରୁଖଙ୍କର ପାଖରେ ଚାକିରି କରୁଥିବା କର୍ମଚାରୀମାନେ ସେହି ନମ୍ବରର ଗାଡ଼ି ବ୍ୟବହାର କରିଥାନ୍ତି।

ଶାହିଦ୍ କପୁର

ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଭଳି ଶାହିଦ୍‌ କପୁର ମଧ୍ୟ ନିଜର ଜନ୍ମ ତାରିଖକୁ ‘ଲକି’ ବୋଲି ମନେ କରନ୍ତି। ତାଙ୍କର ଜନ୍ମତାରିଖ ହେଲା ଫେବୃଆରି ୨୫। ଏ ଦୃଷ୍ଟିରୁ ତାଙ୍କର ଜନ୍ମାଙ୍କ ହେଲା: ୨+୫=୭। ଏହି କାରଣରୁ ଶାହିଦ୍ କପୁର ତାଙ୍କର କାର୍‌ ଓ ମୋଟର ସାଇକେଲର ନମ୍ବର ‘୭୦୦’ ରଖିଥାନ୍ତି।

ରଣବୀର କପୁର

ବଲିଉଡର ଲାଟେଷ୍ଟ ସେନସେସନ ରଣବୀର କପୁର ମଧ୍ୟ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାକୁ ନିଜର ଲକି ନମ୍ବର ବୋଲି ମନେ କରନ୍ତି। ଏହି ଅଙ୍କ ହେଲା ‘୮’। କୁହାଯାଏ ଯେ ରଣବୀରଙ୍କ ମାଆ ନୀତୁ ସିଂହଙ୍କର ଜନ୍ମ ତାରିଖ ଜୁଲାଇ ୮ ହୋଇଥିବା ହେତୁ ସେ ନିଜର ପ୍ରତ୍ୟେକ କାରର ରେଜିଷ୍ଟ୍ରେସନ୍ ନମ୍ବର ଶେଷରେ ‘୮’ ଅଙ୍କ ରଖିବାକୁ ଭୁଲନ୍ତି ନାହିଁ।

ସୈଫ୍ ଅଲ୍ଲୀ ଖାନ

ବଲିଉଡର ଛୋଟ ନବାବ୍‌ ସୈଫ୍‌ ଅଲ୍ଲୀ ଖାନ ନିଜ ପାଇଁ ‘୭’ ଅଙ୍କକୁ ଲକି ବୋଲି ମନେ କରନ୍ତି। କାରଣ ଏହା ହେଉଛି ତାଙ୍କର ଜନ୍ମାଙ୍କ। ସୈଫଙ୍କର ଜନ୍ମ ତାରିଖ ହେଲା ୧୬। ଏଣୁ ତାଙ୍କର ଜନ୍ମାଙ୍କ ହେଲା ୧+୬=୭। ସୈଫ ନିଜ କାରର ରେଜିଷ୍ଟ୍ରେସନ ନମ୍ବରର ଶେଷ ଅଙ୍କରେ ‘୭’ ରଖିଥାନ୍ତି। ତାଙ୍କ ପତ୍ନୀ କରିନା କପୁର ଖାନଙ୍କର ଜନ୍ମାଙ୍କ ୩ (ଜନ୍ମ ତାରିଖ ୨୧) ହୋଇଥିବା ସତ୍ତ୍ୱେ ସୈଫ ‘୭’କୁ ଗୁରୁତ୍ୱ ଦେଇଥାଆନ୍ତି।

ରିତେଶ ଦେଶମୁଖ

ଲୋକପ୍ରିୟ ଅଭିନେତା ରିତେଶ ଦେଶମୁଖ ବେଶ୍ କାର୍ ସୌଖିନ। ସବୁଠାରୁ ମଜାର କଥା ହେଉଛି ଯେ ତାଙ୍କ କାରର ନମ୍ବର ପ୍ଲେଟରେ ନିଶ୍ଚିତ ‘R’ ଦେଖିବାକୁ ମିଳିବ। ସେ ‘R’ ଏଥିପାଇଁ ରଖନ୍ତି ଯେ ସେଥିରୁ ତାଙ୍କର ନାମ ଆରମ୍ଭ ହେଉଛି। ଖାଲି ସେତିକି ନୁହେଁ, ରିତେଶ ଦେଶମୁଖ୍‌ ନିଜର ଭ୍ୟାନିଟି ଭ୍ୟାନ୍‌ର ନମ୍ବରରେ ମଧ୍ୟ ‘R1’ ରହିଛି।

ନୀଲ୍ନିତିନ ମୁକେଶ

ଲୋକପ୍ରିୟ କଣ୍ଠଶିଳ୍ପୀ ମୁକେଶଙ୍କ ନାତି ତଥା ଜଣାଶୁଣା ଅଭିନେତା ନୀଲ ନିତିନ ମୁକେଶଙ୍କର ମଧ୍ୟ ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବରକୁ ନେଇ ସ୍ୱତନ୍ତ୍ର ବିଶ୍ୱାସ ରହିଛି। ତାଙ୍କର କାର ନମ୍ବର ହେଲା ‘୨୨୭୭’।

Comment