ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ହାଇଏଷ୍ଟ୍ ପେଡ୍ ଟପ୍ଟେନ୍ ସେଲିବ୍ରିଟି ଓ ତାଙ୍କର ପାରିଶ୍ରମିକ ସମ୍ପର୍କରେ ଆସନ୍ତୁ ଜାଣିବା…
ସାରା ବିଶ୍ୱର ସେଲିବ୍ରିଟିମାନଙ୍କର ଆୟକୁ ନେଇ ପ୍ରତିବର୍ଷ ଟପ୍ ହଣ୍ଡ୍ରେଡ୍ ସେଲିବ୍ରିଟିଙ୍କର ତାଲିକା ପ୍ରକାଶ କରିଥାଏ ଫୋବର୍ସ। ଏଥର ଟପ୍ ହଣ୍ଡ୍ରେଡ୍ ମଧ୍ୟରେ ଅଛନ୍ତି କେବଳ ଦୁଇଜଣ ଭାରତୀୟ କଳାକାର। ଏମାନଙ୍କ ମଧ୍ୟରୁ ଜଣେ ହେଲେ ସଲମାନ ଖାନ ଓ ଆଉ ଜଣକ ଅକ୍ଷୟ କୁମାର। ଏହି ତାଲିକାରେ ଅକ୍ଷୟ କୁମାର ୭୬ତମ ସ୍ଥାନରେ ଓ ସଲମାନ୍ ୮୨ତମ ସ୍ଥାନରେ ରହିଛନ୍ତି।
ବଲିଉଡର ହାଇଏଷ୍ଟ୍ ପେଡ୍ ଟପଟେନ୍ ସେଲିବ୍ରିଟି ଓ ତାଙ୍କର ପାରିଶ୍ରମିକ ସମ୍ପର୍କରେ ଆସନ୍ତୁ ଜାଣିବା…

ସଲମାନ୍ ଖାନ୍
ବଲିଉଡର ଦବଙ୍ଗ ଷ୍ଟାର୍ ସଲମାନ୍ ଖାନ୍ ଏବେ ବି ହାଇଏଷ୍ଟ ପେଡ୍ ଆକ୍ଟର। ତାଙ୍କ ପୂର୍ବ ସିନେମା ‘ରେସ୍-୩’ ବକ୍ସଅଫିସରେ ଧମାଲ୍ ଦେଖାଇନଥିଲେ ବି ସଲମାନ୍ ଖାନ୍ ପ୍ରତି ଫିଲ୍ମ ପାଇଁ ଷାଠିଏ କୋଟି ଟଙ୍କା ନେଉଛନ୍ତି।

ଅମୀର ଖାନ୍
ସଲମାନ୍ ଖାନ୍ଙ୍କ ପରେ ଅମୀର ଖାନ୍ ସବୁଠାରୁ ଅଧିକ ପାରିଶ୍ରମିକ ନେଇଥାନ୍ତି। ସେ ଏବେ ୫୦ରୁ ୫୫ କୋଟି ଟଙ୍କା ନେଉଥିବା କୁହାଯାଉଛି। ଅମୀର୍ ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ୍’ ଫିଲ୍ମ ପାଇଁ ସେତିକି ଟଙ୍କା ନେଇଥିବା କୁହାଯାଉଛି।

ଶାହାରୁଖ୍ ଖାନ୍ ଓ ଅକ୍ଷୟ କୁମାର
ବଲିଉଡର ବାଦଶାହା ଶାହାରୁଖ୍ ଖାନ୍ ଓ ଅକ୍ଷୟ କୁମାର ପ୍ରାୟ ସମାନ ଟଙ୍କା ନେଉଥିବା ଚର୍ଚ୍ଚା ହୁଏ। ଏମାନେ ଗୋଟିଏ ଫିଲ୍ମ ପାଇଁ ୪୦ରୁ ୪୫ କୋଟି ଟଙ୍କା ନିଅନ୍ତି। ତେବେ ଅକ୍ଷୟ କୁମାର ବର୍ଷକୁ ତିନିରୁ ଚାରିଟି ସିନେମାରେ କାମ କରୁଥିବା ହେତୁ ତାଙ୍କର ଆୟ ଶାହାରୁଖ୍ ଖାନଙ୍କଠାରୁ ଢେର ଅଧିକ ବୋଲି କୁହାଯାଏ।

ହ୍ରିତିକ ରୋଶନ୍
ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନଙ୍କର ପୂର୍ବ ଫିଲ୍ମ ‘କାବିଲ୍’ ସୁପରହିଟ୍ ହୋଇଥିଲା। ଏବେ ସେ ଆସୁଛନ୍ତି ‘ସୁପର୍-୩୦’ ସିନେମାରେ। ଆନନ୍ଦ କୁମାରଙ୍କ ବାୟୋଜିକ୍ କୁହାଯାଉଥିବା ଏହି ଫିଲ୍ମ ପାଇଁ ନିଜର ପାରିଶ୍ରମିକ ବାବଦରେ ହ୍ରିତିକ ରୋଶନ୍ ୪୦ କୋଟି ଟଙ୍କା ନେଇଥିବା କୁହାଯାଉଛି।

ଅଜୟ ଦେବଗନ
ବଲିଉଡର ପ୍ରତିଭାବାନ୍ ଅଭିନେତା ଅଜୟ ଦେବଗନଙ୍କର ମାର୍କେଟ୍ ପ୍ରାଇସ୍ ଏବେ ହେଉଛି ୩୦ କୋଟି ଟଙ୍କା। ଲଗାତାର ତାଙ୍କର ଫିଲ୍ମ ସୁପରହିଟ୍ ହେଉଥିବା ହେତୁ ଅଜୟଙ୍କୁ ନିର୍ମାତାମାନେ ୩୦ କୋଟିରେ ଚୁକ୍ତିବଦ୍ଧ ମଧ୍ୟ କରୁଛନ୍ତି।

ରଣବୀର କପୁର
ନିଜର ଲାଟେଷ୍ଟ ଫିଲ୍ମ ‘ସଞ୍ଜୁ’ ବକ୍ସ ଅଫିସରେ ବ୍ଲକବଷ୍ଟର ହେବା ପରେ ରଣବୀର କପୁର ଏବେ ନିଜର ପ୍ରାଇସ୍ ବଢ଼ାଇ ଦେଇଛନ୍ତି। ସେ ଏବେ ଗୋଟିଏ ଫିଲ୍ମରେ କାମ କରିବା ଲାଗି ୨୫ କୋଟି ଟଙ୍କା ଦାବି କରିଲେଣି। ଏହା ଅବଶ୍ୟ ଭିନ୍ନ କଥା ଯେ ରଣବୀର କପୁରଙ୍କୁ ଏଯାଏଁ ଏହି ପ୍ରାଇସରେ କେହି ଚୁକ୍ତିବଦ୍ଧ କରିନାହାନ୍ତି। ସେ ‘ବ୍ରହ୍ମାସ୍ତ୍ର’ ଓ ‘ସମ୍ଶେରା’ ଭଳି ଆଗାମୀ ସିନେମା ପାଇଁ ଢେର୍ କମ୍ ଟଙ୍କା ନେଇଛନ୍ତି।

ଅମିତାଭ ବଚ୍ଚନ
ବିଗ୍ ବି ଅମିତାଭ ବଚ୍ଚନଙ୍କ ଏବେକାର ମାର୍କେଟ୍ ପ୍ରାଇସ୍ ହେଲା ୧୮ରୁ ୨୦ କୋଟି ଟଙ୍କା।

ରଣବୀର ସିଂହ
ବଲିଉଡ ଷ୍ଟାର ରଣବୀର ସିଂ ଏବେ ଗୋଟିଏ ଫିଲ୍ମରେ କାମ କରିବା ପାଇଁ ୧୫ରୁ ୧୮ କୋଟି ଟଙ୍କା ନେଉଥିବା କୁହାଯାଉଛି। ସେ ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ ପାଇଁ ୧୫ କୋଟି ନେଇଥିବା ଚର୍ଚ୍ଚା ହେଉଛି।

ଶାହିଦ୍ କପୁର
ବଲିଉଡର ହାର୍ଟଥ୍ରୋବ୍ ଶାହିଦ୍ କପୁର ପ୍ରତି ଫିଲ୍ମ ପାଇଁ ୧୨ରୁ ୧୫ କୋଟି ଟଙ୍କା ଦାବି କରୁଥିବା ଜଣାଯାଇଛି।
















