ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବରରେ ୧୧ରୁ ୧୫ ତାରିଖ ଯାଏଁ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍। ଏହି ପରିପ୍ରେକ୍ଷୀରେ ଓଡ଼ିଶା ତିନୋଟି ଦେଶରେ ରୋଡ୍ ସୋ’ କରିବ। ଜାପାନ, କୋରିଆ ଏବଂ ଚୀନରେ ରୋଡ ସୋ’ କରିବା ଲାଗି ନିଷତ୍ତି ନେଇଛନ୍ତି ଓଡ଼ିଶା ସରକାର।

ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୧ ଭିତରେ ଏହି ରୋଡ ସୋ’ କରାଯିବ ବୋଲି ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ସୂଚନା ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କର ଏକ ପ୍ରତିନିଧି ଦଳ ବିଦେଶ ଗସ୍ତରେ ଯିବେ।

“ତିନୋଟି ଦେଶରେ ଓଡ଼ିଶା ରୋଡ ସୋ’ କରିବ। ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ବିଭିନ୍ନ କମ୍ପାନି ସହ ଆଲୋଚନା କରାଯିବ। ଜଣ ଜଣ କରି ବିଦେଶରେ ବିଭିନ୍ନ କମ୍ପାନିମାନଙ୍କ ସହ ଆଲୋଚନା କରାଯିବ”, କହିଛନ୍ତି ଅନନ୍ତ ଦାସ।

କିଛିଦିନ ତଳେ ଓଡ଼ିଶା ସରକାର ମୁମ୍ବାଇରେ ରୋଡ ସୋ’ କରିଥିଲେ। ପୁଞ୍ଜି ନିବେଶକରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଥିଲେ। ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ।

ନିକଟରେ ଚୀନର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଚୀନ ଆଗ୍ରହୀ ଥିବା ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ।

Comment