ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାପା ହେଲେ ବଲିଉଡ ଷ୍ଟାର ସାହିଦ କପୁର। ସାହିଦଙ୍କ ସ୍ତ୍ରୀ ମୀରା ରାଜପୁତ ବୁଧବାର ପୂତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ପୁଅ ଜନ୍ମ ହେବା ପରେ ସାହିଦ କପୁରଙ୍କ ଘରେ ଖୁସିର ମାହୋଲ ଦେଖିବାକୁ ମିଳିଛି।

ବୁଧବାର ଦିନ ମୀରାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୨୦୧୬ ଅଗଷ୍ଟ ୨୬ରେ ମୀରାଙ୍କର ଗୋଟିଏ ଝିଅ ହୋଇଥିଲା। ଝିଅର ନାଁ ରଖାଯାଇଥିଲା ମିଶା। ୨୦୧୫ ଜୁଲାଇ ୭ରେ ସାହିଦ ମୀରା ରାଜପୁତଙ୍କୁ ବିବାହ କରିଥିଲେ।

ହସ୍ପିଟାଲରେ ମୀରା ଏବଂ ତାଙ୍କ ନବଜାତ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ମୀରା ଏବଂ ସାହିଦ ତାଙ୍କର ଦ୍ୱିତୀୟ ସନ୍ତାନକୁ ନେଇ ଖୁସି ଅଛନ୍ତି। ମୀରା ଏବଂ ସାହିଦଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Comment