ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଡ଼ିଆ ନାୟିକା କାଜଲ ମିଶ୍ରଙ୍କର ଏକ ଚୁମ୍ବନ ଦୃଶ୍ୟ ବେଶ୍ ଚର୍ଚ୍ଚା ସାଉଁଟିଥିଲା। ଜାଣନ୍ତୁ ସେ ବିଷୟରେ…
ଚଳଚ୍ଚିତ୍ରରେ ଏବେ ଚୁମ୍ବନ ଏକ ସାଧାରଣ କଥାରେ ପରିଣତ ହୋଇଯାଇଛି। ବଲିଉଡ ଭଳି ଓଲିଉଡରେ ନାୟିକାମାନଙ୍କ ମଧ୍ୟରେ ଆଉ ନାୟକ ଓଠ ରେ ଓଠ ଥାପି ଚୁମ୍ବନ ଦେବାରେ ସଙ୍କୋଚ ନାହିଁ କି ଭୟ ନାହିଁ ବୋଲି କୁହାଯାଇପାରେ। ପୂର୍ବରୁ ବଙ୍ଗୀୟ ଯୁବତୀମାନେ ଓଲିଉଡରେ ଏଭଳି ସିନ୍ କରୁଥିଲେ ହେଲେ ଗତ କିଛି ବର୍ଷ ହେବ ଓଡ଼ିଆ ନାୟିକାମାନେ ବି ଏଥିରେ ମାହିର୍ ହୋଇଗଲେଣି ବୋଲି କହିବାରେ କିଛି ଅସୁବିଧା ନାହିଁ।
ଏଭଳି ଜଣେ ନାୟିକା ହେଲେ କାଜଲ ମିଶ୍ର। ବେଶ୍ କିଛି ଦିନ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ହେଁ କାଜଲଙ୍କୁ ଓଡ଼ିଆ ସିନେ ପ୍ରେମୀ ଭୁଲି ପାରିବେ ନାହିଁ।
କାଜଲ୍ ଏକ ଟେଲି ଫିଲ୍ମ ‘ଲାଗେ ସବୁ ନୂଆ ନୂଆ’ରେ ପ୍ରଥମେ ଅଭିନୟ କରି ଛୋଟ ପରଦାରେ ପ୍ରବେଶ କରିଥିଲେ। ଅବଶ୍ୟ ତା’ ଆଗରୁ ଆଲବମ୍ ନାୟିକା ଭାବେ ତାଙ୍କର ଲୋକପ୍ରିୟତା କିଛି କମ୍ ନଥିଲା। ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଧାରାବାହିକ ଥିଲା ଇଟିଭି (ଓଡ଼ିଆ)ରେ ପ୍ରସାରିତ ‘ପ୍ରତିବିମ୍ବ’। ଏହାପରେ ତାଙ୍କୁ ମିଳିଥିଲା ଡିଡି/୧୬ରେ ପ୍ରସାରିତ ଲୋକପ୍ରିୟ ମେଗା ଧାରାବାହିକ ‘ମହାଯଜ୍ଞ’। ପରେ ପରେ କାଜଲ ମିଶ୍ର ‘ଅଯୋଧ୍ୟା କେତେବାଟ ଓ ଜୀବନଧାରା ଭଳି ଧାରାବାହିକରେ ମଧ୍ୟ ଅଭିନୟ କରି ଲୋକପ୍ରିୟତା ସାଉଁଟି ଥିଲେ।
କାଜଲ ମିଶ୍ରଙ୍କୁ ଓଡ଼ିଆ ସିନେମାରେ ବ୍ରେକ୍ ଦେବାର ପ୍ରଥମ ଆଗ୍ରହ ଦେଖାଇଥିଲେ ଓଲିଉଡର ଅନ୍ୟତମ ଅଲ୍ରାଉଣ୍ଡର ନିର୍ଦ୍ଦେଶକ ସଞ୍ଜୟ ନାୟକ। ସେ କାଜଲଙ୍କୁ ପ୍ରଥମେ ତାଙ୍କ ନିର୍ଦ୍ଦେଶିତ ‘ନାରୀ ଆଖିରେ ନିଆଁ’ ଛବିରେ ନେବାକୁ ଚାହୁଁଥିଲେ। ହେଲେ କାଜଲ୍ ସେତେବେଳେ ଧାରାବାହିକ ଓ ଆଲବମ୍ରେ ଏତେ ବ୍ୟସ୍ତ ରହୁଥିଲେ ଯେ ତାଙ୍କ ହାତରେ ସିନେମା ପାଇଁ ସମୟ ନଥିଲା। ଏଣୁ ସେ ସେହି ସୁଯୋଗକୁ ହାତଛଡ଼ା କରିଥିଲେ।
କିଛି ମାସ ପରେ ନିର୍ଦ୍ଦେଶକ ସଞ୍ଜୟ ନାୟକ ପୁଣି କାଜଲଙ୍କୁ ‘ଧର୍ମ ହେବ ଜୟ’ ସିନେମାରେ ସିଦ୍ଧାନ୍ତଙ୍କ ଭଉଣୀ ଭୂମିକାରେ ଅଭିନୟ କରିବାକୁ ପ୍ରସ୍ତାବ ଦେଲେ। ଏଥର ସେ ରାଜି ହୋଇଥିଲେ। ଏହି ଫିଲ୍ମ ଜରିଆରେ କାଜଲ ମିଶ୍ରଙ୍କର ଓଲିଉଡରେ ପ୍ରବେଶ ହୋଇଥିଲା। ଏହା ପରେ କାଜଲ୍ ମିଶ୍ର ‘ଏମନ ମାନେନା’ ଏବଂ ‘ଧଉଳି ଏକ୍ସପ୍ରେସ’ ସିନେମାରେ ବି ଅଭିନୟ କରିଥିଲେ।
କାଜଲଙ୍କର ଚତୁର୍ଥ ଚଳଚ୍ଚିତ୍ର ହେଲା ‘ଚକା ଚକା ଭଉଁରୀ’। ଦେବାଶିଷ ଡଗ୍ରାଙ୍କ ପ୍ରଯୋଜିତ ତଥା ଶୁଭେନ୍ଦୁ ସ୍ୱାଇଁଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଛବିରେ କାଜଲଙ୍କୁ ମିଳିଥିଲା ଏକ ରୋମାଣ୍ଟିକ୍ ରୋଲ୍। ଏଥିରେ ତାଙ୍କର ନାୟକ ସାଜିଥିଲେ ସେ ସମୟର ଜଣାଶୁଣା ଟେଲି ତାରକା ଅଖିଳ ପଟ୍ଟନାୟକ। ନାୟକ ଭାବେ ଅଖିଳଙ୍କର ଏହା ପ୍ରଥମ ସିନେମା। ଅବଶ୍ୟ କାଜଲ୍ ଓ ଅଖିଳ ଉଭୟେ ମେଗା ଧାରାବାହିକ ‘ମହାଯଜ୍ଞ’ (ଡିଡି-୧)ରେ ଏକାଠି କାମ କରିଥିଲେ।
ଚତୁର୍ଥ ଚଳଚ୍ଚିତ୍ରରେ ଅଖିଳ ଓ କାଜଲ୍ ଅନେକ ରୋମାଣ୍ଟିକ୍ ଦୃଶ୍ୟରେ ନଜର ଆସିଥିଲେ। ତେବେ ଏହି ଫିଲ୍ମରେ ସେ ଦୁହେଁ ପ୍ରଥମଥର ଲାଗି କିସ୍ ସିନ୍ କରିଥିଲେ। କାଜଲଙ୍କୁ ଚତୁର୍ଥ ଚଳଚ୍ଚିତ୍ରରେ ହିଁ ନାୟକଙ୍କର ଓଠରେ ଓଠ ଥାପି ଚୁମ୍ବନ ଦେବାକୁ ପଡ଼ିଥିଲା।
ଏହି କିସ୍ ସିନ୍ ସେ ସମୟରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ସିନ୍ର ସୁଟିଂ ସମୟ କଥାକୁ ମନେପକାଇ ନିର୍ଦ୍ଦେଶକ ଶୁଭେନ୍ଦୁ ସ୍ବାଇଁ କହନ୍ତି ଯେ ଚକାଚକା ଭଉଁରୀ ସିନେମାରେ ଚୁମ୍ବନ ଦୃଶ୍ୟ ରଖାଯିବା ନିଷ୍ପତ୍ତି ଆକସ୍ମିକ ଥିଲା। ହଠାତ୍ ତାଙ୍କ ମୁଣ୍ଡକୁ ଏହି କଥା ଆସିଥିଲା। ତା’ପରେ ସେ ଉଭୟ କାଜଲ୍ ଓ ଅଖିଳଙ୍କୁ ଏହି ସିନ୍ ବିଷୟରେ କହିଥିଲେ। ଉଭୟଙ୍କ ପାଇଁ ଏହା ଏକଦମ୍ ଭିନ୍ନ ପରିସ୍ଥିତି ସୃଷ୍ଟି କରିଥିଲା, କିନ୍ତୁ ନିର୍ଦ୍ଦେଶକଙ୍କ କଥାରେ ଦୁହେଁ ସମ୍ମତ ହୋଇଥିଲେ। ଅଖିଳ ଓ କାଜଲଙ୍କର ଏହି ଚୁମ୍ବନ ଦୃଶ୍ୟ କିନ୍ତୁ ଗୋଟିଏ ସଟ୍ରେ ଓକେ ହୋଇନଥିଲା, ବରଂ ଏଥିପାଇଁ ରିଟେକ୍ ମଧ୍ୟ ଦେବାକୁ ପଡ଼ିଥିଲା ଉଭୟ କଳାକାର।
ଚତୁର୍ଥ ଚଳଚ୍ଚିତ୍ରରେ କାଜଲ୍ ଚୁମ୍ବନ ଦୃଶ୍ୟରେ ଅଭିନୟ କରିଥିଲେ ସତ, ହେଲେ ଏହାପରେ ଅନ୍ୟ କୌଣସି ଫିଲ୍ମରେ ଏଭଳି ସିନ୍ କରିନଥିଲେ।