ଓଡ଼ିଶାଲାଇଭ୍ ବ୍ୟୁରୋ
ପଞ୍ଚସଖାଙ୍କ କର୍ମଭୂମି ସତ୍ୟବାଦୀର ବକୁଳ ବନ ନିକଟରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ବକୁଳ ବନ ନିକଟରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଗୋଟିଏ ବି ଗଛ କଟାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ପରିବେଶ ଏବଂ ଐତିହ୍ୟକୁ ଦୃଷ୍ଟିରେ ରଖି ଏହା ନିର୍ମାଣ କରାଯିବ।
ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଖୁବ୍ଶୀଘ୍ର ଜଣେ ଓଏସ୍ଡିଙ୍କୁ ନିଯୁକ୍ତି ଦିଆଯିବ। ଏହାର ଅସ୍ଥାୟୀ କାର୍ଯ୍ୟାଳୟ ସତ୍ୟବାଦୀସ୍ଥିତ ପାନ୍ଥନିବାସରେ ରହିବ। ଚଳିତ ବର୍ଷ ଏହି ବିଶ୍ୱବିଦ୍ୟାଳୟ ପାଇଁ ବଜେଟରେ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। କୁଳପତି, ରେଜିଷ୍ଟ୍ରାର ଆଦି ପଦବୀ ସୃଷ୍ଟି କରାଯାଇଛି।
ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର୍ ବାଲାକ୍ରିଷ୍ଣନ ପ୍ରମୁଖ ଉପସ୍ଥିତ ଥିଲେ।


















