ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିର ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ। ନୂଆଦିଲ୍ଲୀର ସାକେତ କୋର୍ଟ ଏହି ଜାମିନ ଦେଇଛନ୍ତି। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଜାମିନ ମିଳିଛି।

ଓଡ଼ିଶା ପୋଲିସ ଅଭିଜିତଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। କିନ୍ତୁ ଆବଶ୍ୟକୀୟ ପ୍ରମାଣପତ୍ର କୋର୍ଟରେ ଦେଇ ନପାରିବାରୁ ରିମାଣ୍ଡ ଆବେଦନ ଖାରଜ ହୋଇଯାଇଛି। ୨୮ ତାରିଖ ଭିତରେ କୋଣାର୍କ ଥାନାରେ ହାଜର ହେବାକୁ ଅଭିଜିତଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଜିତ ସେପ୍ଟେମ୍ବର ୧୬ରେ ନିଜ ଟୁଇଟର ଅକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ସେ କୋଣାର୍କର କାରୁକାର୍ଯ୍ୟ ସମ୍ପର୍କରେ କଟୁ ମନ୍ତବ୍ୟ ଦେଇଥିଲେ। ଏହି କାରୁକାର୍ଯ୍ୟକୁ ହିନ୍ଦୁ ସମ୍ପ୍ରଦାୟର ବିରୋଧୀ କହି ଅଭିଜିତ ବିବାଦରେ ରହିଥିଲେ। ଅଭିଜତଙ୍କୁ ଗିରଫ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଥିଲା। ଆଜି ନିଜାମୁଦ୍ଦିନ ଥାନା ପୋଲି ଅଭିଜିତଙ୍କୁ ଗିରଫ କରିଥିଲା।

Comment