ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ବାହୁବଲୀ’ ସିନେମାର ଶିବଗାମୀ ରମ୍ୟାଙ୍କ ସମ୍ପର୍କରେ କିଛି ଜଣାଅଜଣା କଥା ଆସନ୍ତୁ ଜାଣିବା…

ରମ୍ୟା କ୍ରିଷ୍ଣନ୍‌ ସାଉଥ୍ ଇଣ୍ଡଷ୍ଟ୍ରିର ଜଣେ ଚର୍ଚ୍ଚିତା ନାୟିକା। ପରେ ସେ ଚରିତ୍ର ଅଭିନୟକୁ ମଧ୍ୟ ଓହ୍ଲାଇ ନିଜର ଲୋକପ୍ରିୟତା ବଜାୟ ରଖିଛନ୍ତି, ଯାହାର ଜ୍ୱଳନ୍ତ ପ୍ରମାଣ ହେଉଛି ବିଗେଷ୍ଟ୍ ବ୍ଲକବଷ୍ଟର ମୁଭି ‘ବାହୁବଲୀ’ର ଶିବଗାମୀ ଭୂମିକା। ସେ ଏବେ ୩୨ କୋଟିର ମାଲିକାଣୀ।

ବଲିଉଡରେ ରମ୍ୟା ଏଣ୍ଟ୍ରି

ସାଉଥ୍‌ରେ ଯେତେବେଳେ ଟପ୍‌ରେ ରମ୍ୟାଙ୍କ କ୍ୟାରିଅର ଥିଲା, ସେତେବେଳେ ସେ ବଲିଉଡରେ ଏଣ୍ଟ୍ରି ନେଇଥିଲେ। ତାଙ୍କ ଅଭିନୀତ ପ୍ରଥମ ସିନେମା ହେଲା ଫିରୋଜ୍‌ ଖାନ୍‌ଙ୍କ ନିର୍ଦ୍ଦେଶିତ ‘ଦୟାବାନ୍’।

ଏହି ଫିଲ୍ମରେ ରମ୍ୟାଙ୍କୁ ଅଭିନେତା ଫିରୋଜ ଖାନ୍‌ଙ୍କ ଅପୋଜିଟ୍‌ରେ ଦେଖିବାକୁ ପାଇଥିଲେ ଦର୍ଶକ। ଏହି ଫିଲ୍ମରେ ଫିରୋଜ୍‌ ଖାନ୍‌ ଓ ରମ୍ୟାଙ୍କ ଉପରେ ପିକ୍ଚରାଇଜ୍‌ ହୋଇଥିବା ଗୀତ। ଚାହେ ମେରି ଜାନ୍‌ ତୁ ଲେ ଲେ…’ ଆଜି ବି ମନେପଡ଼େ।

ଏହି ସିନେମାରେ ତାଙ୍କୁ ଜଣେ ସେକ୍ସ ସିମ୍ବଲ ରୂପେ ବ୍ୟବହାର କରାଯାଇଥିଲା।

ବିଗ୍‌ ବିଙ୍କ ସହିତ ରମ୍ୟା

ସାଉଥ୍‌ର ନାମୀ ନାୟିକା ରମ୍ୟା ବଲିଉଡର ଜଣାଶୁଣା ନିର୍ମାତା ବାସୁ ଭଗନାନୀ ଓ ଲୋକପ୍ରିୟ ନିର୍ଦ୍ଦେଶକ ଡେଭିଡ ଧୱନଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ‘ବଡ଼େ ମିଆଁ ଛୋଟେ ମିଆଁ’ରେ ପ୍ରଥମ ଓ ଅନ୍ତିମ ଥର ପାଇଁ ଅମିତାଭ ବଚ୍ଚନଙ୍କ ବିପକ୍ଷରେ ନାୟିକା ସାଜିଥିଲେ ରମ୍ୟା।

ଅମିତାଭ-ରମ୍ୟାଙ୍କ ଯୋଡ଼ିକୁ ବି ଦର୍ଶକ ପସନ୍ଦ କରିଥିଲେ। ହେଲେ ତା’ପରେ ରମ୍ୟାଙ୍କୁ ଅନ୍ୟ କୌଣସି ସିନେମାରେ ବିଗ୍‌ ବିଙ୍କ ସହ ଦେଖିବାକୁ ପାଇନଥିଲେ ସିନେ ପ୍ରେମୀ। ଏହା ଅବଶ୍ୟ ଭିନ୍ନ କଥା ଯେ ସେହି ସିନେମାରେ ଗୋବିନ୍ଦା-ରବିନା ଟଣ୍ଡନଙ୍କ ଯୋଡ଼ି ମଧ୍ୟ ଥିଲେ।

’ଶିବଗାମୀ’ରୁ ନୂଆ ଇତିହାସ

ବ୍ଲକବଷ୍ଟର ସିନେମା ‘ବାହୁବଲୀ’ର ପ୍ରତିଟି ଚରିତ୍ରକୁ ଦର୍ଶକ ମନେ ରଖିଛନ୍ତି। ଏହା ମହେନ୍ଦ୍ର ବାବୁବଲୀ ହେଉକି କଟପ୍ପା, ଶିବଗାମୀ ହେଉ କି ଦେବସେନା ଏଥିରେ ଅଭିନୟ କରିଥିବା ପ୍ରତ୍ୟେକ କଳାକାର ନିଜ ନିଜ ଅଭିନୀତ ଚରିତ୍ରକୁ ଜୀବନ୍ତ କରି ତୋଳିଥିଲେ।

‘ବାହୁବଲୀ’ ରିଲିଜ୍‌ ହେବା ପରେ ଏହାର କଳାକାରଙ୍କୁ ଫିଲ୍ମର ଚରିତ୍ର ଅନୁଯାୟୀ ଲୋକେ ମନେ ରଖିଛନ୍ତି। ଏଥିମଧ୍ୟରୁ ଗୋଟିଏ ପ୍ରମୁଖ ଚରିତ୍ର ଥିଲା ଶିବଗାମୀ। ଶିବଗାମୀ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀଙ୍କ ନାମ ହେଲା ରମ୍ୟା କ୍ରିଷ୍ଣନ।

ରମ୍ୟାଙ୍କ ଜନ୍ମ ୧୯୭୦ ମସିହା ସେପ୍ଟେମ୍ବର ୧୫ ତାରିଖ ହୋଇଥିଲା। ମାତ୍ର ତେର ବର୍ଷ ବୟସରେ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ଏଯାବତ୍‌ ଯେତେ ସବୁ ଚରିତ୍ର ପରଦା ଉପରେ ନିଭାଇଛନ୍ତି, ସେଥିମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ହେଲା ‘ଶିବଗାମୀ’।

ଶ୍ରୀଦେବୀଙ୍କ ସ୍ଥାନରେ ରମ୍ୟା

‘ବାହୁବଲୀ-୨’ ଫିଲ୍ମରେ ରମ୍ୟାଙ୍କ ଅଭିନୀତ ଶିବଗାମୀ ଚରିତ୍ର ପାଇଁ କିନ୍ତୁ ପ୍ରଥମ ପସନ୍ଦ ନ ଥିଲେ ସେ। ନିର୍ଦ୍ଦେଶକ ରାଜା ମୌଲୀ ସର୍ବପ୍ରଥମେ ଏହି ଭୂମିକା ପାଇଁ ଶ୍ରୀଦେବୀଙ୍କୁ ଅଫର୍‌ ଦେଇଥିଲେ। ହେଲେ ଶ୍ରୀଦେବୀ ଏହି ଚରିତ୍ରରେ ଅଭିନୟ କରିବା ଲାଗି ଛଅ କୋଟି ଟଙ୍କାର ପାରିଶ୍ରମିକ ଦାବି କରିଥିଲେ।

ତା’ ଛଡ଼ା ଏକ ଫାଇଭ୍‌ ଷ୍ଟାର୍‌ ହୋଟେଲ ଗୋଟିଏ ଫ୍ଲୋର ତାଙ୍କ ପାଇଁ ବୁକ୍ ହୋଇରହିବ ବୋଲି ସର୍ତ୍ତ ରଖିଥିଲେ। ଶ୍ରୀଦେବୀଙ୍କ ଏଭଳି ଅଜବ ସର୍ତ୍ତ ଶୁଣି ରାଜା ମୌଲୀ ତାଙ୍କୁ ନ ନେବା ପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କ ସ୍ଥାନରେ ସେ କାହାକୁ ନେବେ ବୋଲି ଚିନ୍ତା କରିଥିଲେ।

ଅବଶେଷରେ ରମ୍ୟା କ୍ରିଷ୍ଣନଙ୍କୁ ଅଫ ଦେଲେ। ରମ୍ୟା ମାତ୍ର ଅଢ଼େଇ କୋଟି ଟଙ୍କା ପାରିଶ୍ରମିକରେ ରାଜି ହୋଇଥିଲେ ‘ବାହୁବଲୀ’ରେ କାମ କରିବା ପାଇଁ।

Comment