ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏସ୍‌ ଏସ୍‌‍ ରାଜାମୌଲିଙ୍କ ବ୍ଲକବଷ୍ଟର ସୁପରହିଟ୍‌ ଫିଲ୍ମ ‘ବାହୁବଲି’ ପରେ ପ୍ରଭାସଙ୍କୁ ଦେଖିବାକୁ ମିଳିବ ଫିଲ୍ମ ‘ସାହୋ’ରେ। ଏହି ଚଳଚ୍ଚିତ୍ରକୁ ନେଇ ସିନେପ୍ରେମୀମାନଙ୍କ ଭିତରେ ଖୁବ୍‌ ଆଗ୍ରହ ଦେଖିବାକୁ ମିଳିଛି। ‘ସାହୋ’ରେ ବାହୁବଲି ପ୍ରଭାସଙ୍କ ସହ ନଜର ଆସିବେ ‘ଆଶିକୀ2’ର ନାୟିକା ଶ୍ରଦ୍ଧା କାପୁର।
ଟଲିଉଡ୍‌ ସହ ବଲିଉଡ୍‌ରେ ମଧ୍ୟ ‘ସାହୋ’କୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁ କ୍ରେଜିନେସ୍‌ ଦେଖିବାକୁ ମିଳୁଛି। ଏହି ଚଳଚ୍ଚିତ୍ର ତେଲୁଗୁ, ତାମିଲ୍‌ ଓ ହିନ୍ଦୀରେ ରିଲିଜ୍‌ ହେବାର ଯୋଜନା ରହିଛି। ଏହାର ନିର୍ଦ୍ଦେଶନା ସୁଜିତ ରେଡ୍ଡି ଦେଇଥିବା ବେଳେ ମ୍ୟୁଜିକ୍‍ ଦାୟିତ୍ୱରେ ଅଛନ୍ତି ଶଙ୍କର-ଏହସାନ-ଲୟ।
‘ସାହୋ’କୁ ନେଇ ଏକ ରୋମାଞ୍ଚକର ତଥ୍ୟ ସାମନାକୁ ଆସିଛି। ଚଳଚ୍ଚିତ୍ରର ନାୟିକା ଶ୍ରଦ୍ଧାଙ୍କୁ ତେଲୁଗୁ ଭାଷା ଜଣା ନଥିବା ବେଳେ ନାୟକ ପ୍ରଭାସଙ୍କୁ ହିନ୍ଦୀର ବିଶେଷ ନଲେଜ୍‌ ନାହିଁ। ତେବେ ଉଭୟ ପରସ୍ପରକୁ ନିଜ ନିଜର ଭାଷା ଶିଖାଇବେ ବୋଲି ଦୁଇଜଣଙ୍କ ମଧ୍ୟରେ ଆଲୋଚନା ହୋ‍ଇଛି।
ଶ୍ରଦ୍ଧା କପୁର ଏହି ଚଳଚ୍ଚିତ୍ରରେ ଡବଲ୍‌ ରୋଲ୍‌ରେ ନଜର ଆସିବେ। ଗୋଟିଏ ପଟେ ଶ୍ରଦ୍ଧା ଆକ୍‌ସନ୍‌ ସିକ୍ୱେନ୍‌ସ କରି ଦର୍ଶକମାନଙ୍କୁ ଚମକାଉଥିବା ବେଳେ ଅନ୍ୟପଟେ ଭୟାଳୁ, ନିରୀହ ଝିଅର ଭୂମିକାରେ ଦର୍ଶକଙ୍କ ମନ ମୋହିନେବେ।
‘ସାହୋ’ରେ ଶ୍ରଦ୍ଧା କପୁରଙ୍କ ବ୍ୟତୀତ ନୀଲ୍‍ ନୀତିନ୍‍ ମୁକେଶ, ମନ୍ଦିରା ବେଦି, ଚମ୍‌‍କି ପାଣ୍ଡେ, ଜୈକି ସ୍ରଫ୍‌ ଓ ମହେଶ ମଞ୍ଜରେକର ଆଦି ବଲିଉଡ୍‌ର ଅଭିନେତାମାନଙ୍କୁ ଦେଖିବାକୁ ମିଳିବ।
‘ବାହୁବଲି’ ଭଳି ଏପିକ୍‌ ଫିଲ୍ମର ସୁଟିଂ ପାଇଁ ପ୍ରଭାସ ନିଜର ୬ ବର୍ଷ ସମୟ ଦେଇଛନ୍ତି। ‘ବାହୁବଲି’ରେ ନିଜର ଆକ୍‌ସନ୍‌ର ଜଲୱା ଦେଖାଇବା ପରେ ‘ସାହୋ’ରେ ପ୍ରଭାସ ନିଜର ଫ୍ୟାନ୍‌ମାନଙ୍କ ପାଇଁ କ’ଣ ନୂଆ ସରପ୍ରାଇଜ୍‌ ରଖିଛନ୍ତି, ତାହା ସିନେମା ରିଲିଜ୍‌ ହେବା ପରେ ହିଁ ସାମନାକୁ ଆସିବ।
‘ସାହୋ’ରେ ସର୍ବମୋଟ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବାର ଯୋଜନା ରହିଛି। ଏହି ଚଳଚ୍ଚିତ୍ର ଆଗାମୀ ବର୍ଷ ଅର୍ଥାତ୍‌ ୨୦୧୮ ମସିହାରେ ରିଲିଜ୍‌ ହେବାକୁ ଯାଉଛି।

Tags: Saaho, Prabhas, Shraddha Kapoor, Bollywood, Hindi Movie, Hindi Film, Telgu Film, Saaho, bilingual Indian action, Sujeeth, UV Creations , Baahubali, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment