ଓଡ଼ିଶାଲାଇଭ୍ ବ୍ୟୁରୋ
ସଲମାନ ଖାନ୍ ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ନାଁରେ ଅଭିଯୋଗ ଆଣିଲେ ପୂଜା ମିଶ୍ରା।
‘ମି ଠୁ’ ଆନ୍ଦୋଳନ ଏବେ ସାରା ଦେଶରେ ଜୋର୍ ଧରିଛି। ଏହି ଆନ୍ଦୋଳନର ଶିକାର ହେଉଛନ୍ତି ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି। ଆଜି ବଲିଉଡର ଦବଙ୍ଗ ଖାନ୍ ସଲମାନଙ୍କ ବିରୋଧରେ ଆସିଛି ସଙ୍ଗିନ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ବିଗ୍ବସ୍ର ପୂର୍ବତନ ପ୍ରତିଯୋଗୀ ପୂଜା ମିଶ୍ରା।
ପୂଜା ସୋସିଆଲ ମିଡିଆରେ ଭିଡିଓ ଜାରି କରି କହିଛନ୍ତି ଯେ ତାଙ୍କୁ ଦୁଷ୍କର୍ମ କରାଯାଇଛି। ଏଥିରେ ସଲମାନ ଏବଂ ତାଙ୍କ ଭାଇ ସୋହାଲ ଖାନ୍, ଅରବାଜ ଖାନ୍ ସାମିଲ ଅଛନ୍ତି। ସୁଲତାନ ଫିଲ୍ମ ସୁଟିଂ ବେଳେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ସେ ଅଭିଯୋଗ କରିଛନ୍ତି।
ଅଭିନେତାରୁ ରାଜନେତା ପାଲଟିଥିବା ଶତ୍ରୁଘ୍ନ ସିହ୍ନା ମଧ୍ୟ ‘ମି ଠୁ’ ଜାଲରେ ଫସିଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ପୂଜା ମିଶ୍ରା। ପୂଜା କହିଛନ୍ତି ଶତ୍ରୁଘ୍ନ ତାଙ୍କ ଝିଅ ସୋନାକ୍ଷୀ ସିହ୍ନାଙ୍କ ପାଇଁ ତାଙ୍କ କ୍ୟାରିଅର ନଷ୍ଟ କରିଛନ୍ତି।
ଏହି ଅଭିଯୋଗ ସମ୍ପର୍କରେ ସଲମାନ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।
ପୂର୍ବରୁ ବଲିଉଡ ତାରକା ନାନା ପାଟେକର, ଆଲୋକନାଥ, ସାଜିଦ ଖାନ୍ ମଧ୍ୟ ‘ମି ଠୁ’ ଜାଲରେ ଫସିଛନ୍ତି।
View this post on Instagram








ସଲମାନ ଖାନ୍ ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ନାଁରେ ଅଭିଯୋଗ ଆଣିଲେ ପୂଜା ମିଶ୍ରା।







