ଓଡ଼ିଶାଲାଇଭ୍ ବ୍ୟୁରୋ
କଳାହାଣ୍ଡି ଧର୍ମଗଡ଼ ଉପ–ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଶରୀରକୁ ଉଦ୍ଧାର କରାଯାଇଛି ।
କଳାହାଣ୍ଡି: ଧର୍ମଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶନିବାର ସକାଳେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାମ ହେଉଛି ଭୂଦେବ ବଗର୍ତ୍ତି।
ଧର୍ମଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖ ରାସ୍ତା କଡ଼ରେ ଠେଲାଗାଡ଼ିରେ ଛଣାଛଣି ସାମଗ୍ରୀ ବିକ୍ରି କରୁଥିଲେ ଭୂଦେବ।
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ରେଷ୍ଟ ସେଡ୍ରେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ପାଖରେ ଏକ ପ୍ଲାଷ୍ଟିକ୍ ଷ୍ଟୁଲ୍ ଓ ଚପଲ ପଡିଥିବା ଦେଖିବାକୁ ମିଳିଛି। ପାରିବାରିକ କଳହକୁ କେନ୍ଦ୍ର କରି ଭୂଦେବ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିବାର ସନ୍ଦେହ କରାଯାଉଛି।