ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ସଂସ୍କୃତି ଓ ଧର୍ମୀୟ ଭାବନାକୁ ଆଘାତ ଦେବା ଅଭିଯୋଗରେ ଅଭଜିତ ଆୟାର ଗିରଫ।
ଶେଷରେ ଗିରଫ ହେଲା ଅଭିଜିତ ଆୟାର ମିତ୍ର। ୩ ଘଣ୍ଟା ଧରି ଜେରା କରିବା ପରେ ଅଭିଜିତଙ୍କୁ ସହିଦନଗର ଥାନା ପୋଲିସ ଗିରଫ କରିଛି। ତାଙ୍କୁ କୋର୍ଟରେ ହାଜର କରାଯିବ।
କୋଣାର୍କ ମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଇ ଅଭିଜିତ ଫସିଥିଲେ। ସେ ଓଡ଼ିଆ ସଂସ୍କୃତି ଏବଂ ଧର୍ମଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ସହିଦନଗର ଥାନାରେ ଏତଲା ଦିଆଯାଇଥିଲା।
ଏହାସହ କୋଣାର୍କ ଏବଂ ପୁରୀ ଅରଖକୁଦ ଥାନାରେ ମଧ୍ୟ ଏତଲା ଦିଆଯାଇଛି। ଏହି ଏତଲାକୁ ଆଧାର କରି ସହିଦନଗର ପୋଲିସ ଅଭିଜିତଙ୍କୁ ଗିରଫ କରିଛି।
ବିଧାନସଭା ଗୃହ କମିଟିର ସମନ ପାଇ ଅଭିଜିତ ଆଜି ଓଡ଼ିଶା ଆସିଥିଲେ। ବିଧାନସଭା ଗୃହ କମିଟିରେ ହାଜର ହୋଇଥିଲେ। ପ୍ରାୟ ୩ ଘଣ୍ଟା ଧରି ଅଭିଜିତଙ୍କୁ ଜେରା କରିଥିଲେ ଗୃହ କମିଟିର ସଦସ୍ୟ।
ବିଧାନସଭାରୁ ବାହାରିବା ପରେ ସହିଦନଗର ଥାନା ପୋଲିସ ଅଭିଜିତଙ୍କୁ ହେପାଜତକୁ ନେଇଥିଲା। ଅଜ୍ଞାତ ସ୍ଥାନକୁ ନେଇ ଜେରା କରୁଥିଲା ପୋଲିସ। ଜେରା ପରେ ଅଭିଜିତଙ୍କୁ ଗିରଫ କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି।