ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ରାଜନେତା ତାରିକ ଅନୱର ପୁର୍ନବାର କଂଗ୍ରେସକୁ ଫେରିଛନ୍ତି। ଦୀର୍ଘ ୧୯ ବର୍ଷ ପରେ ତାରିକ ଅନୱର ଶନିବାର ନୂଆ ଦିଲ୍ଲୀଠାରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି।

ଏହି ମିଶ୍ରଣ ପର୍ବରେ ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ଓ ବିହାର କଂଗ୍ରେସର ଇନ୍‌ଚାର୍ଜ ଶକ୍ତିସିହ୍ନା ଗୋହିଲ ଉପସ୍ଥିତ ଥିଲେ। ତାରିକ କଂଗ୍ରେସ ଛାଡ଼ି ଏନସିପି ଗଠନରେ ସାମିଲ ହୋଇଥିଲେ।

ଶରଦ ପାୱାର ଏବଂ ପିଏ ସଙ୍ଗମାଙ୍କ ସହ ମିଶି ସେ ଏନସିପି ଗଠନ କରିଥିଲେ।

ଏନସିପି ସଭାପତି ଶରଦ ପାୱାରଙ୍କ ସହ ତାରିକ ଅନୱରଙ୍କ ମତାନ୍ତର କାରଣରୁ ସେ ଏନସିପି ଦଳ ଛାଡ଼ିଥିଲେ। ସେପ୍ଟେମ୍ବର ୨୮ରେ ଅନୱର ଏନସିପି ଛାଡ଼ିବା ସହ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ।

ତାରିକ ଅନୱର କଂଗ୍ରେସ ଦଳକୁ ଆସିବା ପରେ ଦଳ ଆହୁରି ସୁଦୃଢ଼ ହେବ ବୋଲି ଆଶା ରଖିଛନ୍ତି କଂଗ୍ରେସ କର୍ମୀ।

 

 

LEAVE A REPLY

Please enter your comment!
Please enter your name here