ଓଡ଼ିଶାଲାଇଭ୍ ବ୍ୟୁରୋ

ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୋମବାର ବରଗଡ଼ ଜିଲ୍ଲାରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି।

ବରଗଡ଼ ଜିଲ୍ଲାରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି। ବରଗଡ଼ ସହରରେ ନୂତନ ବସ୍‌ଷ୍ଟାଣ୍ଡରେ ନିର୍ମାଣ ହୋଇଥିବା ଦୋକାନ ଗୃହକୁ ବିରୋଧ କରି ଘରୋଇ ବସ୍‌ ଚଳାଚଳକୁ ବନ୍ଦ କରାଯାଇଛି। ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୋମବାର ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

ଘରୋଇ ବସ୍ ମାଲିକ ସଂଘ କହିବାନୁସାରେ, “ପୌର ପରିଷଦ ପକ୍ଷରୁ ନୂତନ ବସ୍‌ଷ୍ଟାଣ୍ଡରେ ବେଆଇନ ଦୋକାନ ଗୃହ ନିର୍ମାଣ କରାଯାଇଛି। ଯାହା ଫଳରେ ଯାତ୍ରୀ ଓ ବସ୍‌ କର୍ମଚାରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାଛଡ଼ା ଯାତ୍ରୀ ଓ ବସ୍ କର୍ମଚାରୀଙ୍କ ସୁବିଧାକୁ ଗୁରୁତ୍ୱ ନ ଦେଇ ଅନେକଗୁଡ଼ିଏ ଦୋକାନ ଗୃହ ନିର୍ମାଣ କରାଯାଇଛି।”

ସେମାନେ ଆହୁରି ମଧ୍ୟ କହିଛନ୍ତି, “ଏନେଇ ଆମେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲୁ। କିନ୍ତୁ କିଛି ସୁଫଳ ନ ମିଳିବାରୁ ଶେଷରେ ସଂଘ ଆନ୍ଦୋଳନକୁ ଓହ୍ଲାଇଛି।”

ତେଣୁ ସୋମବାର ଜିଲ୍ଲାରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି। ଏଥିସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସଂଘର କର୍ମକର୍ତ୍ତାମାନେ ଧାରଣା ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here