ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବି ଅନ୍ଧବିଶ୍ୱାସର ବିଷ ବିଳୟ ଭିତରେ ରହିଛି ମଣିଷ ସମାଜ। ଗୁଣି ଗାରେଡ଼ି ଉପରେ ଆଜି ବି ଲୋକେ ବିଶ୍ୱାସ କରୁଛନ୍ତି। କେତେବେଳେ କିଏ ପିଲାବଳି ଦେଲାଣି ତ ଆଉ କିଏ କିଏ ପଶୁପକ୍ଷୀଙ୍କୁ ବି ଛାଡ଼ୁନାହାନ୍ତି। ବାରମ୍ବାର ଏନେଇ ଲୋକଙ୍କୁ ସଚେତନ କରାଇଲେ ମଧ୍ୟ କିଛି ସୁଫଳ ମିଳୁନି। ରାଜଧାନୀ ଦିଲ୍ଲୀରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।

ଦିଲ୍ଲୀର ସୁଲତାନପୁରୀର ଜଣେ ମହିଳାଙ୍କୁ ଗୁଣି ଗାରେଡି କରି ଆକର୍ଷିତ କରିବା ପାଇଁ ଜଣେ ବିବାହିତ ବ୍ୟକ୍ତି ଏକ ଧଳା ପେଚାକୁ ଦୀପାବଳି ରାତିରେ ବଳି ଦେଇଥିଲେ। ଏହି କାରନାମା କରିଥିବା ବ୍ୟକ୍ତିଙ୍କ ନାମ କହ୍ନେୟା ଓ ପେସାରେ ଜଣେ ଟ୍ରକ୍ ଚାଳକ। ସେ ଜଣେ ଯୁବତୀ ପ୍ରତି ଆକୃଷ୍ଟ ହୋଇଥିଲେ। ମାତ୍ର ସେହି ଯୁବତୀ ତାକୁ ଚାହୁଁ ନ ଥିଲେ।

ଏଣୁ ସେ ଏକ ଭିଡିଓ ଦେଖି ଜାଣିବାକୁ ପାଇଲେ ଯେ ଧଳା ପେଚାକୁ ମାରିଲେ ଯାହାକୁ ଚାହିଁବ ତାକୁ ସମ୍ମୋହିତ କରି ହେବ। ସେ ଏକ ଛୁରିରେ ପେଚାକୁ ମାରିବା ସହ ତା’ ଶରୀରର ବିଭିନ୍ନ ସ୍ଥାନରେ ଛୁଞ୍ଚି ଫୋଡ଼ିଥିଲେ। ପେଚା ମରିବା ପରେ ପରେ ତାଙ୍କର ବାପାଙ୍କ ମୃତ୍ୟୁ ହୋଇଥିଲା।

ବାପାଙ୍କ ମୃତ୍ୟୁ ହେବା ପରେ ବି କହ୍ନେୟା ମନରୁ ଅନ୍ଧବିଶ୍ୱାସ ଦୂର ହୋଇନଥିଲା। ପ୍ରତିଦିନ ରାତିରେ ପେଚାକୁ ନେଇ ତନ୍ତ୍ର ମନ୍ତ୍ର କରିଥାଏ। ଅଧରାତିରେ ପଡ଼ୋଶୀ ଏହାକୁ ଦେଖିବାରୁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ କହ୍ନେୟାର ଘରେ ରେଡ୍ କରି କୁଲର ତଳେ ଥିବା ମଲା ପେଚାକୁ ଜବତ କରିବା ସହ ତାକୁ ଗିରଫ କରିଥିଲେ। ଅଭିଯୁକ୍ତ କହ୍ନେୟା ବିବାହିତ ଏବଂ ତିନିଟି ପିଲାର ବାପା। ଏ ବିଷୟରେ ତାଙ୍କର ଘରଲୋକେ ସବୁ ଜାଣିଥିଲେ।

Comment