ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅଣଜଳସେଚିତ ଜମିକୁ ହେକ୍ଟର ପିଛା ୬ ହଜାର ୮୦୦ଟଙ୍କା
  • ଜଳସେଚିତ ଜମି ପାଇଁ ୧୩ ହଜାର ୫୦୦
  • ବର୍ଷ ବ୍ୟାପୀ ଫସଲ ନଷ୍ଟ ପାଇଁ ୧୮ ହଜାର ଟଙ୍କା

ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରିଛନ୍ତି। ୩୩ ପ୍ରତିଶତ ବା ଅଧିକ ଫସଲ ହାନୀ ହୋଇଥିବା ଅଞ୍ଚଳ ପାଇଁ ଏହି ପ୍ୟାକେଜ ଘୋଷଣା ହୋଇଛି।

ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ଏବଂ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା ଘୋଷଣା କରିଛନ୍ତି ସରକାର। ସେହିପରି ବର୍ଷ ବ୍ୟାପୀ ଫସଲ ନଷ୍ଟ ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ଘୋଷଣା କରାଯାଇଛି।

୩୩ ପ୍ରତିଶତରୁ ଅଧିକ ଫସଲ ହାନୀ ହୋଇଥିବା ଚାଷୀଙ୍କୁ ଜଳକର ଏବଂ ଖଜଣା ଛାଡ଼ କରାଯିବ। ସେହିପରି ଚାଷୀଙ୍କୁ ୧ ଲକ୍ଷ ତୈଳବୀଜ ମନିକିଟ୍ ଏବଂ ୩୦ ହଜାର ପନିପରିବା ମନିକିଟ୍ ଦିଆଯିବ।

ମନରେଗା ଯୋଜନାରେ ୨୦୦ ଦିନର ଶ୍ରମ ଦିବସ ସୃଷ୍ଟି କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଫି’ ଛାଡ଼ କରାଯାଇଛି।

ଗତ ୧ ତାରିଖରେ ପ୍ରଶାସନିକ ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି ରାଜ୍ୟ ସରକାର ୯ଟି ଜିଲ୍ଲାକୁ ମରୁଡ଼ି ଘୋଷଣା କରିଥିଲେ। ଯେଉଁ ଜିଲ୍ଲାଗୁଡ଼ିକରେ ମୋଟ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଛି ସେହି ଜିଲ୍ଲାକୁ ରାଜ୍ୟ ସରକାର ମରୁଡ଼ିପ୍ରବଣ ଭାବେ ଚିହ୍ନଟ କରିଥିଲେ।

ବରଗଡ଼, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ମରୁଡ଼ିପ୍ରବଣ ଜିଲ୍ଲା ଭାବେ ଘୋଷଣା କରାଯାଇଥିଲା। ଏହି ୯ଟି ଜିଲ୍ଲାର ୬୬ଟି ବ୍ଲକର ୫ ହଜାର ୬୬୩ ଗାଁକୁ ମରୁଡ଼ି ଘୋଷଣା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here