ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟସିଟି ଭୁବନେଶ୍ୱରରେ ଗଡ଼ିଲା ‘ମୋ ସାଇକେଲ’।

ମୋ ବସ୍‌ ପରେ ଏବେ ରାଜଧାନୀରେ ଗଡ଼ିଲା ‘ମୋ ସାଇକେଲ’। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଏୟାରପୋର୍ଟ ଛକରେ ମୋ ସାଇକେଲର ଶୁଭାରମ୍ଭ କରିଛନ୍ତି।

ରାଜଧାନୀ ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ ସହ ଟ୍ରାଫିକ ସମସ୍ୟା ଏଡ଼ାଇବା ଓ ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ମୋ ସାଇକେଲର ବ୍ୟବସ୍ଥା କରିଛନ୍ତି।

ପ୍ରଥମ ଦଫାରେ ଭୁବନେଶ୍ୱରକୁ ପ୍ରାୟ ୨ ହଜାର  ସାଇକେଲ ଗଡ଼ିବ। ସ୍ମାର୍ଟସିଟି ରାସ୍ତାର ଉଭୟ ପାଶ୍ୱର୍ରେ ୪୦ କିମି ପର୍ଯ୍ୟନ୍ତ ସାଇକେଲ ଟ୍ରାକ ନିର୍ମାଣ ହୋଇଛି। ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ୨୦୦୦ ସାଇକେଲ ଗଡ଼ିବ। ସାଇକେଲ୍ ପାଇଁ ମେମ୍ବରସିପ୍‌ ହେଲେ ପ୍ରଥମ ୩୦ ମିନିଟ ପାଇଁ ଭଡ଼ା ଦେବାକୁ ପଡ଼ିବ ନାହିଁ। ୩୦ ମିନିଟରୁ ଅଧିକ ହେଲେ ଯାତ୍ରୀଙ୍କୁ ଭଡ଼ା ଦେବାକୁ ପଡ଼ିବ।

 

ତେବେ ଏକ ନୂଆ ଢଙ୍ଗରେ ଆରମ୍ଭ ହୋଇଥିବା ଏହି  ‘ମୋ ସାଇକେଲ’ ଜିପିଏସ୍‌ ବ୍ୟବସ୍ଥା ଦ୍ୱାରା ପରିଚାଳିତ ହେବ। ଏହାର ଅନ୍‌ଲାଇନ ବୁକିଙ୍ଗ ବ୍ୟବସ୍ଥା ରହିଛି।

ଭୁବନେଶ୍ୱରର ପ୍ରତି ବସ୍‌ ଷ୍ଟପ୍‌ରେ ଏହି ସାଇକେଲ୍  ସୁବିଧା ମିଳିପାରିବ।

ନଭେମ୍ବର ୨୭ରେ ରହିଛି ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ। ୨୮ରୁ ଆରମ୍ଭ ହେବ ହକିର ମହାକୁମ୍ଭ। ଏନେଇ ଭୁବନେଶ୍ୱରରେ ପ୍ରବଳ ଭିଡ଼ ରହିବ। ଏହାକୁ  ଦୃଷ୍ଟିରେ ରଖି ଏହି ସବୁ ଯୋଜନାର ଶୁଭାରମ୍ଭ କରାଯାଇଛି।

ଆଗାମୀ ୫ ବର୍ଷ ଭିତରେ ୧୨୦ କିମି ସାଇକେଲ ଟ୍ରାକ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖିଛି ଵିଏମସି।

Comment