ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀରେ ଅମିତ ଶାହଙ୍କ ବାସଭବନରେ ବିଜେପିରେ ସାମିଲ ହୋଇଛନ୍ତି ଅପରାଜିତା ଷଡ଼ଙ୍ଗୀ।

ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ କିଛି ଦିନ ହେବ ଚାଲିଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶେଷରେ ପଦ୍ମ ଧରିଛନ୍ତି ପୂର୍ବତନ ଆଇଏଏସ୍ ଅଫିସର ଅପରାଜିତା ଷଡ଼ଙ୍ଗୀ। ସେ ଦିଲ୍ଲୀସ୍ଥିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଯୋଗ ଦେଇଛନ୍ତି। ତେବେ ଅପରାଜିତା ବୁଧବାର ଦିଲ୍ଲୀରୁ ଭୁବନେଶ୍ଵର ଫେରୁଥିବା ସୂଚନା ମିଳିଛି।

ଅପରାଜିତା ୧୯୯୪ ମସିହା ବ୍ୟାଚର ଆଇଏଏସ୍ ଅଫିସର ଥିଲେ। ସେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକାରେ ରହିଥିଲେ। କିଛି ଦିନ ପୂର୍ବରୁ ଅପରାଜିତା ସ୍ଵେଛାକୃତ ଭାବେ ଅବସର ନେଇଥିଲେ। ତେବେ କାର୍ଯ୍ୟକାଳ ସରିବା ପୂର୍ବରୁ ସେ କାହିଁକି ଅବସର ନେଉଛନ୍ତି ବୋଲି ଚର୍ଚ୍ଚା ସୃଷ୍ଟି ହୋଇଥିଲା।

ଅପରାଜିତା ୨୦୦୬ରୁ ୨୦୦୯ ଯାଏଁ ସେ ଭୁବନେଶ୍ଵର ମହାନଗର ନିଗମର କମିଶନର ଥିଲେ। ଏଥିସହ ପଞ୍ଚାୟତରାଜ ବିଭାଗର ସଚିବ ରହିବା ସହିତ ଗଣଶିକ୍ଷା ଓ ବୟନଶିଳ୍ପ ବିଭାଗର ସଚିବ ରହିସାରିଛନ୍ତି।

ନିଜ କାମକୁ ନେଇ ଲୋକଙ୍କ ପାଖରେ ଖୁବ୍ ପରିଚିତ ରହିଥିବା ଅପରାଜିତା ଶିକ୍ଷକଙ୍କ ପାଇଁ ୟୁନିଫର୍ମ ଲାଗୁ କରିଥିଲେ।

Comment