ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ନୂଆ ଉନ୍ନୟନ କମିଶନର ଭାବେ ଅସିତ ତ୍ରିପାଠୀଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଆର୍‌ ବାଲାକ୍ରିଷ୍ଣନ ଶୁକ୍ରବାର ଅବସର ନେବା ପରେ ଅସିତଙ୍କୁ ଏହି ଦାୟତ୍ୱ ମିଳିଛି।

ଏହାସହ ଶ୍ରୀ ତ୍ରିପାଠୀ ଗୃହ ବିଭାଗର ଦାୟିତ୍ୱ ମଧ୍ୟ ତୁଲାଇବେ। ଅସିତ ତ୍ରିପାଠୀ ହେଉଛନ୍ତି ୧୯୮୬ ବ୍ୟାଚର ଆଇଏଏସ୍ ଅଫିସର।

ଅସିତ ତ୍ରିପାଠୀ ତାଳଚେରର ଉପ-ଜିଲ୍ଲାପାଳ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ପରେ ସୁନ୍ଦରଗଡ଼ର ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହି ଆସିଛନ୍ତି। ୨୦୧୫ରେ ଶ୍ରୀ ତ୍ରୀପାଠୀ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିଲେ। ୨୦୧୭ରେ ସେ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ପାଇଥିଲେ।

ଅନ୍ୟପଟେ ଓଏସ୍‌ଡବ୍ଲୁସି ଅଧ୍ୟକ୍ଷ ପଦରୁ ସଂଗ୍ରାମ ମିଶ୍ର ଅବସର ନେଇଛନ୍ତି। ତାଙ୍କ ଜାଗାରେ ସମବାୟ ସଚିବ ରଞ୍ଜନା ଚୋପ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଭାବେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଦାୟିତ୍ୱ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here