ଓଡ଼ିଶାଲାଇଭ୍ ବ୍ୟୁରୋ

ପୁସ୍ତକ ଉନ୍ମୋଚନ ବିବାଦକୁ ନେଇ ଯୋଗଗୁରୁ ରାମଦେବଙ୍କୁ ସୁପ୍ରିମକୋର୍ଟ ଦେଲେ ନୋଟିସ୍।

ବିବାଦଘେରରେ ଯୋଗଗୁରୁ ରାମଦେବ। ରାମଦେବଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ କାହିଁକି ଉନ୍ମୋଚନ ହେବନାହିଁ, ଏହାର ଉତ୍ତର ରଖିବାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଯୋଗଗୁରୁ ରାମଦେବଙ୍କୁ ନୋଟିସ୍ ଜାରି କରିଛି।

ରାମଦେବଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ‘ଗଡ଼୍ ମ୍ୟାନ ଟୁ ଟାଇକୁନ’କୁ ଉନ୍ମୋଚନ କରିବାକୁ ଚାହୁଁଥିଲେ ପବ୍ଲିଶର । କିନ୍ତୁ ସେପ୍ଟେମ୍ବର ୨୯ରେ ରାମଦେବ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ପୁସ୍ତକ ଉନ୍ମୋଚନ ତଥା ବିକ୍ରି ଉପରେ ରୋକ ଲଗାଇଥିଲେ।

ରାମଦେବ କହିଛନ୍ତି, “ମୋ ଜୀବନୀକୁ ଆଧାର କରି କିଛି ବିବାଦୀୟ କଥା ଲେଖାଯାଇଥିବାରୁ ଏହି ବହି ଉନ୍ମୋଚନକୁ ରୋକାଯାଇଛି।”

ପବ୍ଲିଶର ଜଣକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଶୁକ୍ରବାର ଉଚ୍ଚ ନ୍ୟାୟାଳୟ ଏହାର ଶୁଣାଣି କରି ଯୋଗଗୁରୁ ରାମଦେବଙ୍କୁ ନୋଟିସ୍ ଜାରି କରିଛନ୍ତି।

୨୦୧୯ ଫେବୃଆରୀ ମାସ ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟରେ ଏହାର ପରବର୍ତ୍ତୀ ଶୁଣାଣି ହେବ। ଜଷ୍ଟିସ ମଦନ ଭିମରାଓ ଲୋକୁର ଓ ଜଷ୍ଟିସ ଦୀପକ ଗୁପ୍ତା ଏହି ଖଣ୍ଡପୀଠର ଶୁଣାଣି କରିବେ।

LEAVE A REPLY

Please enter your comment!
Please enter your name here