ଓଡ଼ିଶାଲାଇଭ୍ ବ୍ୟୁରୋ
ଋଣ ପରିଶୋଧ କରିନପାରି ଜେଲ ଗଲେ କମେଡି ହିରୋ ରାଜପାଲ ଯାଦବ।
ବଲିଉଡ କମେଡି ଅଭିନେତା ରାଜପଲ ଯାଦବଙ୍କୁ ତିନି ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଋଣ ନେଇ ପରିଶୋଧ କରିନଥିବାରୁ କୋର୍ଟ ତାଙ୍କୁ ଦଣ୍ଡିତ କରିଛନ୍ତି। ତାଙ୍କୁ ତୁରନ୍ତ ତିହାର ଜେଲରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
୨୦୧୦ ମସିହାରେ ରାଜପାଲ ଯାଦବ ଓ ତାଙ୍କ ପତ୍ନୀ ରାଧା ଯାଦବ ପିଲ୍ମ ନିର୍ମାଣ ପାଇଁ ଏକ କମ୍ପାନିଠାରୁ ୫ କୋଟି ଟଙ୍କା ଋଣ ନେଇଥିଲେ। ସେହି ଋଣ ଟଙ୍କାରେ ରାଜପାଲ ପ୍ରଥମ ଥର ନିଜ ନିର୍ଦ୍ଦେଶନାରେ ଏକ ଫିଲ୍ମ ନିର୍ମାଣ କରିଥିଲେ। ଯାହାର ନାମ ଥିଲା ‘ଆତା ପତା ଲାପତା।’ ୨୦୧୨ ମସିହାରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା।
ପରବର୍ତ୍ତୀ ସମୟରେ ରାଜପାଲ ଏହି ଋଣ ଶୁଝି ନଥିଲେ। ଏନେଇ ଋଣ ଦେଇଥିବା କମ୍ପାନି ଏକ ମାମଲା ରୁଜୁ କରିଥିଲେ। ସେହି ମାମଲା ଆଧାରରେ କୋର୍ଟ ତାଙ୍କୁ ଦଣ୍ଡିତ କରିଛନ୍ତି।
ନିକଟରେ ସେ ଏକ ପଞ୍ଜାବୀ ଫିଲ୍ମ ‘ଚଣ୍ଡିଗଡ଼ ଅମୃତସର ଚଣ୍ଡିଗଡ଼’ରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କର ବିଶେଷ ଭୂମିକା ରହିଥିବା ସୂଚନା ମିଳିଛି।
















